ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ

May 08, 2019, ଦେଶ, , Anupambharat News Bureau


ଯୌନ ନିର୍ଯାତନା ମାମଲାରେ ଯୋଗଗୁରୁ ଆନନ୍ଦ ଗିରି ଗିରଫ
Anupambharat News Bureau
May 08, 2019

ନୂଆଦିଲ୍ଲୀ: ଆତ୍ମଘୋଷିତ ଯୋଗ ଓ ଆଧ୍ୟାତ୍ମିକ ଗୁରୁ ସ୍ୱାମୀ ଆନନ୍ଦ ଗିରି ତାଙ୍କର ୨ ମହିଳା ଅନୁଗାମୀଙ୍କୁ ଯୌନ ନିର୍ଯାତନା ଦେଇଥିବା ମାମଲାରେ ସିଡ୍‌ନୀଠାରେ ଗିରଫ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ ମସିହାରେ ଗୋଟିଏ ଘଟଣା ଘଟିଥିବାବେଳେ ଅନ୍ୟ ଏକ ଘଟଣା ୨୦୧୮ ମସିହା ନଭେମ୍ବରର ବୋଲି ଜଣାପଡ଼ିଛି । ସେ ୬ ସପ୍ତାହ ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଅବସରରେ ତାଙ୍କୁ ଗିରଫ କରାଯାଇଛି । ସେ ଏହାପରେ ଭାରତ ଫେରିବାର ଥିଲା । ତାଙ୍କ ଜାମିନ୍‌ ଆବେଦନ କୋର୍ଟ ଖାରଜ କରିଥିଲେ ଏବଂ ବର୍ତ୍ତମାନ ତାଙ୍କୁ ରିମାଣ୍ଡରେ ନିଆଯାଇଛି । ଆନନ୍ଦ ଗିରି ଉତ୍ତରପ୍ରଦେଶ ପ୍ରୟାଗରାଜର ବଡ଼େ ହନୁମାନ ମନ୍ଦିରର ଏବଂ ମଠ ବାଘମ୍ବରୀ ଗାଦିର ମହନ୍ତ । ସେ ଯୋଗଗୁରୁ ରାମଦେବଙ୍କ ସହିତ ମଧ୍ୟ ଯୋଗାଭ୍ୟାସ କରିଥିବା ଜଣାପଡ଼ିଛି । ଏପରିକି ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଅତିଥି ଅଧ୍ୟାପକ ଭାବରେ କାର୍ଯ୍ୟ କରନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ

ନାବାଳିକା ଦୁଷ୍କର୍ମ ମାମଲାରେ ଜଣେ ଗିରଫ

Read More...

ମୋଦି ସାର୍‌ଙ୍କୁ ଚାପୁଡ଼ା ମାରିବି କହିଲେ ଦିଦି

ମୋଦି ସାର୍‌ଙ୍କୁ ଚାପୁଡ଼ା ମାରିବି କହିଲେ ଦିଦି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page