ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

May 12, 2019, ଓଡ଼ିଶା, , Anupambharat News Bureau


ରାଜଧାନୀ ଏକ୍ସପ୍ରେସରେ  ଅଗ୍ନିକାଣ୍ଡ
Anupambharat News Bureau
May 12, 2019

ଭୁବନେଶ୍ୱର, ୧୧ ।୫ (ଅନୁପମ ମିଡିଆ):ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟିଛି । ବାଲେଶ୍ୱରର ଖନ୍ତାପଡ଼ା ନିକଟସ୍ଥ ଅତାପୁର ନିକଟରେ ରାଜଧାନୀ ଏକ୍ସପ୍ରେସରେ ନିଆଁ ଲାଗିଥିବା ଜଣାପଡିଛି । ତେବେ ଅଗ୍ନିକାଣ୍ଡରେ କୌଣସି ଯାତ୍ରୀ ମୃତାହତ ହୋଇନାହାନ୍ତି । ନିଆଁ ପ୍ରଥମେ ପଛ ବଗି ଆଡୁ ଲାଗିଥିଲା । ଟ୍ରେନ୍‌ର ପଛ ପଟେ ଥିବା ଜେନେରେଟର ବଗିରୁ ଏହି ନିଆଁ ଲାଗିବା ପରେ ଯାତ୍ରୀ ଚିତ୍କାର କରି ବାହାରକୁ ବାହାରି ଆସିବା ସହ ରେଳବାଇ ପୋଲିସ୍‌କୁ ଜଣାଇ ଥିଲେ । ଖବର ପାଇଁ ଅଗ୍ନିଶମ ବିଭାଗର ୩ଟି ଗାଡ଼ି ଆସି ନିଆଁ ଲିଭା କାମ ଆରମ୍ଭ କରିଥିଲେ । ଅଗ୍ନିଶମ କର୍ମଚାରୀମାନେ ପ୍ରଥମେ ପଛ ପଟରୁ ଜେନେରେଟର ଥିବା ବଗିଟିକୁ ଟ୍ରେନରୁ ଅଲଗା କରିଥିଲେ । ଅଗ୍ନିକାଣ୍ଡ ପରେ ଟ୍ରେନ୍‌ଟି ଷ୍ଟେସନ୍‌ରେ ଅଟକି ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୧ରୁ ଖୋଲିବ ନନ୍ଦନକାନନ

୨୧ରୁ ଖୋଲିବ ନନ୍ଦନକାନନ

Read More...

ମାଟି ଅତଡା  ଖସି ତିନି ମୃତ

ମାଟି ଅତଡା ଖସି ତିନି ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page