୨୧ରୁ ଖୋଲିବ ନନ୍ଦନକାନନ

May 12, 2019, ଓଡ଼ିଶା, , Anupambharat News Bureau


୨୧ରୁ ଖୋଲିବ ନନ୍ଦନକାନନ
Anupambharat News Bureau
May 12, 2019

ଭୁବନେଶ୍ୱର, ୧୧ ।୫ (ଅନୁପମ ମିଡିଆ): ‘ଫନି’ରେ କ୍ଷତିଗ୍ରସ୍ତ ହେବା ଯୋଗୁଁ ବନ୍ଦ ରହିଥିବା ନନ୍ଦନକାନନ ଆସନ୍ତା ୨୧ତାରିଖରୁ ପୁଣିଥରେ ସର୍ବସାଧାରଣଙ୍କ ପାଇଁ ଖୋଲିବ । ସେହିପରି ଭୁବନେଶ୍ୱରସ୍ଥିତ ଜୟଦେବ ବାଟିକା ରବିବାରଠାରୁ ଖୋଲାଯିବ । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରାଥମିକ ଆକଳନ ରିପୋର୍ଟ ଅନୁସାରେ ‘ଫନି’ ବାତ୍ୟାରେ ବିଭାଗର ମୋଟ ୫୩୭କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି । ଜଙ୍ଗଲ ଓ ଅଭୟାରଣ୍ୟ ଅଞ୍ଚଳରେ ପ୍ରାୟ ୯ଲକ୍ଷ ଗଛ ଭାଙ୍ଗିଥିବାବେଳେ ଜଙ୍ଗଲ ଅଞ୍ଚଳ ବାହାରେ ୫ଲକ୍ଷ ଗଛ ନଷ୍ଟ ହୋଇଛି । ୮ଲକ୍ଷ ଚାରା ମଧ୍ୟ ନଷ୍ଟ ହୋଇଛି । ‘ଫନି’ ବାତ୍ୟାରେ ନନ୍ଦନକାନନରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲେ ମଧ୍ୟ କୌଣସି ବନ୍ୟପ୍ରାଣୀ ପ୍ରାଣ ହରାଇଥିବାର ସୂଚନା ମିଳିନି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

ମୁମ୍ବାଇ-ଚେନ୍ନାଇ ଫାଇନାଲ୍‌ ମୁକାବିଲା

Read More...

ରାଜଧାନୀ ଏକ୍ସପ୍ରେସରେ  ଅଗ୍ନିକାଣ୍ଡ

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page