ମାଟି ଅତଡା ଖସି ତିନି ମୃତ

May 12, 2019, ଓଡ଼ିଶା, ମାଲକାନଗିରି, Anupambharat News Bureau


ମାଟି ଅତଡା  ଖସି ତିନି ମୃତ
Anupambharat News Bureau
May 12, 2019

କୋରାପୁଟ,୧୧ା୫(ଅନୁପମ ମିଡିଆ): ପଟ୍ଟାଙ୍ଗି ଥାନା କରଞ୍ଜଗୁଡା ଗ୍ରାମରେ ଚୂନମାଟି ଖୋଲିବାକୁ ଯାଇଥିବାବେଳେ ମାଟି ଅତଡା ଖସି ଦୁଇ ମହିଳାଙ୍କ ସମେତ ତିନିଜଣ ପ୍ରାଣ ହରାଇଛନ୍ତି । ମୃତକମାନେ ହେଲେ ପଟ୍ଟାଙ୍ଗି ବ୍ଲକ ଚନ୍ଦକା ପଞ୍ଚାୟତ ଦଳପତିଗୁଡା ଗ୍ରାମର ଚମ୍ପା ପାଲେଶି (୧୯),ଜୟନ୍ତୀ ପେଦାକାପୁ (୨୬) ଓ ସନା ନାୟକ ବିଶୁ(୨୭) । ସୂଚନା ଅନୁଯାୟୀ, ଦଳପତିଗୁଡା ଗ୍ରାମର ଚମ୍ପା, ଜୟନ୍ତୀ, ପାଲେଶି ଏବଂ ଧାନମତି (୧୭) ମିଶି ସନା ନାୟକ ବିଶୁର ଅଟୋରିକ୍ସାରେ କରଞ୍ଜଗୁଡା ଗ୍ରାମ ନିକଟ ପାହାଡକୁ ଚୂନପଥର ଖୋଳିବାକୁ ଯାଇଥିଲେ । ପାହାଡ ତଳେ ସେମାନେ ମାଟି ଖୋଳୁଥିବା ସମୟରେ ଉପରୁ ମାଟି ଅତଡା ଖସି ଯିବାରୁ ଅଟୋ ଚାଳକ ସନା ନାୟକ ସହ ଚମ୍ପା ଓ ଜୟନ୍ତୀ ମାଟି ତଳେ ଚାପି ହୋଇ ଯାଇଥିଲେ । ତେବେ ଦାନାୟା ଓ ଧନମତି କିଛି ଦୂରରେ ଥିବାରୁ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ପଦାକୁ ବାହାରି ଆସିଥିଲେ । ଦାନାୟା ଓ ଧନମତି ଠାରୁ ଖବର ପାଇ ନିକଟସ୍ଥ ଗ୍ରାମବାସୀ ପଟ୍ଟାଙ୍ଗି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାଟି ତଳେ ଚାପି ହୋଇଥିବା ତିନିଜଣକୁ ଉଦ୍ଧାର କରିଥିଲେ ମଧ୍ୟ ସେତେବେଳକୁ ସମସ୍ତଙ୍କର ମୃତୁ୍ୟ ହୋଇ ସାରିଥିଲା । ଆହତଙ୍କୁ ପଟ୍ଟାଙ୍ଗି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ପୋଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାଜଧାନୀ ଏକ୍ସପ୍ରେସରେ  ଅଗ୍ନିକାଣ୍ଡ

ରାଜଧାନୀ ଏକ୍ସପ୍ରେସରେ ଅଗ୍ନିକାଣ୍ଡ

Read More...

ମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବ

ମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page