ମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବ

May 11, 2019, ଓଡ଼ିଶା, ଗଞ୍ଜାମ, Anupambharat News Bureau


ମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବମହିଳାଙ୍କୁ ହତ୍ୟା କାଜୁ ଜଙ୍ଗଲରୁ ମିଳିଲା ଶବ
Anupambharat News Bureau
May 11, 2019

ଖଲ୍ଲିକୋଟ,୧୧ା୫(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତର ଲକ୍ଷ୍ମୀନାରାୟଣପୁର ଗ୍ରାମ ନିକଟରେ ଥିବା ଏକ କାଜୁ ତୋଟା ମଧ୍ୟରୁ ଆଜି ଜଣେ ବିବାହିତା ମହିଳାଙ୍କ କ୍ଷତ ବିକ୍ଷତ ଶବ ମିଳିଛି । ମୃତ ଦେହଟି ମୁହଁ ମାଡ଼ି ପଡିଥିବା ଅବସ୍ଥାରେ ସକାଳୁ ସକାଳୁ କାଜୁ ଗୋଟାଇବାକୁ ଯାଇଥିବା କିଛି ବ୍ୟକ୍ତି ଦେଖିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ଦେଖିବା ପାଇଁ ସେଠାରେ ଲୋକଙ୍କ ଭୀଡ଼ ଜମିଥିଲା । ପାରିପାଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି । ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ସୁନୀଲ୍‌ କୁମାର ବେହେରା, ଏସ୍‌ଆଇଡ଼ିଏମ୍‌ ଆର୍‌. ଦୋରା, କନଷ୍ଟେବଳ ଟୁକୁନା ସେଠୀ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ପୁଙ୍ଖାନୁପୁଙ୍ଖ ତଦନ୍ତ ଆରମ୍ଭ କରିଛନ୍ତି ।
ଘଟଣାସ୍ଥଳର ପାରିପାଶ୍ୱିକ ସ୍ଥିତି ଅନୁଯାୟୀ ବିବାହିତ ମହିଳାଙ୍କ ଶବ ମୁହଁ ମାଡ଼ି ପଡିଥିବା ବେଳେ ଦେହ ସାରା ଛୁରୀ ମାଡ଼ରେ ରକ୍ତାକ୍ତ ହୋଇ ଯାଇଥିଲା । ପାଖରେ ପଡ଼ିଥିଲା ଭ୍ୟାନିଟ୍‌ ବ୍ୟାଗ୍‌ ଓ ଚପଲ । କିଛି ଦୂରରେ ପଡିଥିଲା ଛୁରୀର ଖାଲି ଖୋଳ ଓ ଏକ ଚଷମା ଏବଂ ସେଠାରେ ମଧ୍ୟ ଥିଲା ରକ୍ତର ଦାଗ । ଛତ୍ରପୁର ଏସ୍‌ଡ଼ିପିଓ ଉତ୍କଳ କେଶରୀ ଦାସ ସେଠାରେ ପହଞ୍ଚିବା ପରେ ମୃତ ଦେହକୁ ଓଲଟା ଯାଇଥିଲା । ଭ୍ୟାନିଟିରେ ଥିବା ମୋବାଇଲ୍‌ ଓ ବ୍ୟାଙ୍କ ଏଟିଏମ୍‌ କାର୍ଡ଼ରୁ ମୃତ ମହିଳାଙ୍କ ପରିଚୟ ମିଳିଥିଲା । ମୃତ ମହିଳା ଜଣକ ଗୋଳନ୍ଥରା ଗୋବିନ୍ଦପୁର ଗ୍ରାମର ଲକ୍ଷ୍ମୀ ସାହୁ ସ୍ୱାମୀ ଗୋବିନ୍ଦ ସାହୁ ବୋଲି ଜଣାପଡିଥିଲା । ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳକୁ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ । ପରିବାର ଲୋକେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଶବକୁ ଚିହ୍ନଟ କରିଥିଲେ । ଖଲ୍ଲିକୋଟ ଥାନା କେସ ନଂ ୧୧୩/୧୯ ଅନୁସାରେ ଏକ ହତ୍ୟମାମଲା ରୁଜୁ କରି ପୋଲିସ ଶବକୁ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଘଟଣାର ତଦନ୍ତ ଜାରି ରଖିଛି । ହତ୍ୟାର ଶିକାର ହୋଇଥିବା ଲକ୍ଷ୍ମୀ ଗୋଳନ୍ଥରାରୁ ଏଠାକୁ କେମିତି ଆସିଲେ ଓ କାହା ସାଙ୍ଗରେ ଆସିଥିଲେ । କେଉଁ ପରିସ୍ଥିତିରେ ତାଙ୍କୁ ହତ୍ୟା କରାଯାଇଛି ଏ ସମସ୍ତ ଦିଗରେ ପୋଲିସ ତଦନ୍ତ ଚାଲୁ ରଖିଛି । ମୃତ ଲକ୍ଷ୍ମୀଙ୍କ ଶାଶୁ ଘର କୋରାପୁଟ ଜିଲ୍ଲା ଦାମନଯୋଡ଼ିରେ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମାଟି ଅତଡା  ଖସି ତିନି ମୃତ

ମାଟି ଅତଡା ଖସି ତିନି ମୃତ

Read More...

ବ୍ରହ୍ମପୁର  ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page