ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

May 10, 2019, ଶିଳ୍ପ ବାଣିଜ୍ୟ, , Anupambharat News Bureau


ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌
Anupambharat News Bureau
May 10, 2019

ନୂଆଦିଲ୍ଲୀ: ଉତ୍ତର ଏବଂ ପୂର୍ବ ଭାରତରେ ସାମୟିକ ବନ୍ଦ ରହିବ ମ୍ୟାକଡୋନାଲï ଆଉଟଲେଟ୍‌ । ଆମେରିକାର ଏହି ଫୁଡ୍‌ ରିଟେଲର୍‌ କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ବ୍ୟବସାୟୀ ବିକ୍ରମ ବକ୍ସିଙ୍କ ମଧ୍ୟରେ ଯେଉଁ ଚୁକ୍ତି ହୋଇଥିଲା, ତାହା ଏବେ ଶେଷ ହୋଇଛି । ଆମେରିକାର ଏହି ମ୍ୟାକଡୋନାଲï କମ୍ପାନୀ ଭାରତରେ ବ୍ୟବସାୟ କରିବା ପାଇଁ ୫୦ ପ୍ରତିଶତ ଏବଂ ବ୍ୟବସାୟୀ ବିକ୍ରିମ ବକ୍ସି ୫୦ ପ୍ରତିଶତ ଅଂଶଧନ ନିବେଶ କରିଥିଲେ । ହେଲେ ଏବେ ବିକ୍ରିମ ବକ୍ସି ତାଙ୍କର ସମସ୍ତ ସେୟାର ଏହି କମ୍ପାନୀରେ ଲଗାଇବେନି ବୋଲି ନିଷ୍ପତ୍ତି ନେବାରୁ ମ୍ୟାକଡୋନାଲï କମ୍ପାନୀ ଏବେ ସାମୟିକ ସମୟ ପାଇଁ ପାଖାପାଖି ୧୬୫ ଆଉଟଲେଟ୍‌କୁ ବନ୍ଦ ରଖିଛି । ଆଗାମୀ ଦିନରେ ସମସ୍ତ ପୁଞ୍ଜି ନିବେଶ ମ୍ୟାକଡୋନାଲï କରିବ ବୋଲି ନିଷ୍ପତ୍ତି ନେଇଛି ।
ବିକ୍ରମ ବକ୍ସି ଭାରତର ମ୍ୟାକ୍‌ଡୋନାଲï ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଥିଲେ । ଏବେ ସେ ଓହରିଯିବା ପରେ ତାଙ୍କ ସ୍ଥାନରେ ରବର୍ଟ ହୁଙ୍ଗାଫୋଙ୍କୁ ନିଯୁକ୍ତି ଦେଇଛି । ମ୍ୟାକଡୋନାଲï କମ୍ପାନୀର ମୂଳ କମ୍ପାନୀ କନ୍ନାଉଟ୍‌ ପ୍ଲାଜା ରେଷ୍ଟୁରାଣc ପ୍ରାଇଭେଟ ଲିମିଟେଡ ।ଏହି ସମୟରେ କି;ୁ କମ୍ପାନୀର କୌଣସି କର୍ମଚାରୀ ଚାକିରି ହରାଇବେ ନାହିଁ ବୋଲି ମ୍ୟାକଡୋନାଲïର ମୂଳ କମ୍ପାନୀ କନ୍ନାଉଟ୍‌ ପ୍ଲାଜା ରେଷ୍ଟୁରାଣc ପ୍ରାଇଭେଟ ଲିମିଟେଡ ଘୋଷଣା କରିଛି । ଆଉଟ୍‌ଲେଟ୍‌ ବନ୍ଦ ରହିଥିବାରୁ କର୍ମଚାରୀଙ୍କୁ ବିଭିନ୍ନ ପ୍ରକାରର ଟେନିଂ ଦିଆଯିବା ସହ ଖୁବଶୀଘ୍ର କିଭିଳି ଆଉ ଥରେ ଖୋଲିବ ସେ ନେଇ ବିଭିନ୍ନ ଦିଗ ଉପରେ ଏହି ସମୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।୧୯୯୫ ମସିହାରେ ଭାରତରେ ଆମେରିକାର ଏହି ଫାଷ୍ଟ ଫୁଡ୍‌ ରିଟେଲର କମ୍ପାନୀ ଭାରତରେ ବିକ୍ରମ ବକ୍ସିଙ୍କ ସହ ମିଶି ବ୍ୟବସାୟ ଆରମ୍ଭ କରିଥିଲା । ଏଥିପାଇଁ ୨ ଜଣଙ୍କ ମଧ୍ୟରେ ୨୫ ବର୍ଷର ଚୁକ୍ତି ହୋଇଥିଲା ।
ହେଲେ କମ୍ପାନୀର ଲାଭ ଅଂଶ ସଠିକ ଭାବରେ ପାଉନଥିବା ବକ୍ସି ଅଭିଯୋଗ କରିଥିଲେ । ଏହା ପରେ ଦୁଇ ନିବେଶକାରୀଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ତେବେ ଏହାପରେ ବିବାଦ ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲରେ ପହଞ୍ଚିଥିଲା । ଏହା ପରେ ବକ୍ସିଙ୍କ ଦାବିକୁ ଗ୍ରହଣ କରାଯାଇଥିଲା । ଏହାପରେ ଆଉ ୫ ବର୍ଷ ପାଇଁ ଦୁଇ ନିବେଶକାରୀଙ୍କ ମଧ୍ୟରେ ଔପଚାରିକ ଭାବରେ ଚୁକ୍ତି ହୋଇଥିବା ଜଣାପଡ଼ିଥିଲା । ହେଲେ ଏବେ ଚୁକ୍ତି ଅବଧି ପୂର୍ବରୁ ବିକ୍ରମ ବକ୍ସି ନିଜ ଅଂଶଧନ କାଢ଼ିନେବେ ବୋଲି ନିଷ୍ପତ୍ତି ନେଇଛନ୍ତି ।
ତେବେ ଦୁଇ ବ୍ୟବସାୟୀ କମ୍ପାନୀର ସେୟାର ବାବଦରେ କିଛି ତଥ୍ୟ ପ୍ରକାଶ କରିନାହାନ୍ତି । ହେଲେ ସୂଚନା ଅନୁଯାୟୀ କୋର୍ଟକୁ ନଯାଇ ଦୁଇ ଜଣଙ୍କ ମଧ୍ୟରେ ବିବାଦର ସମାଧାନ ହେବ ବୋଲି ଜଣାପଡ଼ିଛି । ବିକ୍ରମ ବକ୍ସି ମ୍ୟାକ୍‌ଡୋନାଲï ପାଖରୁ ୩୩୦ ମିଲିୟନ ଟଙ୍କା ତାଙ୍କର ପ୍ରାପ୍ୟ ପାଇବେ ବୋଲି ସୋମବାର ନ୍ୟାସନାଲ କମ୍ପାନୀ ଲ ଟ୍ରିବ୍ୟୁନାଲକୁ ଜଣାଇଛନ୍ତି ।ଆଗାମୀ ଦିନରେ ବକ୍ସି ଆଉ ଗୋଟିଏ ଅନ୍ତର୍ଜାତୀୟ ଫୁଡ୍‌ ରିଟେଲର କମ୍ପାନୀ େୱଣ୍ଡିସ୍‌ ସହ ଚୁକ୍ତି କରିବେ ବୋଲି ସୂଚନା ରହିଛି । ଭାରତରେ ଏବେ ୧୦ଟି ଫୁଡ୍‌ ଆଉଟଲେଟ୍‌ େୱଡିସର ଥିବା ସୂଚନା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

Read More...

ଆଇପିଏଲ୍‌ ଫାଇନାଲ୍‌  ଟିକେଟ୍‌ ୨ ମିନିଟ୍‌ରେ ଶେଷ

ଆଇପିଏଲ୍‌ ଫାଇନାଲ୍‌ ଟିକେଟ୍‌ ୨ ମିନିଟ୍‌ରେ ଶେଷ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page