ଆଇପିଏଲ୍‌ ଫାଇନାଲ୍‌ ଟିକେଟ୍‌ ୨ ମିନିଟ୍‌ରେ ଶେଷ

May 10, 2019, କ୍ରୀଡ଼ା, , Anupambharat News Bureau


ଆଇପିଏଲ୍‌ ଫାଇନାଲ୍‌  ଟିକେଟ୍‌ ୨ ମିନିଟ୍‌ରେ ଶେଷ
Anupambharat News Bureau
May 10, 2019

ନୂଆଦିଲ୍ଲୀ,୯ ।୫: ଆଇପିଏଲ୍‌ ଫାଇନାଲ୍‌ ପାଇଁ ସବୁ ଟିକେଟ୍‌ ମାତ୍ର ୨ ମିନିଟ୍‌ରେ ବିକ୍ରି ହୋଇଯାଇଛି । ଅନେକ କ୍ରିକେଟ୍‌ପ୍ରେମୀ ଟିକେଟ୍‌ରୁ ବଞ୍ଚିତ ହୋଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଟିକେଟ୍‌ ବିକ୍ରିର ସ୍ୱଚ୍ଛତା ଉପରେ ବି ପ୍ରଶ୍ନ ଉଠାଇଛନ୍ତି । ରବିବାର ହାଇଦ୍ରାବାଦ୍‌ରେ ଖେଳାଯିବାକୁ ଥିବା ଆଇପିଏଲ୍‌ ଫାଇନାଲ୍‌ ପାଇଁ ବିସିସିଆଇ ମଙ୍ଗଳବାର ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି ଆରମ୍ଭ କରିଥିଲା । ଏହାପୂର୍ବରୁ ବିସିସିଆଇ ତରଫରୁ କୌଣସି ସୂଚନା ଦିଆଯାଇନଥିଲା । ଫଳରେ ଅନେକ ପ୍ରଶଂସକ ଟିକେଟ୍‌ ବିକ୍ରି ସମ୍ପର୍କରେ ଜାଣିପାରିନଥିଲେ । ମଙ୍ଗଳବାର ସକାଳେ ହିଁ ବିସିସିଆଇ ନିଜ େୱବ୍‌ସାଇଟ୍‌ରେ ସଂକ୍ଷିପ୍ତ ସୂଚନା ଜରିଆରେ ଟିକେଟ୍‌ ବିକ୍ରି ଆରମ୍ଭ କରିଥିଲା । ତେବେ ପ୍ରଶଂସକ ଏହା ଜାଣିବା ପୂର୍ବରୁ ସବୁ ଟିକେଟ୍‌ ବିକ୍ରି ହୋଇସାରିଥିଲା ।
ଏତେ ଶୀଘ୍ର ଟିକେଟ୍‌ ସବୁ କେମିତି ସରିଗଲା ସେନେଇ ହିମାଚଳ ପ୍ରଦେଶ କ୍ରିକେଟ୍‌ ସଂଘର ଜଣେ ପୂର୍ବତନ ଅଧିକାରୀ ପ୍ରଶ୍ନ କରିଛନ୍ତି । ଫାଇନାଲ୍‌ ଦେଖିବା ସୁଯୋଗରୁ ପ୍ରଶଂସକଙ୍କୁ ବିସିସିଆଇ ବଞ୍ଚିତ କରିଛି । ଏନେଇ ବିସିସିଆଇକୁ ସ୍ପଷ୍ଟୀକରଣ ଦେବାକୁ ପଡିବ ବୋଲି ସେ କହିଛନ୍ତି ।
ଆଇପିଏଲ୍‌ ଫାଇନାଲ୍‌ ହାଇଦ୍ରାବାଦ୍‌ର ରାଜବୀ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳାଯିବ । ଏହି ଷ୍ଟାଡିୟମ୍‌ର ଦର୍ଶକ କ୍ଷମତା ୩୦,୦୦୦ । ଆଇପିଏଲର ପ୍ରତି ମ୍ୟାଚ୍‌ ପାଇଁ ସାଧାରଣତଃ ୨୫,୦୦୦ ରୁ ୩୦,୦୦୦ ଟିକେଟ୍‌ ବିକ୍ରି ହୋଇଥାଏ । ତେବେ ଫାଇନାଲ୍‌ ପାଇଁ କେତେ ଟିକେଟ୍‌ ବିକ୍ରି ଲାଗି ଉପଲବ୍ଧ କରାଯାଇଥିଲା ତାହା କେହି ଜାଣିନାହାନ୍ତି । ଦୁଇ ମିନିଟ୍‌ରେ କିଭଳି ସବୁ ଟିକେଟ୍‌ ଶେଷ ହୋଇଗଲା ସେନେଇ ଏବେ ପ୍ରଶଂସକମାନେ ବିସିସିଆଇକୁ ପ୍ରଶ୍ନ କରିଛନ୍ତି । ଟିକେଟ୍‌ ବିକ୍ରି ଦାୟିତ୍ୱରେ ଥିବା ‘ଇଭେଣ୍ଟ୍‌ସନାଓ’ ନାମକ ସଂସ୍ଥାକୁ ଏନେଇ ପଚରାଯିବାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

Read More...

ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page