ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ

May 10, 2019, ଓଡ଼ିଶା, , Anupambharat News Bureau


ତାତି କବଳରେ ଓଡ଼ିଶା ଲାଗି ରହିବ ଆହୁରି ଦୁଇ ଦିନ
Anupambharat News Bureau
May 10, 2019

ଭୁବନେଶ୍ୱର, ୧୦ା୫ (ଅନୁପମ ମିଡ଼ିଆ): ପ୍ରଚଣ୍ଡ ତାତିରେ ସିଜୁଛି ସମଗ୍ର ଓଡ଼ିଶା । ଗତ କିଛି ଦିନ ହେଲା ରାଜ୍ୟରେ ଜାରି ରହିଥିବା ଗ୍ରୀଷ୍ମ ପ୍ରବାହ ଶୁକ୍ରବାର ମଧ୍ୟ ଜାରି ରହିଛି । ପ୍ରବଳ ଖରା ସାଙ୍ଗକୁ ଗୁଳିଗୁଳି ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଆଗାମୀ ଦୁଇ ଦିନ ଯାଏ ଏଭଳି ପରିସ୍ଥିତି ଲାଗି ରହିବ । ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ହିଟ୍‌ େୱଭ୍‌ ଜାରୀ ରହିବ । ପଶ୍ଚିମ ଓଡ଼ିଶାରେ ସ୍ଥିତି ଅସମ୍ଭାଳ ହେବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେହିପରି ଉପକୂଳ ଓଡ଼ିଶାରେ ପାରଦ କମ୍‌ ରହୁଥିଲେ ମଧ୍ୟ ପ୍ରବଳ ଗୁଳୁଗୁଳି ଅନୁଭୂତ ହେବ । ତେବେ ୨ ଦିନ ପରେ କାଳବୈଶାଖୀ ପ୍ରଭାବରେ ତାପମାତ୍ରାରେ ସାମାନ୍ୟ ହ୍ରାସ ଘଟିପାରେ ବୋଲି ଅନୁମାନ କରାଯାଉଛି । ଗତକାଲି ଭଳି ଆଜି ମଧ୍ୟ ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଝାରସୁଗୁଡ଼ା, ସମ୍ୱଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୋଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ହିଟ୍‌ େୱଭ୍‌ ଜାରି ରହିଥିଲା । ଉପକୂଳ ଓଡ଼ିଶାରେ ଆଦ୍ରତା ଅଧିକ ରହୁଥିବାରୁ ଗୁଳୁଗୁଳି ଲାଗି ରହିବ ବୋଲି ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ସକାଳ ୧୦ଟା ପରେ ରୌଦ୍ର ତାପ ଧିରେ ଧିରେ ବଢ଼ିବାରେ ଲାଗୁଛି । ମଧ୍ୟାହ୍ନରୁ ଅରାହ୍ନ ସାଢ଼େ ୩ଟା ଯାଏଁ ପୁରା ଅସହ୍ୟ ଖରା ହେବ ାର ଲାଗୁଛି । ମଧ୍ୟାହ୍ନା ପରେ ପ୍ରାୟ ରାସ୍ତା ଘାଟ ଶୂନଶାନ ହୋଇ ପଡ଼ୁଛି । ରାସ୍ତାରେ ଗାଡ଼ି ଚଳାଚଳ ମଧ୍ୟ ଖୁବ କମ୍‌ ହେବାରେ ଲାଗୁଛି । ସେହିଭଳି ବ୍ୟବସାୟୀ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହୁଥିବା ପରିଲକ୍ଷିତ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

ଛୁଟିରେ ଖୋଲା ରହିବ ବ୍ୟାଙ୍କ୍‌

Read More...

ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

ଭାରତରେ ସାମୟିକ ବନ୍ଦ ରହିଲା ମ୍ୟାକଡୋନାଲଡ୍‌ ଆଉଟ୍‌ଲେଟ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page