ବର୍ଷକରେ ୨୧୬୭ ଘର ପୋଡିଛି :ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

November 24, 2022, ଓଡ଼ିଶା, , Anupambharat News Bureau


 ବର୍ଷକରେ ୨୧୬୭ ଘର ପୋଡିଛି  :ଗଞ୍ଜାମ ଜିଲ୍ଲାରେ ସର୍ବାଧିକ
Anupambharat News Bureau
November 24, 2022


ରାଜ୍ୟରେ ୨୦୨୧-୨୨ ବର୍ଷରେ ୨୧୬୭ ଘରପୋଡି ହୋଇଛି । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୭୮ ଘର ପୋଡ଼ି ହୋଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ନୂଆପଡ଼ା ଜିଲ୍ଲାରେ ଗୋଟିଏ ବି ଘର ପୋଡ଼ି ନାହିଁ । ପାଳଲହଡ଼ା ବିଧାୟକ ମୁକେଶ ପାଲଙ୍କ ପ୍ରଶ୍ନରେ ଗୁରୁବାର ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏହି ଉତ୍ତର ରଖିଛନ୍ତି । ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନରେ ମଲ୍ଲିକ କହିଛନ୍ତି ଯେ, ବିପର୍ଯ୍ୟୟ ପାଣ୍ଠିର ସର୍ତ୍ତ ଓ ନିୟମାବଳି ଅନୁଯାୟୀ ସମ୍ପୂର୍ଣ୍ଣ ପୋଡ଼ିଯାଇଥିବା ଘର ପାଇଁ ପରିବାର ପିଛା ୯୫,୧୦୦ ଟଙ୍କା, ବାସନକୁସନ ଓ ଲୁଗାପଟା ପାଇଁ ଯଥାକ୍ରମେ ୨୦୦୦ ଓ ୧୮୦୦ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦିଆଯାଇଛି । ଏତଦ୍‌ ବ୍ୟତୀତ ଘରପୋଡ଼ି ଦ୍ୱାରା କ୍ଷତିଗ୍ରସ୍ତ ଲୋକଙ୍କୁ ଅସ୍ଥାୟୀ ବାସଗୃହ ପାଇଁ ପଲିଥିନ୍‌ ଏବଂ ସାମୟିକ ଭାବେ ରନ୍ଧା ଓ ସୁଖିଲା ଖାଦ୍ୟର ବ୍ୟବସ୍ଥା ମଧ୍ୟ କରାଯାଇଛି । ସୂଚନାଯୋଗ୍ୟ ୨୦୨୧-୨୨ରେ ଅନୁଗୁଳରେ ୯୩ଟି ଓ ବଲାଙ୍ଗୀରରେ ୧୨ଟି ଘର ପୋଡ଼ିଛିଛ ବାଲେଶ୍ୱରରେ ୧୨୪, ବରଗଡ଼ରେ ୯, ଭଦ୍ରକରେ ୫୭, ବୌଦ୍ଧରେ ୨୭, କଟକରେ ୨୦୩, ଦେବଗଡ଼ରେ ୯, ଢେଙ୍କାନାଳରେ ୧୩୯, ଗଜପତିରେ ୨୪, ଜଗତସିଂହପୁରରେ ୧୩୯, ଯାଜପୁରରେ ୨୫୨, କଳାହାଣ୍ଡିରେ ୨, କନ୍ଧମାଳରେ ୩୮, କେନ୍ଦ୍ରାପଡ଼ାରେ ୨୧୦, କେନ୍ଦୁଝରରେ ୮୦, ଖୋର୍ଦ୍ଧାରେ ୨୮, କୋରାପୁଟରେ ୧୫, ମାଲକାନଗିରିରେ ୧୯, ମୟୂରଭଞ୍ଜରେ ୮୬, ନବରଙ୍ଗପୁରରେ ୩୬, ନୟାଗଡ଼ରେ ୪୯, ପୁରୀରେ ୧୮୫, ରାୟଗଡ଼ାରେ ୨୧ ଓ ସମ୍ବଲପୁରରେ ୩୨ଟି ଘର ପୋଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶ୍ରୀମନ୍ଦିରକୁ ମୋବାଇଲ ନେଇପାରିବେନି ପୋଲିସ କର୍ମଚାରୀ

ଶ୍ରୀମନ୍ଦିରକୁ ମୋବାଇଲ ନେଇପାରିବେନି ପୋଲିସ କର୍ମଚାରୀ

Read More...

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ସେଣ୍ଟର ଉଦ୍‌ଘାଟିତ: ଆଇଟିରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ସେଣ୍ଟର ଉଦ୍‌ଘାଟିତ: ଆଇଟିରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page