ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ସେଣ୍ଟର ଉଦ୍‌ଘାଟିତ: ଆଇଟିରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ

November 24, 2022, ଓଡ଼ିଶା, , Anupambharat News Bureau


ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ସେଣ୍ଟର ଉଦ୍‌ଘାଟିତ: ଆଇଟିରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ: ମୁଖ୍ୟମନ୍ତ୍ରୀ
Anupambharat News Bureau
November 24, 2022


ଭୁବନେଶ୍ୱର, ୨୪ା୧୧(ଅନୁପମ ମିଡ଼ିଆ):­ ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବିସ୍ତାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭୁବନେଶ୍ୱରର ଫର୍ଚୁନ ଟାୱାରରେ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଣ୍ଟ ସେଣ୍ଟର ଶୁଭ ଉଦ୍‌ଘାଟନ କରିଛନ୍ତି । ଏହି ନୂତନ କେନ୍ଦ୍ର ଭାରତର ପ୍ରଯୁକ୍ତି ଉତ୍ସ କେନ୍ଦ୍ର ଭାବରେ ଓଡ଼ିଶାର ସ୍ଥିତିକୁ ଆହୁରି ମଜବୁତ୍‌ କରିବ ।
ଭାରତ ଏବଂ ଭାରତ ବାହାରେ ଥିବା ଗ୍ରାହକଙ୍କ ସେବାପାଇଁ ଉଦ୍ଦିଷ୍ଟ ଏହି ଇନୋଭେସନ୍‌ ସେରରେ ଏକ ହଜାରରୁ (୧୦୦୦) ଅଧିକ କର୍ମଚାରୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହା ବ୍ୟତୀତ ଆଗାମୀ ବର୍ଷମାନଙ୍କରେ ଓଡ଼ିଶାର ପ୍ରତିଭାବାନ୍‌ ଇଞ୍ଜିନିୟରମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ ।
ଏହି କେନ୍ଦ୍ର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ବିଗତ କିଛିବର୍ଷ ଧରି ଓଡ଼ିଶା ଆଇଟି କ୍ଷେତ୍ରରେ ଅନେକ ଦୂରଦୃଷ୍ଟିସମ୍ପର୍ଣ୍ଣ ପଦକ୍ଷେପ ନେଉଛି । ସୂଚନା ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଓଡ଼ିଶା ନିବେଶକଙ୍କ ପ୍ରଥମ ପସନ୍ଦ ହେବା ସହିତ ଆଇଟି କ୍ଷେତ୍ରରେ ରାଜ୍ୟ ଅଭିବୃଦ୍ଧିର ହାର ତ୍ୱରାନ୍ୱିତ ହୋଇପାରିଛି । ବର୍ତ୍ତମାନ ଓଡ଼ିଶା ଦ୍ରୁତଗତିରେ ଭାରତର ପ୍ରଯୁକ୍ତି ବିଜ୍ଞାନ ଉତ୍ସ କେନ୍ଦ୍ର ଭାବରେ ପରିଗଣିତ ହୋଇଛି ଏବଂ ଆମ ଯୁବପିଢ଼ିଙ୍କ ପାଇଁ ଅନେକ ନିଯୁକ୍ତି ସୃଷ୍ଟି କରିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛି ।’
ଭୁବନେଶ୍ୱରରେ ଉପଲବ୍ଧ ଆଇଟି ଅନୁକୂଳ ଇକୋସିଷ୍ଟମ ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନେକ ଆଇଟି କମ୍ପାନୀ ଏଠାରେ ନିବେଶ କରିବା ପାଇଁ ଆଗ୍ରହୀ । “ଓଡ଼ିଶାର ଅନୁକୂଳ ପରିବେଶ, ସରକାରୀ ସହାୟତା ଏବଂ ବିପୁଳ ମେଧା ନିବେଶକଙ୍କୁ ଅଧିକ ଆକୃଷ୍ଟ କରିଛି । ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଂଟ ସେଂଟର ଖୋଲିବାଦ୍ୱାରା ଆଇ.ଟି. କ୍ଷେତ୍ରରେ ଆଉ ଏକ ସ୍ୱତନ୍ତ୍ର ଅଧ୍ୟାୟ ଯୋଗ ହୋଇଛି ।” ଏହା ରାଜ୍ୟର ସକ୍ରିୟ ଆଇଟି ଇକୋସିଷ୍ଟମର ସୂଚନା ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସଚିବ, ମନୋଜ କୁମାର ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଆମେ ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ ଅଭିବୃଦ୍ଧି ସହିତ ନିଯୁକ୍ତି ସୁଯୋଗ ବୃଦ୍ଧି ପାଇଁ ମଧ୍ୟ ଏକ ଅନୁକୂଳ ପରିବେଶ ଯୋଗାଇବାକୁ ପ୍ରତିବଦ୍ଧ । ଓଡ଼ିଶାର ପରିବର୍ତନଶୀଳ କାହାଣୀରେ ଭାଗୀଦାର ହେବାକୁ ନିଷ୍ପତି ନେଇଥିବାରୁ ହାପିଏଷ୍ଟ ମାଇଣ୍ଡସ ଗ୍ଲୋବାଲ ଆଇଟି ଡେଭେଲପମେଂଟ ସେଣ୍ଟରକୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ସଚିବ ଏହା ମଧ୍ୟ କହିଥିଲେ ଯେ ଏହି କେନ୍ଦ୍ର ରାଜ୍ୟରେ ଆଇଟି ଇକୋସିଷ୍ଟମକୁ ଆହୁରି ବୃଦ୍ଧି କରିବ ଏବଂ ଓଡ଼ିଶାର ଯୁବକମାନଙ୍କ ପାଇଁ ଅନେକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।
ହାପିଏଷ୍ଟ ମାଇଣ୍ଡସ ଟେକ୍ନୋଲୋଜିର ଅଧ୍ୟକ୍ଷ ଅଶୋକ ସୋଟ୍ଟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ହାପିଏଷ୍ଟ ମାଇଣ୍ଡସର କେନ୍ଦ୍ର ପ୍ରତିଷ୍ଠା କରିବାରେ ସହାୟତା କରିଥିବାରୁ ଧନ୍ୟବାଦ ଜଣାଇବା ସହ ରାଜ୍ୟର ନୂତନ ଆଇଟି ନୀତିକୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏଥିସହ ଖୁବଶୀଘ୍ର ଭୁବନେଶ୍ୱରରେ ଏକ ସ୍ଥାୟୀ ଡେଭେଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ସେ ପ୍ରତିଶ୍ରୁତି ଦେଇଛନ୍ତି । ଏହି କ୍ୟାମ୍ପସ ରାଜ୍ୟର ଯୁବଗୋଷ୍ଠୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାରେ ବେଶ ସହାୟକ ହେବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ବର୍ଷକରେ ୨୧୬୭ ଘର ପୋଡିଛି  :ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

ବର୍ଷକରେ ୨୧୬୭ ଘର ପୋଡିଛି :ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

Read More...

ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ହୋହଲ୍ଳା : ସୁରୁଖୁରୁରେ ଚାଲି ପାରିଲାନି ପ୍ରଥମ ଦିନ

ଅର୍ଚ୍ଚନା ପ୍ରସଙ୍ଗରେ ଗୃହରେ ହୋହଲ୍ଳା : ସୁରୁଖୁରୁରେ ଚାଲି ପାରିଲାନି ପ୍ରଥମ ଦିନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page