ଶ୍ରୀମନ୍ଦିରକୁ ମୋବାଇଲ ନେଇପାରିବେନି ପୋଲିସ କର୍ମଚାରୀ

November 25, 2022, ଓଡ଼ିଶା, , Anupambharat News Bureau


ଶ୍ରୀମନ୍ଦିରକୁ ମୋବାଇଲ ନେଇପାରିବେନି ପୋଲିସ କର୍ମଚାରୀ
Anupambharat News Bureau
November 25, 2022


ପୁରୀ,୨୫ା୧୧(ଅନୁପମ ମିଡ଼ିଆ):ଏଣିକି ଶ୍ରୀମନ୍ଦିର ପରିସରକୁ ମୋବାଇଲ (ସ୍ମାଟ୍‌ ଫୋନ୍‌)ନେଇପାରିବେନି ପୋଲିସ କର୍ମଚାରୀ । ପୁରୀ ଏସ୍‌ପି କନୱାର ବିଶାଳ ସିଂ ଶ୍ରୀମନ୍ଦିରରେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ଓ ହୋମଗାର୍ଡ଼ମାନଙ୍କ ଲାଗି ଏଭଳି ମାର୍ଗଦର୍ଶିକା ଜାରି କରିଛନ୍ତି । ଆସନ୍ତାକାଲିଠାରୁ କଟକଣା କାର୍ଯ୍ୟକାରୀ ହେବ । ସାମାଜିକ ଗଣମାଧ୍ୟମରେ ଶ୍ରୀମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ ହେବା ପରେ ସୁରକ୍ଷା ଦୃଷ୍ଟିରୁ ଏସ୍‌ପିଙ୍କ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ଏସ୍‌ପିଙ୍କ ଏଭଳି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି । ତେବେ ଆଇଆଇସି ଓ ବରିଷ୍ଠ ପୋଲିସ ଅଧିକାରୀମାନେ ଆବଶ୍ୟକତା ଦୃଷ୍ଟିରୁ ଶ୍ରୀମନ୍ଦିର ପରିସରରେ ମୋବାଇଲ (ସ୍ମାଟ୍‌ ଫୋନ୍‌)ବ୍ୟବହାର କରିପାରିବେ ବୋଲି ଏସ୍‌ପି କହିଛନ୍ତି । ଗତ ୧୯ ତାରିଖ ଶନିବାର ଆକାଶ ଚୌଧୁରୀ ନାମକ ଜଣେ ବଙ୍ଗୀୟ ପର୍ଯ୍ୟଟକ ତାଙ୍କ ଫେସ୍‌ ବୁକ ଆକାଉଣ୍ଟରେ ଶ୍ରୀମନ୍ଦିର ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଥିଲେ । ପ୍ରଥମ ଥର ଲାଗି ସାମାଜିକ ଗଣମାଧ୍ୟମରେ ରତ୍ନ ସିଂହାସନର ଫଟୋ ଭାଇରାଲ ହେବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଘଟଣା ସମ୍ପର୍କରେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ସୂଚନା ପ୍ରଯୁକ୍ତି ବିଦ୍ୟା ଓ ଶ୍ରୀମନ୍ଦିର ଆଇନ୍‌ର ବିଭିନ୍ନ ଧାରରେ ମାମଲା ରୁଜୁ କରିଛି । ତେବେ ପୂର୍ବରୁ ମଧ୍ୟ ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଭିରର ଫଟୋ ଭାଇରାଲ ହୋଇଛି । ଗତବର୍ଷ ଫେବୃଆରୀରେ ସୋସିଆଲ ମିଡ଼ିଆର ଇନ୍‌ଷ୍ଟାଗ୍ରାମରେ (ଇଣ୍ଡିଆନ୍‌ ଟେମ୍ପଲ୍ସ ଓ ସାଳିନୀ ପାସି)ଦୁଇଟି ଆଇଡ଼ିରେ ଦୁଇଟି ଫଟୋ ଦେଖିବାକୁ ମିଳଥିଲା । ତତ୍କାଳୀନ ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ସ୍ୱପ୍ନ ରଞ୍ଜନ ମହାପାତ୍ର ସେହି ସମୟରେ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ପୂର୍ବରୁ ପିଣ୍ଟୁ ମହାପାତ୍ର ନାମକ ଜଣେ ଯୁବକଙ୍କ ଫେସ୍‌ ବୁକ୍‌ ଆକାଉଣ୍ଟରେ ମଧ୍ୟ ଆନନ୍ଦ ବଜାରରେ ମହାପ୍ରସାଦ ସହିତ ସେଲଫିର ଫଟୋ ଭାଇରାଲ ହୋଇଥିଲା । ତାହ ପୂର୍ବରୁ ଦୁଇଜଣ ଯୁବତୀ ଶ୍ରୀମନ୍ଦିର ଭିତରର ଭିଡିଓ ପୋଷ୍ଟ କରିଥିଲେ । ସେହି ଘଟଣା ପରେ ପୋଲିସ ନିରାକାରପୁର ଅଞ୍ଚଳର ଯୁବତୀଙ୍କୁ ଉଠାଇ ଆଣିଥିଲେ ମଧ୍ୟ ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିଲା । ଶ୍ରୀମନ୍ଦିର ଭିତରକୁ ମୋବାଇଲ ବାରଣ କରାଯାଇଥିବାବେଳେ ବାରମ୍ବାର କପରି ଶ୍ରୀମନ୍ଦିର ଭିରର ଫଟୋ ଭାଇରାଲ ହେଉଛି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ବୁଦ୍ଧିଜୀବୀମାନେ ଏଭଳି ଫଟୋ ଭାଇରାଲ ଘଟଣା ପାଇଁ ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ
ଦାୟୀ କରୁଛନ୍ତି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ଫୋନ୍‌ ଓ କ୍ୟାମେରା ନେବା ଲାଗି ସାଧାରଣ ଦର୍ଶନାର୍ଥୀଙ୍କୁ ବାରଣ କରାଯାଇଥିଲେ ମଧ୍ୟ ସେବାୟତ,ମନ୍ଦିର ପ୍ରଶାସନର କର୍ମଚାରୀ ଓ ପୋଲିସ କର୍ମଚାରୀମାନଙ୍କୁ ସେଥିରୁ ବାରଣ କରାଯାଇଥିଲା । ତେବେ ଏସ୍‌ପି ଶ୍ରୀମନ୍ଦିରକୁ ମୋବାଇଲ ନେବା ଲାଗି ପୋଲିସ କର୍ମଚାରୀମାନଙ୍କ ପାଇଁ ଆଜି କଟକଣା ଜାରି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

ଚାଷୀ ପ୍ରସଙ୍ଗରେ ଗୃହ ଅଚଳ

Read More...

 ବର୍ଷକରେ ୨୧୬୭ ଘର ପୋଡିଛି  :ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

ବର୍ଷକରେ ୨୧୬୭ ଘର ପୋଡିଛି :ଗଞ୍ଜାମ ଜିଲ୍ଲାରେ ସର୍ବାଧିକ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page