ଆଖିବୁଜିଲା ପ୍ରେମା

October 28, 2022, ଓଡ଼ିଶା, , Anupambharat News Bureau


ଆଖିବୁଜିଲା ପ୍ରେମା
Anupambharat News Bureau
October 28, 2022


ଭୁବନେଶ୍ୱର, ୨୮ ।୧୦ (ଅନୁପମ ମିଡିଆ):­ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୟସ୍କା ହାତୀ ପ୍ରେମା(୫୮)ର ଶୁକ୍ରବାର ଅପରାହ୍ନରେ ମୃତ୍ୟୁ ହୋଇଛି । ଅସୁସ୍ଥ ଥିବାରୁ ଗତକାଲିଠାରୁ ପ୍ରେମାର ଚିକିତ୍ସା ଚାଲିଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଛି ।
ଗତକଲିଠାରୁ ପ୍ରେମା ହାତୀଶାଳର ଚଟାଣରେ ଶୋଇ ରହୁଥିଲା । ଗୋଡ ଲଗାଇ ଉଠି ଛିଡା ହୋଇ ପାରୁ ନ ଥିଲା । ପ୍ରେମାକୁ ଉଠାଇ ଛିଡା କରିବା ଲାଗି ବିଶେଜ୍ଞଙ୍କ ସହାୟତା ଲୋଡା ଯାଇଥିଲା । ଏଥିଲାଗି ଅବସରପ୍ରାପ୍ତ ସହକାରୀ ନିର୍ଦ୍ଦେଶକ କମଳ ଲୋଚନ ପୁରୋହିତ, କେନ୍ଦ୍ରୀୟ ଚିଡିଆଖାନା ସଂଯୋଜକ ତଥା ଓୟୁଏଟି ପ୍ରାଣୀ ଚିକିତ୍ସା ଔଷଧ ବିଭାଗର ପ୍ରଫେସର ନିରଞ୍ଜନ ସାହୁ ଓ ଚନ୍ଦକାରୁ ଜଣେ ମାହୁନ୍ତ ଆସିଥିଲେ ।
ସେମାନଙ୍କ ତତ୍ୱାବଧାନରେ ପ୍ରେମା ପେଟ ତଳେ ବେଲଟ ବାନ୍ଧି ହାଇଡ୍ରା ମେସିନ ସାହାଯ୍ୟରେ ତାକୁ ଚଟାଣରୁ ଉଠାଯାଇଥିଲା । ଉଠିବା ପରେ ସେ ଆଗ ଗୋଡ ତଳେ ଲଗାଇ ଛିଡା ହେବାକୁ ଅକ୍ଷମ ହୋଇଥିଲା । ଗୋଡରେ ସଂକ୍ରମଣ ଥିବାରୁ ପୂର୍ବରୁ ଅସ୍ତ୍ରୋପଚାର କରାଯାଇଥିଲେ ହେଁ ତାହା ଭଲ ହୋଇ ନଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
  ଚିନି ରପ୍ତାନୀ ଉପରେ ଲାଗିଲା ଆଉ ବର୍ଷେ କଟକଣା

ଚିନି ରପ୍ତାନୀ ଉପରେ ଲାଗିଲା ଆଉ ବର୍ଷେ କଟକଣା

Read More...

ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ : ଶାନ୍ତିର କୌଣସି ବିକଳ୍ପ ନାହିଁ ­ :ନବୀନ

ଧଉଳି ଶାନ୍ତି ସ୍ତୁପର ସ୍ୱର୍ଣ୍ଣ ଜୟନ୍ତୀ : ଶାନ୍ତିର କୌଣସି ବିକଳ୍ପ ନାହିଁ ­ :ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page