ଚିନି ରପ୍ତାନୀ ଉପରେ ଲାଗିଲା ଆଉ ବର୍ଷେ କଟକଣା

October 29, 2022, ଦେଶ, , Anupambharat News Bureau


  ଚିନି ରପ୍ତାନୀ ଉପରେ ଲାଗିଲା ଆଉ ବର୍ଷେ କଟକଣା
Anupambharat News Bureau
October 29, 2022


ନୂଆଦିଲ୍ଲୀ:ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ନିୟମିତ ପଦକ୍ଷେପ ନେଉଛନ୍ତି । ଏହିକ୍ରମରେ ସରକାରଙ୍କ ଦ୍ୱାରା ଚିନି ରପ୍ତାନୀ ଉପରେ ଥିବା ରୋକକୁ ଆଉ ବର୍ଷକ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ୩୧ ଅକେଫାବର ୨୦୨୩ ପର୍ଯ୍ୟନ୍ତ ରପ୍ତାନୀ ରୋକ ଲାଗିଛି । ଏହି ନିଷ୍ପତ୍ତି ସରକାର ଏପରି ଏକ ସମୟରେ ନେଇଛନ୍ତି ଯେତେବେଳେ ଖାଦ୍ୟ ଉତ୍ପାଦ ମୂଲ୍ୟ ବୃଦ୍ଧି ଯୋଗୁ ସାରା ବିଶ୍ୱରେ ତୀବ୍ର ମୂଲ୍ୟ ବୃଦ୍ଧି ହେଉଛି । ଏହା ପୂର୍ବରୁ ସରକାର ଏହି କଟକଣାକୁ ୩୧ ଅକେଫାବର ୨୦୨୨ ପର୍ଯ୍ୟନ୍ତ ଲାଗୁ କରିଥିଲେ ।
ଡାଇରେକଫର ଜେନେରାଲ ଅଫ ଫରେନ ଟ୍ରେଡ(ଡିଜିଏଫଟି) ପକ୍ଷରୁ ଜାରି ବୟାନ ଅନୁସାରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ବିଦେଶକୁ ଚିନି ରପ୍ତାନୀ ବନ୍ଦ ରହିବ । ତେବେ ଏହି ରୋକ ସିଏକ୍ସଏଲ ଓ ଟିଆରକ୍ୟୁ କୋଟା ଇୟୁରୋପୀୟ ୟୁନିୟନ ଓ ଆମେରିକାକୁ କରାଯାଉଥିବା ଚିନି ରପ୍ତାନୀ ଉପରେ ପ୍ରଜୁଯ୍ୟ ନୁହେଁ । ଏହାର ଅର୍ଥ ପୂର୍ବ ପରି ଏବେବି ଏହି ଦେଶମାନଙ୍କୁ ଚିନି ରପ୍ତାନୀ ଜାରି ରହିବ ।
ବର୍ତ୍ତମାନ ସମୟରେ ଭାରତ ବିଶ୍ୱରେ ଚିନିର ସବୁଠୁ ବଡ଼ ଉତ୍ପାଦକ ଦେଶ । ଏଥିରେ ଚଳିତ ବର୍ଷ ଚିନି ରପ୍ତାନୀ ଲାଗି ବିଶ୍ୱର ଦ୍ୱିତୀୟ ରପ୍ତାନୀକାରୀ ଦେଶରେ ପରିଣତ ହୋଇଛି । ଏଥିରେ ଦେଶରେ ବଢି ଚାଲିଥିବା ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ଚିନି ରପ୍ତାନୀ ଉପରେ ରୋକ ମଧ୍ୟ ଏକ ବଡ଼ ତଥା ବଳିଷ୍ଠ ପଦକ୍ଷେପ ବୋଲି କୁହାଯାଉଛି ।ଏହା ପୂର୍ବରୁ କେନ୍ଦ୍ର ସରକାର ଗହମ ରପ୍ତାନୀ ଉପରେ ରୋକ ଲଗାଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୁର୍ବଳ ହେଉଛି ଡଲାର

ଦୁର୍ବଳ ହେଉଛି ଡଲାର

Read More...

ଆଖିବୁଜିଲା ପ୍ରେମା

ଆଖିବୁଜିଲା ପ୍ରେମା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page