ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌

May 10, 2019, କ୍ରୀଡ଼ା, , Anupambharat News Bureau


ଷ୍ଟିମାକ୍‌ ହେବେ ଭାରତର ପରବର୍ତ୍ତୀ ଫୁଟ୍‌ବଲ୍‌ କୋଚ୍‌
Anupambharat News Bureau
May 10, 2019

ନୂଆଦିଲ୍ଲୀ,୯ ।୫: କ୍ରୋଏସିଆର ପୂର୍ବତନ ଖେଳାଳି ତଥା ମ୍ୟାନେଜର ଇଗୋର ଷ୍ଟିମାକ୍‌ ଭାରତୀୟ ପୁରୁଷ ଫୁଟ୍‌ବଲ ଦଳର ପରବର୍ତ୍ତୀ କୋଚ୍‌ ଭାବେ ନିଯୁକ୍ତ ହେବେ । ଏନେଇ ସର୍ବଭାରତୀୟ ଫୁଟ୍‌ବଲ୍‌ ସଂଘ (ଏଆଇଏଫ୍‌ଏଫ୍‌)ର ଟେକ୍ନିକାଲ କମିଟି ଷ୍ଟିମାକ୍‌ଙ୍କ ନାମ ସୁପାରିସ କରିଛି । ଶ୍ୟାମ ଥାªାଙ୍କ ଅଧ୍ୟକ୍ଷତାରେ ଗୁରୁବାର ଟେକ୍ନିକାଲ କମିଟି କୋଚ୍‌ ପଦ ପାଇଁ ଚାରି ପ୍ରାର୍ଥୀଙ୍କ ସାକ୍ଷାତକାର ନେଇଥିଲା । ଷ୍ଟିମାକ୍‌ଙ୍କ ସମେତ କୋଚ୍‌ ଦୌଡ଼ରେ ଆଲବର୍ଟ ରୋକା, ହାକାନ୍‌ ଏରିକସନ୍‌ ଓ ଲି ରହିଥିଲେ । ତେବେ ଟେକ୍ନିକାଲ କମିଟି ଷ୍ଟିମାକ୍‌ଙ୍କ ନାମ ଚୂଡାନ୍ତ କରିଥିଲା । ନିଜ ୧୪ ବର୍ଷର କୋଚିଂ କ୍ୟାରିୟରରେ ଷ୍ଟିମାକ୍‌ କ୍ରୋଏସିଆ ଟିମ୍‌ ପାଇଁ ଦୁଇବର୍ଷ କାର୍ଯ୍ୟ କରିଥିବାବେଳେ ହାଜଦୁକ୍‌, ସ୍ପ୍ଲିଟ୍‌, ସିବାଲିଆ, ଏନ୍‌କେ ଜାଗ୍ରେବ୍‌, ଜାଦର, ଇରାନୀୟ କ୍ଲବ୍‌ ସେଫାନ୍‌ ଓ କାତାରର ଅଲ୍‌ ସାହାନିଆ ଭଳି କ୍ଲବ୍‌ର କୋଚ୍‌ ଦାୟିତ୍ୱ ବି ତୁଲାଇଛନ୍ତି । ଜଣେ ଖେଳାଳି ଭାବେ ସେ କ୍ରୋଏସିଆ ତରଫରୁ ୫୩ଟି ମ୍ୟାଚ୍‌ରେ ପ୍ରତିନିଧିତ୍ୱ କରିଛନ୍ତି । ୧୯୯୮ ଫିଫା ବିଶ୍ୱକପ୍‌ରେ ବ୍ରୋଞ୍ଜ ବିଜୟୀ କ୍ରୋଏସିଆ ଦଳର ବି ସେ ସଦସ୍ୟ ଥିଲେ ।
ଭାରତୀୟ ଦଳର କୋଚ୍‌ ପାଇଁ ରୋକା ମୁଖ୍ୟ ଦାବିଦାର ଥିଲେ । ତାଙ୍କ କୋଚିଂରେ ବେଙ୍ଗାଲୁରୁ ଏଫ୍‌ସି ୨୦୧୬ରେ ଏଏଫ୍‌ସି କପ୍‌ର ଫାଇନାଲ୍‌କୁ ଉନ୍ନୀତ ହୋଇଥିଲା । ଏହାଛଡ଼ା ରୋକାଙ୍କ ତତ୍ତ୍ୱାବଧାନରେ ବେଙ୍ଗାଲୁରୁ ଫେଡେରେସନ୍‌ କପ୍‌, ସୁପର କପ୍‌ ଟାଇଟଲ୍‌ ସହ ୨୦୧୭ ଆଇଏସ୍‌ଏଲ୍‌ରେ ରନର୍ସ ଅପ୍‌ ହୋଇଥିଲା ।
ତେବେ ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ପାଇଁ ସେ ଦାବି କରିଥିବା ପାରିଶ୍ରମିକ ଏଆଇଏଫ୍‌ଏଫ୍‌ ଟେକ୍ନିକାଲ କମିଟିର ଗ୍ରହଣୀୟ ହୋଇନଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇପିଏଲ୍‌ ଫାଇନାଲ୍‌  ଟିକେଟ୍‌ ୨ ମିନିଟ୍‌ରେ ଶେଷ

ଆଇପିଏଲ୍‌ ଫାଇନାଲ୍‌ ଟିକେଟ୍‌ ୨ ମିନିଟ୍‌ରେ ଶେଷ

Read More...

ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

ଜାତୀୟ ବାସ୍କେଟ୍‌ ବଲ୍‌ରେ ବ୍ରହ୍ମପୁରର ଦୁଇ ଖେଳାଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page