କପଫର ଦୁର୍ଘଟଣାରେ ସାତ ମୃତ

October 18, 2022, ଦେଶ, , Anupambharat News Bureau


କପଫର ଦୁର୍ଘଟଣାରେ ସାତ ମୃତ
Anupambharat News Bureau
October 18, 2022


ହରିଦ୍ୱାର,୧୮ା୧୦: ଉତ୍ତରାଖଣ୍ଡରେ ମଙ୍ଗଳବାର ଏକ ହେଲିକପଫର ଦୁର୍ଘଟଣାରେ ଜଣେ ପାଇଲଟଙ୍କ ସମେତ ୭ ଜଣ ମୃତୁ୍ୟବରଣ କରିଥିବା ଘଟଣା ସମଗ୍ର ରାଜ୍ୟରେ ଶୋକାକୁଳ ବାତାବରଣ ସୃଷ୍ଟି କରିଛି । ମଙ୍ଗଳବାର ପୂର୍ବାହ୍ନ ୧୧.୪୦ ମିନିଟ ସମୟରେ କେଦାରନାଥ ଠାରୁ ତୀର୍ଥଯାତ୍ରୀମାନେ ଗୁପ୍ତକାଶୀ ଉଡ଼ାଣ କରୁଥିବା ସମୟରେ ଫାଟା ଠାରେ ଏହି ହେଲିକପଫର ଦୁର୍ଘଟଣା ଘଟିଛି । କପଫର ପାଇଲଟଙ୍କ ସମେତ ୬ଜଣ ତୀର୍ଥଯାତ୍ରୀ ଜୀବନ ହରାଇଛନ୍ତି । ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ସରଜମିନ ତଦନ୍ତ କରାଗଲେ ଦୁର୍ଘଟଣାର କାରଣ ଜଣାପଡିବ ବୋଲି ଉତ୍ତରାଖଣ୍ଡ ବେସାମରିକ ବିମାନ ଚଳାଚଳ ଉନ୍ନୟନ କର୍ତ୍ତୃପକ୍ଷ ସି.ରବିଶଙ୍କର ସ୍ପଷ୍ଟ କରିଛନ୍ତି । କେଦାରନାଥ ଧାମ ଠାରୁ ମାତ୍ର ଦୁଇ କିଲୋମିଟର ଦୂରରେ ଥିବା ଗରୁଡ଼ାଚଟିରେ ଏକ ଘରୋଇକମ୍ପାନୀର ହେଲିକପଫର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । କପଫରଟି ଦୁର୍ଘଟଣା ସଙ୍ଗେ ସଙ୍ଗେ ବିସ୍ପୋରଣ ଘଟିଥିବା ଜଣାପଡିଛି । ଗୁପ୍ତକାଶୀରୁ କେଦାରନାଥ ଅଭିମୁଖେ ଯାତ୍ରା ସମୟରେ ଏହି ଦୁର୍ଘଟଣା ହୋଇଥିବା ବେଳେ ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି । ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ କିଛିଦିନ ହେବ ପାଗ ଖରାପ ଥିବାବେଳେ ଲଗାତାର ବର୍ଷା ଜାରି ରହିଛି । ତେବେ ପାଗ ଖରାପ ଯୋଗୁଁ ଏପରି ଦୁର୍ଘଟଣା ହୋଇଥାଇ ପାରେ ବୋଲି ଉକ୍ତ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ଠିକ୍‌ ସେହିଭଳି ପ୍ରତିକୂଳ ପାଗ ଯୋଗୁଁ ଦୁର୍ଘଟଣା ଘଟିପାରେ ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ରାଜ୍ୟ ସରକାରଙ୍କ ସହିତ ପରିସ୍ଥିତି ସମ୍ପର୍କରେ ନିରୀକ୍ଷଣ କରୁଛନ୍ତି ବୋଲି ବେସାମରିକ ବିମାନ ଚଳାଚଳ କେନ୍ଦ୍ର ମନ୍ତ୍ରୀ ଜ୍ୟୋତିରାଦିତ୍ୟା ଏମ୍‌. ସିନ୍ଧିଆ ଟୁଇଟ୍‌ କରି କହିଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗଭୀର ଶୋକବାର୍ତ୍ତା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଉଦ୍ଦେଶ୍ୟରେ ସମବେଦନା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

Read More...

 ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ  ଯାଇ ଛ’ଙ୍କୁ ଧରିଲେ

ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ ଯାଇ ଛ’ଙ୍କୁ ଧରିଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page