ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ ଯାଇ ଛ’ଙ୍କୁ ଧରିଲେ

October 18, 2022, ଓଡ଼ିଶା, , Anupambharat News Bureau


 ପୋଲିସର ଦଲାଲ ମୁକ୍ତ ଅଭିଯାନ : ରୋଗୀ ବେଶରେ  ଯାଇ ଛ’ଙ୍କୁ ଧରିଲେ
Anupambharat News Bureau
October 18, 2022


ବ୍ରହ୍ମପୁର, ୧୮ା୧୦(ଅନୁପମ ମିଡ଼ିଆ): ବ୍ରହ୍ମପୁର ବଡ଼ଡାକ୍ତଖାନାକୁ ଦଲାଲ୍‌ ମୁକ୍ତ ପାଇଁ ପୋଲିସ୍‌ ନାଟକୀୟ ଢ଼ଙ୍ଗରେ ଚଢ଼ାଉ କରି ସାତ ଜଣଙ୍କୁ ଗିରଫ କରିଥିବା ବ୍ରହ୍ମପୁର ଏସ୍‌ପି ଡ. ସର୍ବଣା ବିବେକ୍‌ ଏମ୍‌ ସୂଚନା ଦେଇଛନ୍ତି । ବ୍ରହ୍ମପୁର ଏସପି ଡ.ସର୍ବଣା ବିବେକ୍‌ ଏମ୍‌ ଏକ ପ୍ରେସ୍‌ ବିବୃତ୍ତିରେ କହିଛନ୍ତି ଯେ, ସରକାରଙ୍କ ପକ୍ଷରୁ ଚିକିତ୍ସା, ନିଦାନ, ରୋଗ ପରିକ୍ଷା ତଥା ଔଷଧ ମାଗଣାରେ ଉପଲବ୍ଧ ହେଉଥିବା ବେଳେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସୁଥିବା ବହୁ ଅସହାୟ, ନିଃସହାୟ ରୋଗୀଙ୍କୁ ବହୁ ଦଲାଲ୍‌ ତଥା ଖୋଦ୍‌ କିଛି କର୍ମଚାରୀ ଦଲାଲ୍‌ ସାଜି ରୋଗୀଙ୍କୁ ଉତ୍ତମ ଚିକିତ୍ସାର ପ୍ରଲୋଭନ ଦେଖାଇ ଘରୋଇ ନର୍ସିଂ ହୋମ୍‌, ବିଭିନ୍ନ ରୋଗ ପରିକ୍ଷା ପାଇଁ ଘରୋଇ ପାଥୋଲୋଜି୍‌, ନିଦାନ କେନ୍ଦ୍ରକୁ ଚାଲାଣ କରୁଥିବା ଅଭିଯୋଗ ହୋଇଆସୁଥିଲା । ଏହି ଭଳି ଅଭିଯୋଗକୁ ଏସ୍‌ପି ଗୁରୁତ୍ୱଦେଇ ଆଜି ବ୍ରହ୍ମପୁର ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ନେତୃତ୍ୱରେ ବୈଦ୍ୟନାଥପୁର ଥାନା ଆଇଆଇସି ରାମ କୁମାର ମୁର୍ମୁ, ଟାଉନ୍‌ ଥାନା ଆଇଆଇସି ସୁରେଶ ତ୍ରିପାଠୀ, ମେଡିକାଲ୍‌ ଫାଣ୍ଡି ଅଧିକାରୀ ଭୈରବ କୁମାର ଭୁୟାଁଙ୍କୁ ନେଇ ୧୫ଜଣିଆ ପୋଲିସ ଟିମ୍‌କୁ ଆଜି ସକାଳୁ ରୋଗୀ ବେଶରେ ବଡ଼ଡାକ୍ତରଖାନାରେ ପହଞ୍ଚିଥିଲେ । ସେଠାରେ ଉକ୍ତ ଟିମ୍‌ ଗାଉଁଲିଆ ବେଶରେ ହାଫ୍‌ ପ୍ୟାଣ୍ଟ୍‌ ସହ ମଇଳା ସାର୍ଟ ପିନ୍ଧ ରୋଗୀ ବେଶରେ ସର୍ଜରୀ, ନୁ୍ୟରୋଲୋଜି, ଅସ୍ଥିଶଲ୍ୟ, ଭେଷଜ ଆଦି ବିଭାଗରେ ଟିକେଟ୍‌ କରି ଯାଇଥିବା ଏବଂ କେତକ ଡାକ୍ତର ଖାନାର ଅଲଟ୍ରାସାଉଣ୍ଡ, ପାଥୋଲୋଜି, ନିରାମୟ କେନ୍ଦ୍ରରେ ଧାଡ଼ିରେ ଠିଆହୋଇଥିବା ବେଳେ କିଛି ଦଲାଲ୍‌ ପୋଲିସ ଟିମ୍‌କୁ ରୋଗୀ ଭାବି ପ୍ରଲୋଭିତ କରିବା ବେଳେ ତୁରନ୍ତ ରୋଗୀ ବେଶରୁ ବାହାରି ପୋଲିସ ଟିମ୍‌ ୨ଜଣ ଅସ୍ଥାୟୀ ଚତୁର୍ଥ ଶ୍ରେଣୀ କର୍ମଚାରୀ ସମେତ ୬ଜଣଙ୍କୁ ଧରିଥିବା ଜଣାପଡ଼ିଛି । ସେମାନଙ୍କ ଠାରୁ ପୋଲିସ ଗୋଟିଏ ଅଟୋ ରିକ୍ସା ୫ଟି ମୋବାଇଲ, ଆଇଡେଣ୍ଟ କାର୍ଡ଼, ନଗଦ ଟଙ୍କା ଜବତ କରିବା ସହ ସେମାନଙ୍କ ବିରୁଦ୍ଧରେ ଦଫା ୪୨୦/୩୪ରେ ଏକ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ପ୍ରକାଶ । ଏପରି ଦଲାଲ୍‌ଙ୍କୁ କାବୁ କରାଯିବା ପରେ ବିଭିନ୍ନ ମହଲରେ ପୋଲିସର କାର୍ଯ୍ୟକୁ ପ୍ରଶଂସା କରାଯାଇଛି । ସୂଚନା ଯୋଗ୍ୟଯେ, ଡାକ୍ତରଖାନାରେ ଦଲାଲଙ୍କୁ ଧରିବା ପାଇଁ ବିଶେଷ ଅଭିଯାନ ଆଗାମୀ ଦିନରେ ଜାରି ରହିବ ବୋଲି ଏସ୍‌ପି ଡ. ସର୍ବଣା ବିବେକ୍‌ ଏମ୍‌ ପ୍ରକାଶ କରିଛନ୍ତି ।
ପ୍ରକାଶଥାଉକି ବଡ଼ ମେଡ଼ିକାଲରେ କେତେକ ଡାକ୍ତରଙ୍କ ପ୍ରରୋଚନାରେ ଦଲାଲମାନେ କାର୍ଯ୍ୟ କରୁଛନ୍ତି । ଡାକ୍ତରଙ୍କ ଦ୍ୱାରା ପରୋକ୍ଷରେ ଚାଲୁଥିବା ନିର୍ସିଂହୋମକୁ ଏଠାରୁ ରୋଗୀଙ୍କୁ ଫୁସୁଲାଇ ଦଲାଲ ମାନେ ନେଇଥାନ୍ତି । ପ୍ରତ୍ୟେକ ରୋଗୀଙ୍କ ପାଇଁ ସେମାନେ କମିଶନ ପାଇଥାନ୍ତି । ପୋଲିସର ଏଭଳି ଚଢ଼ାଉ ନିୟମିତ ରହିଲେ ହିଁ ବଡ଼ ମେଡ଼ିକାଲ ଦଲାଲ ମୁକ୍ତ ହେବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କପଫର ଦୁର୍ଘଟଣାରେ ସାତ ମୃତ

କପଫର ଦୁର୍ଘଟଣାରେ ସାତ ମୃତ

Read More...

ଜୟଲଳିତାଙ୍କ ମୃତୁ୍ୟ ପଛରେ  ଶଶିକଳାଙ୍କ ହାତ!

ଜୟଲଳିତାଙ୍କ ମୃତୁ୍ୟ ପଛରେ ଶଶିକଳାଙ୍କ ହାତ!

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page