କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା

October 18, 2022, ଦେଶ, , Anupambharat News Bureau


କାଶ୍ମୀର ଉପତ୍ୟାକରେ ସ୍ଥିତି ସାଂଘାତିକ : ପୁଣି ଦୁଇ ଶ୍ରମିକଙ୍କୁ ହତ୍ୟା
Anupambharat News Bureau
October 18, 2022


ଶ୍ରୀନଗର,୧୮ା୧୦:ଭାରତରେ ଦୀର୍ଘ ବର୍ଷ ଧରି ଆତଙ୍କବାଦୀଙ୍କ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇପାରିଲା ନାହିଁ । ଗୋଟିଏ ପରେ ଗୋଟିଏ ସରକାର କେବଳ ଭାଷଣବାଜିରେ ଆତଙ୍କବାଦୀର ମୂଳପୋଛ କରିଦେବେ ବୋଲି କହିବା ବ୍ୟତୀତ ଏହାକୁ କାର୍ଯ୍ୟରେ ପରିଣତ କରିବା କଷ୍ଟକର ହୋଇପଡିଛି । ଆଗକୁ ଦୀପାବଳି ଥିବା ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସାହ ଉଦ୍ଦୀପନା ଦେଖାଦେଇଛି ।ତେବେ ଯୋଜନା ମୁତାବକ ଜାମ୍ମୁକାଶ୍ମୀରେ ପୁଣି ଆତଙ୍କୀ ଆକ୍ରମଣ ଘଟିଛି । ଆଜି ଦୁଇ ଜଣ ଶ୍ରମିକଙ୍କୁ ହତ୍ୟା କରାଯାଇଥିବା ସୂଚନାରୁ ପ୍ରକାଶ । ସୋପିଆନ ଜିଲ୍ଲାରେ ନିକଟରେ ଆତଙ୍କବାଦୀଙ୍କ ଦ୍ୱାରା କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଏହି ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଦୁଇ ଶ୍ରମିକ ଉତ୍ତରପ୍ରଦେଶ କନୌଜ ଜିଲ୍ଲାର ରାମ ସାଗର ଓ ମୋନିସ କୁମାର ବୋଲି ଜଣାପଡିଛି । ଏହି ଘଟଣାରେ ଲସ୍କର-ଇ-ତୋଇବାର ଜଣେ ହାଇବ୍ରିଡ୍‌ ଆତଙ୍କବାଦୀକୁ ଗିରଫ କରାଯାଇଛି । ପୋଲିସ ସୂଚନା ମୁତାବକ, ସୋମବାର ରାତିରେ ଶ୍ରମିକମାନେ ଘରେ ଶୋଇଥିବା ବେଳେ ଆତଙ୍କବାଦୀମାନେ ପ୍ରଥମେ ଗ୍ରେନେଡ୍‌ ମାଡ କରିଥିଲେ । ଏହାପରେ ଶ୍ରମିକଙ୍କ ଉପରେ ଆଖିବୁଜା ଗୁଳିମାଡ କରାଯାଇଥିଲା । ଏଥିରେ ଦୁଇ ଜଣ ଶ୍ରମିକ ମଧ୍ୟ ଆହତ ହୋଇଛନ୍ତି । ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶ୍ରମିକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ସେଠାରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଥିବା ବେଳେ ଜମ୍ମୁ-କଶ୍ମୀର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ ବିଜୟ କୁମାରଙ୍କ କହିବା ମୁତାବକ, ‘ଲସ୍କର-ଇ-ତୋଇବାର ଜଣେ ଆତଙ୍କବାଦୀ ଇମ୍ରାନ ବର୍ସିକୁ ଗିରଫ କରାଯାଇଛି । ଇମ୍ରାନ୍‌ ହିଁ ଶ୍ରମିକମାନେ ଶୋଇଥିବା ଅବସ୍ଥାରେ ଗ୍ରେନେଡ୍‌ ମାଡ କରିଥିଲା । ତାକୁ ପଚରାଉଚରା ଜାରି ରହିଛି । ନିକଟରେ ହାସଲ ହୋଇଥିବା ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ଜବାବ ତଥ୍ୟ ଅନୁଯାୟୀ ଜଣାପଡିଛି ଯେ, ତତ୍‌କାଳୀନ କଂଗ୍ରେସର ୧୦ ବର୍ଷର ଶାସନ ସମୟରେ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ଅନ୍ୟପକ୍ଷରେ ଚଳିତ ବିଜେପି ଶାସନ ସମୟରେ ଏହି ସଂଖ୍ୟା ଯଥେଷ୍ଟ କମ୍‌ ଥିବା ବେଳେ ଅଧିକ ସଂଖ୍ୟକ ଆତଙ୍କବାଦୀଙ୍କୁ ଗିରଫ କରାଯାଇପାରିଛି । ପୁଣି ଏହା ମଧ୍ୟ ଜଣାପଡିଛି ଯେ, ୨୦୦୪ରୁ ୨୦୨୨ ମଧ୍ୟରେ ମିଳିଥିବା ତଥ୍ୟ ଅନୁଯାୟୀ ୪୦୦୫ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୮୭୮ ଜଣଙ୍କୁ ଗିରଫ କରାଯାଇପାରିଛି । ସେହିପରି ୨୦୧୪ରୁ ୨୦୨୨ ଅଗଷ୍ଟ ମଧ୍ୟରେ (ଏନଡିଏର ସାଢ଼େ ୮ ବର୍ଷ ଶାସନ) ଦେଶରେ ୨,୧୨୩ ଆତଙ୍କବାଦୀ କାର୍ଯ୍ୟକଳାପ ସାମ୍ନାକୁ ଆସିଛି । ଏଥିରେ ୧୫୩୮ ଜଣ ଆତଙ୍କୀ ନିହତ ହୋଇଛନ୍ତି । କି;ୁ ଭାରତୀୟ ସୁରକ୍ଷାକର୍ମୀ ଏହି ସାଢ଼େ ୮ ବର୍ଷ ମଧ୍ୟରେ ୧୪୩୨ ଜଣ ଆତଙ୍କୀଙ୍କୁ ଗିରଫ କରିଛନ୍ତି । ଗତ ୧୮ ବର୍ଷ ଓ ୬ ମାସରେ ମୋଟ ୧୧,୪୫୩ ଆତଙ୍କୀ ହମଲା ହୋଇଥିବା ବେଳେ ୫,୫୩୪ ଜଣ ଆତଙ୍କୀ ନିହତ ହୋଇଛନ୍ତି ଓ ୨୩୧୦ ଜଣଙ୍କୁ ଜୀବନ୍ତ ଗିରଫ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ,  ଜଣେ ଗିରଫ

୪୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ବାଣ ଜବତ, ଜଣେ ଗିରଫ

Read More...

କପଫର ଦୁର୍ଘଟଣାରେ ସାତ ମୃତ

କପଫର ଦୁର୍ଘଟଣାରେ ସାତ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page