ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

October 18, 2022, ଓଡ଼ିଶା, , Anupambharat News Bureau


ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା
Anupambharat News Bureau
October 18, 2022


ଭୁବନେଶ୍ୱର, ୧୮ା୧୦(ଅନୁପମ ମିଡ଼ିଆ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ବୋଲି ଜଣାଯାଇଛି । ୨୨ରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ରହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ । ତେଣୁ ୨୨ରୁ ମତ୍ସ୍ୟଜୀବୀମାନଙ୍କୁ ଗଭୀର ସମୁଦ୍ରକୁ ଯିବାକୁ ମନା କରାଯାଇଛି । ସେହିପରି ସରକାରୀ କର୍ମଚାରୀମାନଙ୍କୁ ୨୩ରୁ ୨୫ ପର୍ଯ୍ୟନ୍ତ ହେଡକ ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ମହାନିର୍ଦ୍ଦେଶକ (ଡିଜି) ମୃତୁ୍ୟଞ୍ଜୟ ମହାପାତ୍ର କହିଛନ୍ତି ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ତତ୍‌ସଂଲଗ୍ନ ପଡ଼ୋଶୀ ଅଞ୍ଚଳ ଉପରେ ସୋମବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତରରେ ଅବସ୍ଥିତ ରହିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବଙ୍ଗୋପସାଗରର ଦକ୍ଷିଣ ପୂର୍ବ ଏବଂ ସଂଲଗ୍ନ ପୂର୍ବଦିଗରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଲଘୁଚାପଟି ଅଧିକ ଘନୀଭୂତ ହେବା ସହ ଏହାର ତୀବ୍ରତା ବଢ଼ିବ ଏବଂ ଏହା କେନ୍ଦ୍ରୀୟ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତିକରିବ । ୨୧ ତାରଖରୁ ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଆରମ୍ଭ ହୋଇପରେ । ୨୨ କିମ୍ବା ୨୩ ତାରିଖ ବେଳକୁ ଲଘୁଚାପଟି ଏକ ସାମୁଦ୍ରିକ ବାତ୍ୟାରେ ପରିଣତ ହୋଇପାରେ । ତେବେ, ଲଘୁଚାପ ସୃଷ୍ଟି ହେବାପରେ ହିଁ ଯାଇ ଏସବୁର ଏକ ଆକଳନ କରିହେବ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ଅକେଫାବର ମାସଟି ବଙ୍ଗୋପସାଗର ଓ ଓଡ଼ିଶା ପାଇଁ ବାତ୍ୟା ପ୍ରବଣ ମାସ । ତେବେ, ଏହାର ଅର୍ଥ ନୁହେଁ ଯେ ଅକେଫାବର ମାସରେ ସୃଷ୍ଟି ହେଉଥିବା ସବୁ ବାତ୍ୟା ଓଡ଼ିଶା ମୁହାଁ ବୋଲି କହିଛନ୍ତି ଆଇଏମଡି ଡିଜି ମୃତୁ୍ୟଞ୍ଜୟ ମହାପାତ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଗତକାଲିର ଘୂର୍ଣ୍ଣିବଳୟ ଆଜି ସକାଳ ସାଢ଼େ ୮ଟାରେ ପାଖାପାଖି ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତର୍ୀ ଅଞ୍ଚଳରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ୫.୮ କିମି ଯାଏଁ ବ୍ୟାପିଛି । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ ବୋଲି ଜଣାଯାଇଛି । ତେବେ ବାତ୍ୟା ହେଲେ ତାହା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେ ସମୟରେ ପବନର ବେଗ କେତେ ରହିବ ଏନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି । ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼ରେ ସର୍ବାଧିକ ୪୮.୨ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ସମ୍ବଲପୁର ଜିଲ୍ଲାର ବାମରାରେ ୪୧.୪, କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁରରେ ୩୫.୦, ସମ୍ବଲପୁର ଜିଲ୍ଲାର ସମ୍ବଲପୁରରେ ୨୮.୮, କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆରେ ୨୪.୨, ସୁନ୍ଦରଗଡ଼ ଜିଲ୍ଲାର ବରଗାଁରେ ୧୯.୮, ଗଞ୍ଜାମ ଜିଲ୍ଲାର ପୋଲସରାରେ ୧୮.୮, କଳାହାଣ୍ଡି
ଜିଲ୍ଲାର କଲମପୁରରେ ୧୮.୦, ସମ୍ବଲପୁର ଜିଲ୍ଲା ଯୁଯୁମରାରେ ୧୭.୪, କନ୍ଧମାଳ ଜିଲ୍ଲାର କେ. ନୂଆଗାଁରେ ୧୫.୨ ଏବଂ ଝାରସୁଗୁଡ଼ା ଜିଲ୍ଲାର ଝାରସୁଗୁଡ଼ାରେ ୧୫.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି । ଆଜି ଦିନର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୩୭.୦ ଡ଼ିଗ୍ରୀ ସେଲସିୟସ୍‌ ରହିଥିବା ବେଳେ ସର୍ବନିମ୍ନ ତାପମାତ୍ରା ନୟାଗଡ଼ରେ ୨୦.୫ ଡ଼ିଗ୍ରୀ ସେଲସିୟସ୍‌ ରେକର୍ଡ଼ କରାଯାଇଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଜାରୀ ହୋଇଥିବା ଟ୍ୱିଟ୍‌ରୁ ଏହି ସୂଚନା ମିଳିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

Read More...

ଜନ୍ମଦିନରେ କାର୍ଯ୍ୟବ୍ୟସ୍ତ ରହି ସକରାତ୍ମକ ବାର୍ତ୍ତା ଦେଲେ ନବୀନ

ଜନ୍ମଦିନରେ କାର୍ଯ୍ୟବ୍ୟସ୍ତ ରହି ସକରାତ୍ମକ ବାର୍ତ୍ତା ଦେଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page