ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା

October 18, 2022, ଓଡ଼ିଶା, , Anupambharat News Bureau


ଅର୍ଚ୍ଚନା ମାମଲାର ଏସଆଇଟି ତଦନ୍ତ ହେଉ : ତାରା
Anupambharat News Bureau
October 18, 2022


ଭୁବନେଶ୍ୱର, ୧୮ା୧୦(ଅନୁପମ ମିଡ଼ିଆ): ଲେଡି ବ୍ଲାକମେଲର୍‌ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଏସଆଇଟି ଗଠନ କରି ହାଇକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ କରିବାକୁ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଦାବି କରିଛନ୍ତି । ସେ କହିଛନ୍ତି ଅର୍ଚ୍ଚନା ନାଗ ଗଙ୍ଗାରେ ବିଜେପି ଓ ବିଜେଡିର ନେତା ବହୁତ ଗଧୋଇଛନ୍ତି । ବହୁ ଅର୍ଥ ଦେଇଛନ୍ତି । ଏଥିରେ ଅନେକ ଲୋକଙ୍କ ସମ୍ପୃକ୍ତି ଆସୁଛି । ବର୍ତ୍ତମାନ ମନ୍ତ୍ରୀ, ବିଧାୟକ ଓ ପ୍ରାଶାସନିକ ଅଧିକାରୀଙ୍କ ସଂପୃକ୍ତି ଆସୁଥିବାରୁ ପୋଲିସ ସ୍ଥାଣୁ ହୋଇଯାଇଛି । ସେହିପରି ଛୋଟ ଛୋଟ ପ୍ରସଙ୍ଗରେ ପୋଲିସ ସାମ୍ବାଦିକ ସମ୍ମିଳନୀ କରୁଛି । ଅର୍ଚ୍ଚନା ଘଟଣାରେ ୭୦ କୋଟି ଟଙ୍କାର କାରବାର ହୋଇଥିଲେ ବି ପୋଲିସ କିଛି ବି ତଥ୍ୟ ରଖୁନି ବୋଲି ସେ ଅଭିଯୋଗ କରିଛନ୍ତି । ଅର୍ଚ୍ଚନା ମାମଲା ଏକ ବଡ଼ ସେକ୍ସ୍‌ ସ୍କାଣ୍ଡାଲ । ଓଡ଼ିଶାର ସଂସ୍କୃତିକୁ ନଷ୍ଟ କରିଛନ୍ତି ରାଜ୍ୟ ସରକାର । ଏସଆଇଟି ଗଠନ କରାଯାଇ ହାଇକୋର୍ଟଙ୍କ ଜଣେ ବିଚାରପତିଙ୍କ ଦ୍ୱାରା ତଦନ୍ତ କରାଯାଉ । ସରକାର ସମ୍ପୂର୍ଣ୍ଣ ତଥ୍ୟ ରଖିବା ଆବଶ୍ୟକ ।
ଅପରପକ୍ଷରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ ପାତ୍ର କହିଛନ୍ତି, ଅର୍ଚ୍ଚନା ହେଉଛି ଅଳିଆ ଗଦା । ଯିଏ ନିଆଁ ଖାଇଛି ସେ ଅଙ୍ଗାର ହଗିବ । ତଦନ୍ତ ହେଉ । ଯେମିତି ହେବା କଥା ହେଉ । ଯିଏ ଧରା ପଡ଼ିବା କଥା ପଡ଼ିବ । ଯିଏ ଯାହା କରିଥିବ, ତାହାର ଫଳ ଭୋଗିବ । ନବୀନ ପଟ୍ଟନାୟକ ନିଜ ଲୋକଙ୍କୁ ବି ଛାଡ଼ି ନାହାନ୍ତି । ପ୍ରଦୀପ ପାଣିଗ୍ରାହୀ ତାହାର ଉଦାହରଣ ବୋଲି ମନ୍ତ୍ରୀ କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜୟଲଳିତାଙ୍କ ମୃତୁ୍ୟ ପଛରେ  ଶଶିକଳାଙ୍କ ହାତ!

ଜୟଲଳିତାଙ୍କ ମୃତୁ୍ୟ ପଛରେ ଶଶିକଳାଙ୍କ ହାତ!

Read More...

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page