ଜନ୍ମଦିନରେ କାର୍ଯ୍ୟବ୍ୟସ୍ତ ରହି ସକରାତ୍ମକ ବାର୍ତ୍ତା ଦେଲେ ନବୀନ

October 16, 2022, ଓଡ଼ିଶା, , Anupambharat News Bureau


ଜନ୍ମଦିନରେ କାର୍ଯ୍ୟବ୍ୟସ୍ତ ରହି ସକରାତ୍ମକ ବାର୍ତ୍ତା ଦେଲେ ନବୀନ
Anupambharat News Bureau
October 16, 2022


ଭୁବନେଶ୍ୱର, ୧୬ା୧୦(ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟରେ ଚୁକ୍ତିି ଆଧାରିତ ନିଯୁକ୍ତି ବ୍ୟବସ୍ଥା ଉଚ୍ଛେଦ କରିବା ପାଇଁ କ୍ୟାବିନେଟ୍‌ରେ ନିଆଯାଇଥିବା ନିଷ୍ପତ୍ତି ପରିଶେଷରେ ଆନୁଷ୍ଠାନିକ ବିଜ୍ଞପ୍ତି ରୂପରେ ପ୍ରକାଶ ପାଇଛି । ଏହା ଫଳରେ ଗତ କିଛି ବର୍ଷ ହେଲା ନିଯୁକ୍ତି ସର୍ତ୍ତାବଳୀକୁ ନେଇ ସନ୍ଦିହାନ ଅବସ୍ଥାରେ ଥିବା ପ୍ରାୟ ୫୭ ହଜାରରୁ ଅଧିକ ଯୁବ କର୍ମଚାରୀ ଉପକୃତ ହେବେ ।
ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କୁ ନିୟମିତ କରାଯିବା ଫଳରେ ରାଜ୍ୟ ରାଜକୋଷ ଉପରେ ପ୍ରାୟ ୧୩୦୦ କୋଟିରୁ ଅଧିକ ଟଙ୍କାର ଅତିରିକ୍ତ ବ୍ୟୟଭାର ପଡ଼ିବ, ହେଲେ ସମ୍ପୃକ୍ତ କର୍ମଚାରୀ ଓ ସେମାନଙ୍କ ସ୍ୱଳ୍ପ ରୋଜଗାର ଉପରେ ନିର୍ଭର କରି ଚଳୁଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ମୁହଁରେ ମଧ୍ୟ ହସ ଫୁଟିବ । ପେଟପାଟଣା ପାଇଁ ଠିକା କର୍ମଚାରୀମାନେ ବାରମ୍ବାର ରାଜରାସ୍ତାକୁ ଓହ୍ଲାଇବା ପରେ ଅବଶ୍ୟ ରାଜ୍ୟ ସରକାର ସେମାନଙ୍କ ଦାବି ପୂରଣ କରିଛନ୍ତି ।
ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ଜନ୍ମଦିନରେ ଏଭଳି ଅପ୍ରତ୍ୟାଶିତ ପଦକ୍ଷେପ ନେଇ ରାଜ୍ୟବାସୀଙ୍କୁ ଏକ ସକରାତ୍ମକ ସନ୍ଦେଶ ଦେବାରେ ସଫଳ ହୋଇଛନ୍ତି । ତେବେ ନବୀନଙ୍କ ଜନ୍ମଦିନର ଠିକ୍‌ ଦିନକ ପୂର୍ବରୁ ଏ ସମ୍ପର୍କିତ ଘୋଷଣା କରାଯିବା ପରେ ପରେ ତାଙ୍କ ଜନ୍ମଦିନରେ ହିଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।
ସରକାରୀ ସ୍ତରରେ ଏଭଳି ତରବରିଆ କାର୍ଯ୍ୟ ଶାସକ ଦଳକୁ ରାଜନୈତିକ ଫାଇଦା ଦେବା ପାଇଁ ଉଦ୍ଦିଷ୍ଟ ବୋଲି ବିରୋଧୀ କଡ଼ା ସମାଲୋଚନା କରିଛନ୍ତି । ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଧାମନଗର ଉପନିର୍ବାଚନ ପୂର୍ବରୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା ବିଜେଡି ସୁପ୍ରିମୋ ନବୀନଙ୍କର ଏକ ସୁଚିନ୍ତିତ ରାଜନୈତିକ ଗୋଟିଚାଳନା । ବିଜେପିର ଟାଣୁଆ ବିଧାୟକ ତଥା ପୂର୍ବତନ ବିରୋଧୀଦଳ ଉପନେତା ବିଷ୍ଣୁ ସେଠୀଙ୍କ ପରଲୋକ ଯୋଗୁ ଧାମନଗରରେ ଉପନିର୍ବାଚନ ହେଉଛି । ଆସନ୍ତା ନଭେମ୍ବର୍‌ ୩ତାରିଖରେ ସେଠାରେ ମତଦାନ ହେବ ।
ଉପନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଷ୍ଣୁଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ଅନୁକମ୍ପା ଭୋଟ୍‌ ପାଇବା ସୁନିଶ୍ଚିତ ଥିବାବେଳେ ନବୀନଙ୍କ ଜନ୍ମଦିନରେ ସରକାରୀ ବିଜ୍ଞପ୍ତି ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସଙ୍କୁ ଫାଇଦାରେ ରଖିବାର ସମ୍ଭାବନା ବୃଦ୍ଧି ପାଇଛି ।
ଏହି ପରିପ୍ରେକ୍ଷୀରେ ନବୀନଙ୍କ କାର୍ଯ୍ୟଶୈଳୀକୁ ଅନୁଧ୍ୟାନ କଲେ ଦେଖାଯିବ ଯେ, ଜନ୍ମଦିନରେ କେବଳ ଠିକା ନିଯୁକ୍ତି ଉଚ୍ଛେଦ ବିଜ୍ଞପ୍ତି ପ୍ରକାଶ କରାଇବାରେ ସୀମିତ ହୋଇ ରହି ନାହାନ୍ତି ନବୀନ । ଏହା ସହିତ ଆଉ କିଛି ସକରାତ୍ମକ ପଦକ୍ଷେପ ମଧ୍ୟ ଗ୍ରହଣ କରିଛନ୍ତି । ଭୁବନେଶ୍ୱର ପଟିଆସ୍ଥିତ ଇନ୍‌ଫୋସିଟି ଅଞ୍ଚଳର
ଓ-ହବ୍‌ଠାରେ ବହୁରାଷ୍ଟ୍ରୀୟ କମ୍ପାନୀ
ଆଇବିଏମ୍‌ର କ୍ଲାଏଣ୍ଟଇନୋଭେସନ୍‌ ସେଣ୍ଟର୍‌ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଜନ୍ମଦିନରେ ମଧ୍ୟ କର୍ମତପିର ରହି ମୁଖ୍ୟମନ୍ତ୍ରୀ ନବୀନ ସବୁ ମହଲରୁ ସ୍ନେହ, ଶ୍ରଦ୍ଧା ଓ ସମ୍ମାନ ସାଉଁଟିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା

Read More...

ଆଇବିଏମ୍‌ର ଭୁବନେଶ୍ୱର କାର୍ଯ୍ୟାଳୟ ଉଦ୍‌ଘାଟିତ

ଆଇବିଏମ୍‌ର ଭୁବନେଶ୍ୱର କାର୍ଯ୍ୟାଳୟ ଉଦ୍‌ଘାଟିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page