ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

October 16, 2022, ଓଡ଼ିଶା, , Anupambharat News Bureau


ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ
Anupambharat News Bureau
October 16, 2022


ଭୁବନେଶ୍ୱର,୧୬ା୧୦(ଅନୁପମ ମିଡ଼ିଆ): ଭୁବନେଶ୍ୱର ରେଳ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିଣତ କରାଯିବ । ଏଥି ପାଇଁ ପ୍ଲାନିଂ,ଡିଜାଇନ ସହ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି । ଖୁବ ଶୀଘ୍ର ଭୂମି ପୂଜନ ହୋଇ କାମ ଆରମ୍ଭ ହେବ । ଭୂମି ପୂଜନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଅଶ୍ୱିନୀ ବୈଷ୍ଣବ ଅନୁରୋଧ କରିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ ଏହି ସୂଚନା ଦେଇଛନ୍ତି ।
ଅନ୍ୟ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଖୋର୍ଦ୍ଧା ବଲାଙ୍ଗୀର ରେଳ ଲାଇନ କାମ ଖୁବ ଶୀଘ୍ର ଶେଷ ହେବ । ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ବଲାଙ୍ଗୀର ରେଳଲାଇନ କାମ ଜୋରସୋରରେ ଆଗେଇ ଚାଲିଛି । ୧୦୦ କିମି ଜଙ୍ଗଲ ଜମି ନେଇ ସମସ୍ୟା ରହିଥିଲା । ଏହାର ସମାଧାନ ଲାଗି ରାଜ୍ୟ ସରକାରଙ୍କ ପଛରେ ଲାଗିଥିଲୁ । ଏବେ ରାଜ୍ୟ ସରକାର ଏଥିପାଇଁ ସୁପାରିଶ କରିଛନ୍ତି । ଶୀଘ୍ର ଅନୁମତି ମିଳିଯିବାର ଅଛି । ବଲାଙ୍ଗୀର ପାଖରୁ ମଧ୍ୟ ରେଳଲାଇନ କାମ ତ୍ୱରିତ ହୋଇଥିବା ବେଳେ ଅନ୍ୟପଟରୁ ମଧ୍ୟ କାମ ଚାଲିଛି । ଓଡ଼ିଶାର ଏହି ସ୍ୱପ୍ନର ପ୍ରକଳ୍ପ କାମ ଖୁବ ଶୀଘ୍ର ବାସ୍ତବ ରୂପ ନେବାକୁ ଯାଉଛି ବୋଲି ସେ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ପୂର୍ବରୁ ଓଡ଼ିଶା ପାଇଁ ରେଳ ବଜେଟ ମିଳୁଥିଲା ମାତ୍ର ୮୦୦ କୋଟି । ମୋଦି ସରକାରରେ ଏହା ୧୦ ହଜାର କୋଟିକୁ ବୃଦ୍ଧି ପାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି କଂଗ୍ରେସ ସଭାପତି ଭୋଟ

ଆଜି କଂଗ୍ରେସ ସଭାପତି ଭୋଟ

Read More...

ନିଯୁକ୍ତି ନିୟମିତ ବିଜ୍ଞପ୍ତି  : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

ନିଯୁକ୍ତି ନିୟମିତ ବିଜ୍ଞପ୍ତି : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page