ନିଯୁକ୍ତି ନିୟମିତ ବିଜ୍ଞପ୍ତି : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

October 16, 2022, ଓଡ଼ିଶା, , Anupambharat News Bureau


ନିଯୁକ୍ତି ନିୟମିତ ବିଜ୍ଞପ୍ତି  : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ
Anupambharat News Bureau
October 16, 2022


ଭୁବନେଶ୍ୱର, ୧୬ା୧୦­ (ଅନୁପମ ମିଡ଼ିଆ): ରାଜ୍ୟ ସରକାରଙ୍କ ପକ୍ଷରୁ ଚୁକ୍ତିଭିିତ୍ତିକ ନିଯୁକ୍ତି ନିୟମିତ କରାଯିବା ପାଇଁ ରବିବାର ବିଜ୍ଞପ୍ତି ପ୍ରକାଶ ପାଇଛି । ଚୁକ୍ତିଭିିତ୍ତିକ ଗ୍ରୁପ୍‌ ‘ବି’, ‘ସି’, ‘ଡି’ ପାହ୍ୟାର ନିଯୁକ୍ତି ଉଚ୍ଛେଦ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ଫଳରେ ୫୭ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ କରାଯାଇଛି ।
ଯେଉଁମାନେ ଇନିସିଆଲ ଆପଏଣ୍ଟି ଭାବେ ନିଯୁକ୍ତି ପାଇଥିଲେ, ସେମାନଙ୍କୁ ସ୍ଥାୟୀ ପଦବୀରେ ନିଯୁକ୍ତି ଦିଆଯିବ । ଚୁକ୍ତିଭିତ୍ତିିକ ନିଯୁକ୍ତି ତାରିଖକୁ ହିସାବକୁ ନେଇ ନିୟମ ଅନୁସାରେ ସେମାନଙ୍କ ବେତନ ବୃଦ୍ଧି ହେବ । ଯେଉଁମାନେ ଠିକା କର୍ମଚାରୀ ଭାବେ ୬ବର୍ଷ କାର୍ଯ୍ୟକାଳ ପୂରଣ କରିଛନ୍ତି, ନିଯୁକ୍ତି ଦିନଠାରୁ ସେମାନଙ୍କର ଆଜି ପର୍ଯ୍ୟନ୍ତ ହିସାବକୁ ନିଆଯିବ । ପୂର୍ବ ୬ବର୍ଷକୁ ହିସାବ କରି ବେତନ ବୃଦ୍ଧି ଓ ପ୍ରମୋସନ ଦିଆଯିବ । ଯେଉଁ ଠିକା କର୍ମଚାରୀ ପୂର୍ବରୁ ସ୍ଥାୟୀ ହୋଇ ସାରିଛନ୍ତି, ସେମାନଙ୍କୁ ପଦୋନ୍ନତି ଓ ଅନ୍ୟାନ୍ୟ ସୁବିଧା ମିଳିବ ବୋଲି ଏଥିରେ କୁହାଯାଇଛି । ଗତକାଲି କ୍ୟାବିନେଟର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ନିଯୁକ୍ତିର ଯୁଗ ଶେଷ ହେଲା ବୋଲି ଘୋଷଣା କରିଥିଲେ । ଏହା ଦ୍ୱାରା ୫୭ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ରାଜ୍ୟ ସରକାରଙ୍କ ପାଣ୍ଠିରୁ ୧୩ ଶହ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ଅନ୍ୟପକ୍ଷେ ବିରୋଧୀ ଏହାକୁ ନେଇ କଟାକ୍ଷ କରିଛନ୍ତି । ଉଚ୍ଛେଦ ପ୍ରଥାକୁ ଭିତି କରି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର କହିଛନ୍ତି ଯେ, ରାଜ୍ୟରେ କଣ୍ଟ୍ରାକଫର ଜରିଆରେ ଯେତେ ଠିକା କର୍ମଚାରୀ ନିଯୁକ୍ତି ହୋଇଛନ୍ତି, ସେମାନଙ୍କ ଭବିଷ୍ୟତ ସମ୍ପର୍କରେ ନବୀନବାବୁ ଉତ୍ତର ରଖ;ୁ ।
ବ୍ଲକଗ୍ରାଣ୍ଡ ଶିକ୍ଷକ, ଗ୍ରାମସାଥୀ, କୃଷକସାଥୀ, ପ୍ରାଣୀମିତ୍ର, ରିସୋର୍ସ୍‌ କର୍ମଚାରୀ ଓ ଚୌକିଦାରଙ୍କ ଭବିଷ୍ୟତ କଣ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି । ଓଡ଼ିଶା ସରକାର ଠିକାରେ ଚାଲିବା ସହ ସମସ୍ତ ସରକାରୀ କାର୍ଯ୍ୟ ମଧ୍ୟ ଠିକାରେ ଚାଲିଛି ବୋଲି ମିଶ୍ର କଟାକ୍ଷ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣାରେ କିଛି ନୂତନ୍ୱତ ନାହିଁ ଏହା କେବଳ ଧୂଆଁ ବାଣ ସଦୃଶ । ଯଥାଶୀଘ୍ର ରାଜ୍ୟରୁ ବି ଠିକା ସରକାର ଉଚ୍ଛେଦ ହେବା ଦରକାର ବୋଲି ମିଶ୍ର କହିଛନ୍ତି । ଗତବର୍ଷ ଠିକା ନିଯୁକ୍ତି ଉଚ୍ଛେଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିବା କାରଣରୁ ରାଜ୍ୟରେ ଠିକା ନିଯୁକ୍ତିରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ରାଜ୍ୟ ସରକାର ବାଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି । ସେହିଭଳି ରାଜ୍ୟ ସରକାର ଏହି ପ୍ରଥାକୁ ଉଚ୍ଛେଦ କରି କର୍ମଚାରୀ ମାନଙ୍କୁ ଭେଟି ଦେଇ ନାହାନ୍ତି ବରଂ ନିଜେ କରିଥିବା କୁକର୍ମର ପ୍ରାୟଶ୍ଚିତ କରିଛନ୍ତି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସିର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଆକ୍ଷେପ କରିଛନ୍ତି । ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟର ୫୭ ହଜାର ଠିକା କର୍ମଚାରୀ ଏହି ଚୁକ୍ତି ଭିତ୍ତିକ ନିଯୁକ୍ତିର ଘୃଣ୍ୟ ପ୍ରଥାରୁ ମୁକ୍ତି ହେବେ । କି;ୁ ଏହି ପରସଂଖ୍ୟାନର ବାହାରେ ଆହୁରି ହଜାର ହଜାର କର୍ମଚାରୀ ରହିଛନ୍ତି ଯେଉଁମାନେ ଠିକାରେ କାମ କରୁଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜୁନିୟର ଶିକ୍ଷକ , ଓସେପା ଓ ନୂଆ ଗ୍ରାଣ୍ଟ ­ ଇନ-ଏଡ ପଲିସ ଅଧିନସ୍ଥ କାର୍ଯ୍ୟରତ ଶିକ୍ଷକ ଓ ଅଧ୍ୟାପକ, ବିଭିନ୍ନ ସରକାରୀ ଯୋଜନାରେ କାର୍ଯ୍ୟରତ କର୍ମଚାରୀ ଠିକା କର୍ମଚାରୀ ଭାବରେ କାର୍ଯ୍ୟ କରୁଛନ୍ତି ଯେଉଁ ମାନଙ୍କର ଚାକିରୀରେ ସ୍ଥାୟୀତ୍ୱ ବା ସୁରକ୍ଷା କିଛି ନାହିଁ କହିଲେ ଚଳେ, ଏମାନଙ୍କ ପ୍ରତି ସରକାର ତାଙ୍କର ଆଭିମୁଖ୍ୟ ସ୍ପଷ୍ଟ କର;ୁ ବୋଲି କଂଗ୍ରେସ ଦାବୀ କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

Read More...

ଗିରଫ ହେବେ ସିସୋଦିଆ! ସିବିଆଇରେ  ଆଜି ହାଜର ହେବେ

ଗିରଫ ହେବେ ସିସୋଦିଆ! ସିବିଆଇରେ ଆଜି ହାଜର ହେବେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page