ଆଜି କଂଗ୍ରେସ ସଭାପତି ଭୋଟ

October 16, 2022, ଦେଶ, , Anupambharat News Bureau


ଆଜି କଂଗ୍ରେସ ସଭାପତି ଭୋଟ
Anupambharat News Bureau
October 16, 2022


ନୂଆଦିଲ୍ଲୀ,୧୬ା୧୦: ଭାରତରେ ପ୍ରଥମ ଜାତୀୟ ରାଜନୈତିକ ଦଳ ଭାବେ ପରିଚିତ ଭାରତୀୟ ଜାତୀୟ କଂଗ୍ରେସ (ଆଇଏନ୍‌ସି) ଯାହାକି ଚଳିତ ଦିନରେ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନାମରେ ଦେଶବ୍ୟାପୀ ରାଜନୈତିକ କାର୍ଯ୍ୟଧାରାକୁ ପରିଚାଳିତ କରୁଛି, ଉକ୍ତ ଦଳ ପାଇଁ ଏକ ମୁଖୀଆଙ୍କ ଆବଶ୍ୟକତା ରହିଛି । ତେଣୁ ଏଆଇସିସିର ସଭାପତି ଚୟନ ପାଇଁ ଚଳିତବର୍ଷ ନିର୍ବାଚନ ପ୍ରକ୍ରିୟା ପରିଚାଳନା ହେଉଛି । ଏପରିକି ଦଳର ଶୃଙ୍ଖଳାକୁ ବଜାୟ ରଖିବା ପାଇଁ ଆଜି ନିର୍ବାଚନ ମଧ୍ୟ କରାଯାଉଛି । କଂଗ୍ରେସ ଦଳର ବହୁ ପୁରାତନ ତଥା ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଅନ୍ୟଜଣେ ବରିଷ୍ଠ ନେତା ଶଶି ଥରୁରଙ୍କ ମଧ୍ୟରେ ଦଳର ସଭାପତି ଚୟନ ପାଇଁ ଭୋଟ ଗ୍ରହଣ କରାଯାଉଛି । ଆଜି ଭୋଟ ଗ୍ରହଣ ହେବାକୁ ଥିବାବେଳେ ବିଜୟ ଆଶା ରଖିଛନ୍ତି ଥରୁର । ପ୍ରତିନ୍ଦନ୍ଦୀ ମଲ୍ଲିକକାର୍ଜୁନ ଖାଡ଼ଗେଙ୍କ ନୀତି ଏବଂ ନିଜର ନୀତି ଭିନ୍ନ ବୋଲି ଦାବି କରିଛନ୍ତି । ଯେ କେହିବି ବିଜୟୀ ହେଲେ ସମସ୍ତେ ମିଳିମିଶି କାମ କରିବେ ବୋଲି କହିଛନ୍ତି ଶଶି ଥରୁର । କଂଗ୍ରେସ ନେତା ରାହୁଲ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଗରୁ ସ୍ପଷ୍ଟ କରିଥିଲେ । ଏହା ସହିତ ବିବାଦ ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଧ୍ୟ ରେସରୁ ଓହରିଯାଇଛନ୍ତି । ଏହା ପରେ ମୈଦାନରେ ଖାଡ଼ଗେ-ଥରୁର ମୁହାଁମୁହିଁ ହେଉଛନ୍ତି । ଦୀର୍ଘ ୨୪ ବର୍ଷ ପରେ କଂଗ୍ରେସକୁ ଜଣେ ଅଣଗାନ୍ଧି ସଭାପତି ମିଳିବାକୁ ଯାଉଛି । ଗାନ୍ଧି ପରିବାରରୁ କେହି ବି ସଭାପତି ନିର୍ବାଚନ ଲଢ଼ିବେନି ବୋଲି ରାହୁଲ କହିବାପରେ ଜଣେ ଅଣଗାନ୍ଧି ହିଁ ଦଳର ସଭାପତି ହେବାନେଇ ସ୍ପଷ୍ଟ ହୋଇଯାଇଛି । ୧୯୯୮ ପରେ ଦଳକୁ ପ୍ରଥମ ଥର ପାଇଁ ଗାନ୍ଧି ପରିବାର ବାହାରୁ ସଭାପତି ମିଳିବେ । ଜଣେ ଅଣଗାନ୍ଧି କଂଗ୍ରେସର ସଭାପତି ହେଲେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ସହ ପରିବାରବାଦ ପ୍ରସଙ୍ଗରେ ମୁକାବିଲା କରିବା କଂଗ୍ରେସ ପାଇଁ ସହଜ ହୋଇଯିବ । ବଂଶବାଦ ରାଜନୀତି ନେଇ ବିଜେପି ଦ୍ୱାରା ସବୁବେଳେ ସମାଲୋଚନାର ଶିକାର ହୋଇ ଆସିଥିବା କଂଗ୍ରେସ ଏଥର ଜବାବ ଦେଇପାରିବ ବୋଲି କୁହାଯାଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଇବିଏମ୍‌ର ଭୁବନେଶ୍ୱର କାର୍ଯ୍ୟାଳୟ ଉଦ୍‌ଘାଟିତ

ଆଇବିଏମ୍‌ର ଭୁବନେଶ୍ୱର କାର୍ଯ୍ୟାଳୟ ଉଦ୍‌ଘାଟିତ

Read More...

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

ବିଶ୍ୱସ୍ତରୀୟ ହେବ ଭୁବନେଶ୍ୱର ରେଳ ଷ୍ଟେସନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page