ଗିରଫ ହେବେ ସିସୋଦିଆ! ସିବିଆଇରେ ଆଜି ହାଜର ହେବେ

October 16, 2022, ଦେଶ, , Anupambharat News Bureau


ଗିରଫ ହେବେ ସିସୋଦିଆ! ସିବିଆଇରେ  ଆଜି ହାଜର ହେବେ
Anupambharat News Bureau
October 16, 2022


ନୂଆଦିଲ୍ଲୀ,୧୬ା୧୦: ବହୁ ଚର୍ଚ୍ଚିତ ମଦ ବ୍ୟବସାୟ ନିଲାମ ନିୟମାବଳୀରେ ଅନିୟମିତତା ହୋଇଥିବା ନେଇ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ବିବାଦୀୟ ଘେରକୁ ଆସିବା ପରେ ଘଟଣାଟି ଅଧିକ ଜଟିଳ ହୋଇପଡିଛି । ମଦ ନିୟମାବଳୀରେ କୌଣସି ଦୁର୍ନୀତି ହୋଇଥିବା ଜାଣିବା ପରେ ଏହି ମାମଲାଟି କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ପରିସରଭୁକ୍ତ ହେବା ପରେ ମନିଷ ସିସୋଦିଆଙ୍କ ବିରୋଧରେ ହୋଇଥିବା ତଦନ୍ତ ଅତ୍ୟନ୍ତ ଜଟିଳ ହୋଇପଡିଛି । ଫଳରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଜଣେ ବରିଷ୍ଠ ନେତା ତଥା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସୋମବାର ସକାଳ ୧୧ଟାରେ ସିବିଆଇ କାର୍ଯ୍ୟାଳୟରେ ହାଜର ହେବା ପାଇଁ ନୋଟିସ ଦିଆଯାଇଛି । ପୂର୍ବରୁ ଯେହେତୁ ଘଟଣା ସମ୍ପର୍କରେ ସିବିଆଇ ତଦନ୍ତ କରିସାରିଛି । ତେଣୁ ସିସୋଦିଆଙ୍କୁ ଗିରଫ କରାଯିବା ନିଶ୍ଚିତ ହୋଇପଡିଛି । ସୋମବାର ସକାଳ ୧୧ଟାରେ ସିବିଆଇରେ ହାଜର ପାଇଁ ନୋଟିସ ହୋଇଛି । ଏହି ସମନ ପରେ ଆମ ଅଦମୀ ପାର୍ଟି(ଆପ) ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଛି । ଏହି ସମ୍ମିଳନୀରେ ଆପର ବରିଷ୍ଠ ନେତା ସୌରଭ ଭରଦ୍ୱାଜ କହିଛନ୍ତି ଯେ, ସୋମବାର ମନିଷ ସିସୋଦିଆଙ୍କୁ ଗିରଫ କରାଯାଇପାରେ । ସେ କହିଛନ୍ତି ଯେ ବିଜେପି ଭୟଭୀତ ଅଛି । ଏ ସମ୍ପର୍କରେ ସିସୋଦିଆ ମଧ୍ୟ ନିଜର ମତ ଟ୍ୱିଟ କରି କହିଛନ୍ତି ଯେ, ଗତଥର ଚଢ଼ଉ ବେଳେ ସିବିଆଇ କିଛି ପାଇ ନଥିଲା । ତେବେ ଏଥର ମଧ୍ୟ ସେ ତଦନ୍ତରେ ସଂପୂର୍ଣ୍ଣ ସହଯୋଗ କରିବେ ବୋଲି ସିସୋଦିଆ କହିଛନ୍ତି । ତେବେ ସମନ ମିଳିବା ପରେ ପରେ ଆମ ଆଦମୀପାର୍ଟି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଏଭଳି ପଦକ୍ଷେପକୁ ସମାଲୋଚନା କରାଯାଇଛି । ଏହାସହ ସିସୋଦିଆଙ୍କୁ ସୋମବାର ସିବିଆଇ ଗିରଫ କରିବ ବୋଲି ଆପ୍‌ ନେତା ସୌରଭ ଭରଦ୍ୱାଜ କହିଛନ୍ତି । କେବଳ ଗୁଜରାଟ ନିର୍ବାଚନକୁ ଲକ୍ଷ୍ୟ ରଖି ସିବିଆଇ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି ବୋଲି ଭରଦ୍ୱାଜ କହିଛନ୍ତି । ଅନ୍ୟପଟେ ସେପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି । ସେ ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କୁ ଆଜିର ଦିନରେ ଭଗତ ସିଂ ବୋଲି କହିଛନ୍ତି । ଏହା ଦ୍ୱିତୀୟ ସ୍ୱାଧୀନତା ଲଢେଇ ବୋଲି କେଜରିୱାଲ କହିଛନ୍ତି । ଉଲ୍ଲେଖଥାଉକି, ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ସିବିଆଇ ଦ୍ୱାରା ରୁଜୁ ହୋଇଥିବା ଏଫ୍‌ଆଇଆରରେ ମନିଷ ସିସୋଦିଆଙ୍କ ନାମ ଶୀର୍ଷରେ ରହିଛି । ବାକି ଅଭିଯୁକ୍ତଙ୍କ ନାମ ତଳକୁ ଆସୁଛି । ଏଭଳି ପରିସ୍ଥିତିରେ ମନିଷ ସିସୋଦିଆ ହିଁ ଅନୁସନ୍ଧାନ କେନ୍ଦ୍ରରେ ରହୁଛନ୍ତି ବୋଲି ନିଶ୍ଚିତ । ସିସୋଦିଆ ବ୍ୟତୀତ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଆହୁରି ୧୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି । ନିକଟରେ ଦିଲ୍ଲୀ ଅବକାରୀ ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦୀଷ ସିସୋଦିଆଙ୍କ ଘନିଷ୍ଠ ସହଯୋଗୀ ସମୀର ମହେନ୍ଦ୍ରଙ୍କୁ ଗିରଫ କରିଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିଯୁକ୍ତି ନିୟମିତ ବିଜ୍ଞପ୍ତି  : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

ନିଯୁକ୍ତି ନିୟମିତ ବିଜ୍ଞପ୍ତି : ଚୁକ୍ତିଭିତ୍ତିିକ କର୍ମଚାରୀ ହେଲେ ସ୍ଥାୟୀ

Read More...

ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

ଭାରତରୁ ଅନେକ କଥା ଶିଖିବାର ଅଛି:ମୁଦ୍ରାପାଣ୍ଠି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page