ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

October 12, 2022, ଦେଶ, , Anupambharat News Bureau


ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ
Anupambharat News Bureau
October 12, 2022


ନୂଆଦିଲ୍ଲୀ,୧୨ା୧୦: ଭାରତରେ ଯେଉଁ କେତେକ ପଦକ୍ଷେପକୁ ନେଇ ମୋଦି ସରକାର ଚର୍ଚ୍ଚା ଓ ଆକର୍ଷଣର କେନ୍ଦ୍ରକୁ ଆସିଛନ୍ତି ସେମାନଙ୍କ ମଧ୍ୟରୁ ନୋଟବନ୍ଦୀ ଅଭିଯାନ ଏକ ପ୍ରମୁଖ ବୋଲି ଜଣାଯାଏ । ତେବେ ଉକ୍ତ ନୋଟବନ୍ଦୀ ପରିସ୍ଥିତି ବେଳେ ଲୋକମାନେ ଯେଭଳି ସମସ୍ୟାର ସମ୍ମୁଖୀନ ହୋଇଥିଲେ ।
ମାନସିକ ଓ ଶାରିରୀକ ସ୍ଥିତିରେ ଯେଉଁ ଦୟନୀୟ ଅବସ୍ଥାରେ ଗତି କରିଥିଲେ ଏହାକୁ ଦେଶବାସୀ ଆଜି ସୁଦ୍ଧା ସହଜରେ ଗ୍ରହଣ କରିପାରୁନାହାଁନ୍ତି । ଏଭଳି ଏକ ସ୍ଥିତିକୁ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ଅତି ଗମ୍ଭୀରତା ଭାବେ ଗ୍ରହଣ କରିଛନ୍ତି । ସୂଚନାଯେ, ୨୦୧୬ରେ ହୋଇଥିବା ନୋଟବନ୍ଦୀର ସାମ୍ବିଧାନିକ ବୈଧତାକୁ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ (ଆରବିଆଇ)କୁ ବିସ୍ତୃତ ଭାବେ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି । ମାମଲାର ଶୁଣାଣି ବେଳେ ଅଦାଲତ ସ୍ପଷ୍ଟ ଭାବେ କହିଛନ୍ତି ଯେ, ନ୍ୟାୟପାଳିକା ନିଜର ଲକ୍ଷ୍ମଣରେଖା ବିଷୟରେ ବେଶ ଭଲଭାବେ ଅବଗତ ଅଛନ୍ତି । ୨୦୧୬ରେ କେନ୍ଦ୍ର ସରକାର ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟକୁ ଅଚଳ କରିବାକୁ ଘୋଷଣା କରିଥିଲେ । କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଯାଚିକା ଦାଖଲ କରାଯାଇଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବରରେ କରିବାକୁ ଅଦାଲତ ସମୟ ଧାର୍ଯ୍ୟ କରିଛନ୍ତି । ଉଚ୍ଚତମ ନ୍ୟାୟାଳୟ ମାମଲାର ଶୁଣାଣି ବେଳେ ବୁଧବାର କହିଛନ୍ତି, ସେ ସରକାରଙ୍କ ନୀତିଗତ ନିଷ୍ପତ୍ତିର ନ୍ୟାୟିକ ସମୀକ୍ଷା ଉପରେ ନିଜର ଲକ୍ଷ୍ମଣରେଖା ବିଷୟରେ ଅବଗତ ଅଛନ୍ତି । ଏସଏ ନଜିରଙ୍କ ନେତୃତ୍ୱାଧୀନ ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି, ସାମ୍ବିଧାନିକ ପୀଠ ସାମ୍ନାରେ କୌଣସି ପ୍ରସଙ୍ଗ ଉଠିଲେ, ଏହାର ଜବାବ ଦେବା ପୀଠର କର୍ତ୍ତବ୍ୟ ଅଟେ । ଆମକୁ ନିଜର କାମ କରିବାକୁ ପଡିବ । ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣି କହିଛନ୍ତି, ଯେ ପର୍ଯ୍ୟନ୍ତ ନୋଟବନ୍ଦୀ ଉପରେ ଆଇନକୁ ଉଚିତ ପ୍ରକ୍ରିୟାରେ ଚ୍ୟାଲେଞ୍ଜ କରାଯାଇ ନାହିଁ ସେ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ବାଧ୍ୟତାମୂଳକ ଭାବେ ବିଭାଗୀୟ ନିଷ୍ପତ୍ତି ଧରାଯାଉ । ବିମୁଦ୍ରୀକରଣ ଅଧିନିୟମ ୧୯୭୮ରେ କିଛି ମୂଲ୍ୟର ନୋଟର ବିମୁଦ୍ରୀକରଣ ଜନହିତକୁ ଦୃଷ୍ଟିରେ ରଖି ପାରିତ କରାଯାଇଥିଲା । ଯଦ୍ୱାରା ଅର୍ଥବ୍ୟବସ୍ଥା ପାଇଁ ହାନୀକାରକ ଅବୈଧ ନେଣଦେଣ ଉପରେ ରୋକ୍‌ ଲାଗିବ ଏବଂ ଏହାର ଯାଞ୍ଚ କରାଯାଇ ପାରିବ । ସୁପ୍ରିମକୋର୍ଟ
କହିଛନ୍ତି ନୋବଟନ୍ଦୀ ଘୋଷଣା ଏକ ବିଭାଗୀୟ ନିଷ୍ପତ୍ତି ଥିଲା କି ନାହିଁ ମାମଲାର ଯାଞ୍ଚ କରାଯିବାର ଆବଶ୍ୟକତା ରହିଛି । କାରଣ ଏଥିରେ ଦୁଇ ପକ୍ଷ ସହମତି ନାହାନ୍ତି । ପ୍ରସଙ୍ଗରେ ନିର୍ଯ୍ୟାସରେ ପହଞ୍ଚିବା ଲାଗି ଆମକୁ ଶୁଣାଣି କରିବାକୁ ପଡିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରୂପାନ୍ତର ଯନ୍ତ୍ରଣା: ମାଷ୍ଟରକ୍ୟାଣ୍ଟିନ୍‌ ଛକ

ରୂପାନ୍ତର ଯନ୍ତ୍ରଣା: ମାଷ୍ଟରକ୍ୟାଣ୍ଟିନ୍‌ ଛକ

Read More...

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page