ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

October 12, 2022, ଓଡ଼ିଶା, , Anupambharat News Bureau


ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ
Anupambharat News Bureau
October 12, 2022


ଭୁବନେଶ୍ୱର,୧୨ା୧୦(ଅନୁପମ ମିଡ଼ିଆ): ­ବାତ୍ୟାର ୭ ଦିନ ପୂର୍ବରୁ ହେଉଥିବା ପୂର୍ବାନୁମାନ ସବୁଠୁ ଅଧିକ ବିଶ୍ୱାସଯୋଗ୍ୟ । ଆସନ୍ତା ୭ ଦିନ ମଧ୍ୟରେ ବଙ୍ଗୋପସାଗରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନା ନାହିଁ । ଓଡ଼ିଶା ପାଇଁ ବାତ୍ୟାର କୌଣସି ଭୟ ନାହିଁ । ତେଣୁ ବାତ୍ୟାକୁ ନେଇ କୌଣସି ଗୁଜବକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ପାଣିପାଗ ସଂସ୍ଥାର ମହାନିର୍ଦ୍ଦେଶକ ମୃତୁ୍ୟଞ୍ଜୟ ମହାପାତ୍ର ।
ସେ କହିଛନ୍ତି, ଗୋଟିଏ ମଡେଲକୁ ଆଧାର କରି ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବପର ନୁହେଁ । ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ମଡେଲକୁ ପର୍ଯ୍ୟବେକ୍ଷଣ କରି ତାହାକୁ ଅନୁଶୀଳିନ କରାଯାଏ । ଏଥିସହ ବୈଜ୍ଞାନିକ ଜ୍ଞାନକୌଶଳ, ମାନବ ସମ୍ବଳକୁ ବ୍ୟବହାର କରି କୌଣସି ସୂଚନା ଦିଆଯାଇଥାଏ । ତେଣୁ ଏହି ସଂସ୍ଥା ଅଧିକ ଭରସାଯୋଗ୍ୟ । ଭାରତୀୟ ପାଣିପାଗ ବିଭାଗର ଆକଳନର ସଠିକତା ଆମେରିକା, ଅଷ୍ଟ୍ରେଲିଆ, ଜାପାନ ପରି ବିକଶିତ ଦେଶର ପୂର୍ବାନୁମାନ ତୁଳନାରେ ବେଶ୍‌ ଭଲ, ସଠିକ ଓ ଭରସାଯୋଗ୍ୟ । ତେଣୁ କୌଣସି ବ୍ୟକ୍ତିବିଶେଷ, ଅନୁଷ୍ଠାନ କିମ୍ବା ମଡେଲର ପୂର୍ବାନୁମାନକୁ ଭରସା କର;ୁ ନାହିଁ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ବିଶ୍ୱାସ କର;ୁ ବୋଲି କହିଛନ୍ତି ଆଇଏମଡି ଡିଜି ।ଉତ୍ତର ଆଣ୍ଡାମାନ ସାଗରରେ ଗତକାଲି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ତାହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଯାଇ ଧୀରେ ଧୀରେ ଦୁର୍ବଳ ହୋଇଯିବ । ଏହାପରେ ଆଉ ଏକ ଘୂର୍ଣ୍ଣିବଳୟ ଆସନ୍ତା ୧୭ କିମ୍ବା ୧୮ ତାରିଖରେ ଉତ୍ତର ଆଣ୍ଡାମାନ ସାଗର ନିକଟସ୍ଥ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ।
ତାହା ମଧ୍ୟ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ଅର୍ଥାତ ତାମିଲନାଡ଼ୁ, ଆନ୍ଧପ୍ରଦେଶର ଦକ୍ଷିଣ ଭାଗକୁ ଗତି କରିବାର ସମ୍ଭାବନା ରହିଛି । ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଲାଗୁ ନ ଥିବା ବେଳେ ଓଡ଼ିଶା ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ପରିଲକ୍ଷିତ ହେବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ନୋଟବନ୍ଦୀ ମାମଲାର ଶୁଣାଣି କରିବେ ସୁପ୍ରିମକୋର୍ଟ :କେନ୍ଦ୍ର ଓ ଆର୍‌ବିଆଇକୁ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

Read More...

ଶରୀରକୁ ୫୬ ଖଣ୍ଡ କରି ଖାଇଲେ

ଶରୀରକୁ ୫୬ ଖଣ୍ଡ କରି ଖାଇଲେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page