ଶରୀରକୁ ୫୬ ଖଣ୍ଡ କରି ଖାଇଲେ

October 12, 2022, ଦେଶ, , Anupambharat News Bureau


ଶରୀରକୁ ୫୬ ଖଣ୍ଡ କରି ଖାଇଲେ
Anupambharat News Bureau
October 12, 2022


ତିରୁଅନନ୍ତପୁରମ,୧୨ା୧୦: ଭାରତୀୟ ସମାଜରେ ଅନ୍ଧବିଶ୍ୱାସ ଓ କୁସଂସ୍କାର ଭଳି ଜଘନ୍ୟ ଅପରାଧର ଆଜି ସୁଦ୍ଧା ମୁଳୋତ୍ପାଟନ ହୋଇପାରିନାହିଁ । ସମାଜର ସଂସ୍କାର ଓ ସାଂସ୍କୃତିକ ପରିବର୍ତ୍ତନ ସହିତ ଏଭଳି ଅନ୍ଧବିଶ୍ୱାସରେ ବଶବର୍ତ୍ତୀ ହୋଇ ଲୋକମାନେ ଯେଉଁ ନୃଶଂସ ତଥା ଅମାନବୀୟ ଘଟଣା ଘଟାଇବାରେ ଲାଗିଛନ୍ତି ଏହା କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି । ନିହାତି ଏହା ସାଂଘାତିକ ହୋଇପଡିଛି ।
ସମ୍ପତ୍ତି ଲାଗି ଗୁଣି ଗାରେଡିରୁ ନରବଳି ପରି ଚାଞ୍ଚଲ୍ୟକର ଘଟଣା କେରଳର ଏର୍ଣ୍ଣାକୁଲମଠାରେ ଘଟିଯାଇଛି । ନରବଳି ପରେ ଜଘନ୍ୟ ଭାବେ ମୃତ ଶରୀରକୁ ୫୬ ଖଣ୍ଡ କରି କାଟିଥିଲେ ଅଭିଯୁକ୍ତ । ଘଟଣାରେ ତିନି ଜଣଙ୍କୁ ଗିରଫ କରାଯାଇଥିବା ନେଇ ପୋଲିସ ଆଜି ସୂଚନା ଦେଇଛି । ସୂଚନାମୁତାବକ, ନରବଳିର ଶିକାର ହୋଇଥିବା ଦୁଇ ମହିଳା ରୋସେଲିନ ଓ ପଦ୍ମାଙ୍କୁ ପ୍ରଥମେ ଦମ୍ପତି ଘର ମଧ୍ୟକୁ ନେଇ ବାନ୍ଧି ଦେଇଥିଲେ । ସେମାନଙ୍କୁ ତଣ୍ଟିଚିପି ହତ୍ୟା କରିବା ପୂର୍ବରୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ନିର୍ଯ୍ୟାତନା ଦିଆଯାଇଥିଲା । ଦୁଇ ମହିଳାଙ୍କ ହାତଗୋଡ଼ ବାନ୍ଧି ଅଭିଯୁକ୍ତମାନେ ଜଣଙ୍କର ସ୍ତନ କାଟି ଦେଇଥିଲେ । ସେଥିରୁ ରକ୍ତ ବୋହିବା ବନ୍ଦ ହେବା ପର୍ଯ୍ୟନ୍ତ ତାଙ୍କୁ ସେଭଳି ଅବସ୍ଥାରେ ରଖାଯାଇଥିଲା । ଏହାପରେ ସେମାନଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିଲା । କୋଚି କମିସନର ସିଏଚ ନାଗରାଜୁ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଶଫିଙ୍କ ଅପରାଧିକ ରେକର୍ଡ ରହିଛି । ସେ ଦମ୍ପତ୍ତି ଭଗବଲ ସିଂହ ଏବଂ ତାଙ୍କ ପତ୍ନୀ ଲୈଲାଙ୍କୁ ଅର୍ଥ ଲୋଭର ପ୍ରଲୋଭନ ଦେଖାଇ ନରବଳିରେ ସାହାଯ୍ୟ କରିବାକୁ ମନାଇଥିଲା । ଶଫିଙ୍କୁ ମନୋରୋଗୀ ଦର୍ଶାଇ କମିସନର କହିଛନ୍ତି, ଦମ୍ପତ୍ତିଙ୍କ କୌଣସି ଅପରାଧିକ ରେକର୍ଡ ନାହିଁ । କମିସନର କହିଛନ୍ତି, କ୍ରୁରତାର ସହ ମୃତକଙ୍କୁ ହତ୍ୟା କରାଯାଇଛି । ଶରୀରକୁ ଖଣ୍ଡ ଖଣ୍ଡ କରି ଭଗବଲ ସିଂହଙ୍କ ଘର ପରିସରର ଅନେକ ଜାଗାରେ ପୋତିଦେଇଥିଲା । ଅନ୍ୟ ଜଣେ ଅଭିଯୁକ୍ତ ଲୈଲା ସ୍ୱୀକାର କରିଛି ଯେ, ସେମାନେ ତିନି ଜଣ ମୃତକଙ୍କ ଶରୀରର ଗୋଟିଏ ଅଂଶକୁ ରୋଷେଇ କରି ଖାଇଛନ୍ତି । ତିନି ଅଭିଯୁକ୍ତଙ୍କୁ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ପୋଲିସ ମାମଲାର ତଦନ୍ତ କରିବା ସମୟରେ ମଙ୍ଗଳବାର ଏମିତି ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଥିଲା ।
ତଥ୍ୟ ପ୍ରମାଣରୁ ପୋଲିସ ଜାଣିବାକୁ ପାଇଛି ଯେ, ତାନ୍ତ୍ରିକ ମହମ୍ମଦ ଶଫି ନରବଳି ଦେବା ପାଇଁ ଦମ୍ପତ୍ତିଙ୍କ ବ୍ରେନୱାସ କରିଥିଲା ଏବଂ ଏ ବାବଦରେ ମୋଟା ଅଙ୍କର ଟଙ୍କା ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଶଫିର ଏହା ଦ୍ୱିତୀୟ ଶିକାର ଥିଲା ଏବଂ ପ୍ରଥମ ଶିକାରରେ ଜଣେ ମହିଳାଙ୍କୁ ହତ୍ୟା କରିଥିଲା । ପୋଲିସ୍‌ କହିଛି, ମୁଖ୍ୟ ଅଭିଯୁକ୍ତି ଶଫି ଜଣେ ପେଶାଦାର ଅପରାଧୀ । ତା ନାମରେ ବିଭିନ୍ନ ଥାନାରେ
ଆଠ
ମାମଲା ରହିଛି । ପୋଲିସକୁ ଚକମା ଦେବା ଲାଗି ସେ ପ୍ରତି ବର୍ଷ ଘର ବଦଳାଉଥିଲା ଏବଂ ଅଧିକାଂଶ ସମୟ ଶିବିରରେ ରହୁଥିଲା । ଲୋକଙ୍କୁ ବୋକା ବନାଇବା ପାଇଁ ସେ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିଲା । ଦମ୍ପତ୍ତି ଅଧିକ ଅର୍ଥ ପାଇବା ଲୋଭରେ ତା ସହ ଯୋଗଯୋଗ କରିଥିଲେ ଏବଂ ଅନୁଷ୍ଠାନ ଲାଗି ଏକ ଲକ୍ଷ ୫୦ ହଜାର ଟଙ୍କା ଜମା କରିଥିଲେ । ନରବଳି ଦେଲେ ଘରେ ଧନ ଅଧିକ ବଢିବ ବୋଲି ଶଫି ଦମ୍ପତ୍ତିକୁ କହିଥିଲା । ଜୁନରେ ପ୍ରଥମ ବଳି ପରେ ଆର୍ଥିକ ସ୍ଥିତିରେ କୌଣସି ସୁଧାର ନଆସିବାରୁ ଦମ୍ପତ୍ତି ପୁଣି ଥରେ ଶଫି ନିକଟକୁ ଯାଇଥିଲେ । ପୁଣି ଥରେ ଶପି ଦ୍ୱିତୀୟ ନରବଳି ଲାଗି ଦମ୍ପତ୍ତିକୁ ମନାଇ ନେଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

ଓଡ଼ିଶାକୁ ନାହିଁ ବାତ୍ୟା ଭୟ: ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ

Read More...

ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

ଶିଳ୍ପ ପ୍ରତିଷ୍ଠା ସୁନିଶ୍ଚିତ ହେଉ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page