ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

October 08, 2022, ଓଡ଼ିଶା, , Anupambharat News Bureau


ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି
Anupambharat News Bureau
October 08, 2022


ପୁରୀ, ୮ା୧୦(ଅନୁପମ ମିଡ଼ିଆ) : ଆସନ୍ତା ୧୦ରୁ ଆରମ୍ଭ ହେବ ଚଳିତ ବର୍ଷର ହବିଷ ବ୍ରତ । ଏହା ଏକ ମାସ ପର୍ଯ୍ୟନ୍ତ ଚାଲିବ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପଞ୍ଜିକରଣ କରିଥିବା ୨୯୩୫ ଜଣ ହବିଷ୍ୟାଳି ମା’ଙ୍କୁ ୫ ଗୋଟି କେନ୍ଦ୍ରରେ ରଖାଯିବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଟାଉନ ହଲଠାରେ ହବିଷ ବ୍ରତ କାର୍ଯ୍ୟରେ ନିୟୋଜିତ ଅଧିକାରୀ, କର୍ମଚାରୀ ଓ ସେ୍ୱଛାସେବୀଙ୍କୁ ନେଇ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବର୍ମା ହବିଷ୍ୟାଳିମାନଙ୍କର ସେବାକୁ ନିଷ୍ଠା ଓ ଧର୍ମର କାର୍ଯ୍ୟ ବୋଲି ବିବେଚନା କରି କର୍ମଚାରୀମାନେ ଦାୟିତ୍ୱ ନିର୍ବାହ କରିବାକୁ ଆହ୍ୱାନ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ) ପ୍ରଦୀପ କୁମାର ସାହୁ ସମସ୍ତଙ୍କୁ ସ୍ୱାଗତ କରି ନୂତନ ଭାବେ ନିର୍ମିତ ବୃନ୍ଦାବତୀ ନିବାସରେ ପୁରୀ , ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ୧୬୦୪ ଜଣ,ଅକ୍ଷୟ ପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା ଓ ବାଗେଡିଆ ଧର୍ମଶାଳାରେ ଖୋର୍ଦ୍ଧା ଜିଲ୍ଲାର ୭୩୦ ଜଣ,ମୋଚିସାହି କଲ୍ୟାଣ ମଣ୍ଡପ ଠାରେ ଅବଶିଷ୍ଟ ଜିଲ୍ଲାର ୬୦୧ ଜଣ ହବିଷ୍ୟାଳି ମା’ ମାନଙ୍କର ରହଣିର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ । ସେମାନଙ୍କର ସୁରକ୍ଷିତ ରହଣି, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ, ପ୍ରବଚନ, ଭଜନ,ପାଲା ଇତ୍ୟାଦି ବ୍ୟବସ୍ଥା, ଚିକିତ୍ସା, ପରିମଳ,ପାନୀୟ ଜଳ, ନରେନ୍ଦ୍ରରେ ସ୍ନାନ ବ୍ୟବସ୍ଥା, ସେ୍ୱଛାସେବୀଙ୍କ ସହଯୋଗରେ ବ୍ୟବସ୍ଥା କରାଯାଇଛ ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଏସ ପି ମିହିର ପଣ୍ଡା,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନିତୀ ପ୍ରଶାସକ ଜିତେନ୍ଦ୍ର ସାହୁ, ସିଡିଏମଓ ଡାକ୍ତର ସୁଜାତା
ମିଶ୍ର ,ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଅଜିତ ମହାପାତ୍ର, ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ , କର୍ମଚାରୀ,ସେ୍ୱଛାସେବୀ, ଆଶା ଓ ଅଙ୍ଗନବାଡି କର୍ମୀମାନେ ଯୋଗ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରିମାଣ୍ଡରେ  ଯିବେ  ଅର୍ଚ୍ଚନା: ଖୋଲିବ  ଲିଙ୍କ୍‌ ଗୁମର

ରିମାଣ୍ଡରେ ଯିବେ ଅର୍ଚ୍ଚନା: ଖୋଲିବ ଲିଙ୍କ୍‌ ଗୁମର

Read More...

ଆହୁରି ଦୁଇ ଦିନ ବର୍ଷିବ

ଆହୁରି ଦୁଇ ଦିନ ବର୍ଷିବ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page