ରିମାଣ୍ଡରେ ଯିବେ ଅର୍ଚ୍ଚନା: ଖୋଲିବ ଲିଙ୍କ୍‌ ଗୁମର

October 08, 2022, ଓଡ଼ିଶା, , Anupambharat News Bureau


ରିମାଣ୍ଡରେ  ଯିବେ  ଅର୍ଚ୍ଚନା: ଖୋଲିବ  ଲିଙ୍କ୍‌ ଗୁମର
Anupambharat News Bureau
October 08, 2022


ଭୁବନେଶ୍ୱର, ୮ା୧୦(ଅନୁପମ ମିଡ଼ିଆ) ­ ଧନୀ ଲୋକଙ୍କୁ ବ୍ଲାକ୍‌ ମେଲ୍‌ କରି ଲୁଟୁଥିବା ମହିଳା ଅର୍ଚ୍ଚନା ନାଗଙ୍କ ଭିଡିଓ ଓ ମେସେଞ୍ଜର ଚାଟ୍‌ ଏବେ ଲୋକଲୋଚନକୁ ଆସିଛି । ଉକ୍ତ ଭିଡିଓରେ ବ୍ଲାକମେଲ ପରେ ଅର୍ଚ୍ଚନା ହୋଟେଲରେ କିପରି ଡିଲ୍‌ କରୁଥିଲେ ତାହା ରହିଥିବା କୁହାଯାଉଛି । ଏଣେ ଚାଟ୍‌ରେ ରହିଛି ସେ କେମିତି ପ୍ରତିପତିଶାଳୀ ଲୋକଙ୍କୁ ଫସାଇବା ପାଇଁ ବିଭିନ୍ନ ପ୍ରକାରର ବାହାନା କରୁଥିଲେ ଅର୍ଚ୍ଚନା । ସେହିପରି ଏକ ହୋଟେଲରେ ବସି କିଭଳି ଡିଲ୍‌ କରୁଥିଲେ ତାର ଏକ ଭିଡିଓ ସାମ୍ନାକୁ ଆସିଛି ।
ଅନ୍ୟପକ୍ଷରେ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କମିସନରେଟ୍‌ ପୋଲିସ ରିମାଣ୍ଡରେ ଆଣିବ । ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ଅଧିକ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭ, ଲାପଟପରେ ଥିବା ତଥ୍ୟକୁ ନେଇ ଖୋଳତାଡ଼ କରିବ ପୋଲିସ । ଏଥି ସହିତ କେଉଁମାନେ ଏହି ମହିଳାଙ୍କ ସହ ଲିଙ୍କରେ ରହିଥିଲେ ତାର ଗୁମର ଖୋଲିବାକୁ ପୋଲିସ ପ୍ରାୟସ କରିବ ବୋଲି କୁହାଯାଇଛି । ସୂଚନା ଅନୁଯାୟୀ ଅର୍ଚ୍ଚନା ଫେସବୁକ୍‌ ମାଧ୍ୟମରେ ଧନୀ ଲୋକଙ୍କ ସହିତ ସମ୍ପର୍କ ବଢ଼ାଇବା ପାଇଁ ଉଦ୍ୟମ କରୁଥିଲେ । ବଡ଼ ବ୍ୟବସାୟୀର ପରିଚୟ ଦେଇ ଧନୀ ଓ ପ୍ରତିପତିଶାଳୀଙ୍କୁ ଟଙ୍କା ମାଗୁଥିଲେ । ଧୀରେ ଧୀରେ ସମ୍ପର୍କ ବଢ଼ାଉଥିଲେ । ସୁଯୋଗ ଦେଖି ଘରକୁ ଖାଇବାକୁ ନିମନ୍ତ୍ରଣ କରୁଥିଲେ । ଅନ୍ୟ ଯୁବତୀଙ୍କ ସହ ସମ୍ପର୍କ ବଢ଼ାଇବାକୁ ପ୍ରଲୋଭିତ କରୁଥିଲେ । ଆଉ ଏଥିପାଇଁ ସମସ୍ତ ପ୍ରକାରର ସୁଯୋଗ ସୃଷ୍ଟି କରୁଥିଲେ । ଆଉ ସମ୍ପର୍କ ବଢ଼ିଯିବା ପରେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ସୁଟିଂ କରି ନେଉଥିଲେ । ପରବର୍ତ୍ତୀ ସମୟରେ ସେହି ଭିଡିଓ ଓ ଫଟୋକୁ ଦେଖାଇ ଆରମ୍ଭ ବ୍ଲାକମେଲିଂ କରୁଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ

୧୭ ବର୍ଷରୁ କମ୍‌ ମହିଳା ଫୁଟବଲ ବିଶ୍ୱକପ ଉଦ୍‌ଘାଟିତ

Read More...

ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page