ଆହୁରି ଦୁଇ ଦିନ ବର୍ଷିବ

October 08, 2022, ଓଡ଼ିଶା, , Anupambharat News Bureau


ଆହୁରି ଦୁଇ ଦିନ ବର୍ଷିବ
Anupambharat News Bureau
October 08, 2022


ଭୁବନେଶ୍ୱର, ୮ା୧୦(ଅନୁପମ ମିଡ଼ିଆ):­ ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ୧.୫ ରୁ ୫.୮ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି , ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ସତର୍କ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି , ଘଡଘଡି ସହ ବର୍ଷା ହୋଇପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସେହିପରି ୯ରୁ ୧୦ ତାରିଖ ମଧ୍ୟରେ ଗଞ୍ଜାମ, ଗଜପତି ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ,କନ୍ଧମାଳ, ରାୟଗଡା, ଅନୁଗୁଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଓ ଘଡଘଡି ସହ ବର୍ଷା ହୋଇପାରେ । ଏଥିପାଇଁ ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷେ ଗତ ୨୪ ଘଣ୍ଟା ମଧ୍ୟରେ ବରଗଡ଼ ଜିଲ୍ଲାର ପଦ୍ମପୁରରେ ସର୍ବାଧିକ ୪୦.୦ ମିମି ବର୍ଷା ରେକର୍ଡ଼ କରାଯାଇଛି । ସେହିପରି ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ରେ ୩୨,୦, ନୟାଗଡ଼ ଜିଲ୍ଲାର ବରମୂଳରେ ୩୦.୬, କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ାରେ ୩୦.୦, ବଲାଙ୍ଗିର ଜିଲ୍ଲାର ବେଲଗାଁରେ ୨୮.୦, ଗଞ୍ଜାମ ଜିଲ୍ଲାର ଧରାକୋଟରେ ୨୮.୦, ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୨୭.୬, ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିରେ ୨୫.୬, କୋରାପୁଟ ଜିଲ୍ଲାର ପଟାଙ୍ଗିରେ ୨୫.୦, ଅନୁଗୁଳ ଜିଲ୍ଲାର ଟିକରପଡ଼ାରେ ୨୪.୮, କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୨୪.୦ ମି.ମି. ବର୍ଷା ରେକର୍ଡ଼ କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

ପାଞ୍ଚ କେନ୍ଦ୍ରରେ ରହିବେ ୨୯୩୫ ହବିଷ୍ୟାଳି

Read More...

ପୂର୍ବୋଦୟ ଦିଗହରା ! ୫ଜି ମୋବାଇଲ୍‌ ସେବାରେ ଓଡ଼ିଶାକୁ ଅଣଦେଖା

ପୂର୍ବୋଦୟ ଦିଗହରା ! ୫ଜି ମୋବାଇଲ୍‌ ସେବାରେ ଓଡ଼ିଶାକୁ ଅଣଦେଖା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page