କଂଗ୍ରେସର ସଞ୍ଚାଳନ ସମିତି :ଆନନ୍ଦ ଶର୍ମାଙ୍କ ଇସ୍ତଫା

August 21, 2022, ଦେଶ, , Anupambharat News Bureau


କଂଗ୍ରେସର ସଞ୍ଚାଳନ ସମିତି  :ଆନନ୍ଦ ଶର୍ମାଙ୍କ ଇସ୍ତଫା
Anupambharat News Bureau
August 21, 2022


ନୂଆଦିଲ୍ଲୀ, ୨୧ା୮: ­ ପୂର୍ବ କେନ୍ଦ୍ରମନ୍ତ୍ର ତଥା କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ରବିବାର ହିମାଚଳ ପ୍ରଦେଶରେ ନିର୍ବାଚନ ପାଇଁ ହୋଇଥିବା ଦଳର ସଞ୍ଚାଳନ ସମିତିର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି । ଦଳୀୟ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଲେଖିଥିବା ଚିଠିରେ କଂଗ୍ରେସ ନେତା କହିଛନ୍ତି ଯେ ସେ ନିଜ ଆତ୍ମସମ୍ମାନ ସହିତ ବୁଝାମଣା କରିପାରିବେ ନାହିଁ । ତେବେ ସେ ରାଜ୍ୟରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିବେ ବୋଲି କହିଛନ୍ତି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଥିବା ଆନନ୍ଦ ଶର୍ମା ଏବେ ରାଜ୍ୟ ସଭାରେ କଂଗ୍ରେସ ପକ୍ଷରୁ ଡେପୁଟି ନେତା ଅଛନ୍ତି ।
ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଜାମ୍ମୁ-କାଶ୍ମୀର ପ୍ରଚାର ସମିତିର ଅଧ୍ୟକ୍ଷ ପଦରୁ ଗୁଲାମ ନବୀ ଆଜାଦ ମଧ୍ୟ ଇସ୍ତଫା ଦେଇଥିଲା । ଆଜାଦ ଏବଂ ଶର୍ମା ଦୁହେଁ ଜି-୨୩ ସମୁହଙ୍କ ଅଂଶ ରହିଥିଲେ ଯେଉଁମାନେ ପାର୍ଟି ନେତୃତ୍ୱଙ୍କ ନିର୍ଣ୍ଣୟ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଥିଲେ । ପ୍ରକାଶଥାଉକି ଗୋଟିଏ ପରେ ଗୋଟିଏ ରାଜ୍ୟରେ କଂଗ୍ରେସର ଶୋଚନୀୟ ସ୍ଥିତି ଦେଖିବାକୁ ମିଳିଛି । ଗୋଟିଏ ପଟେ ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାହୁଲ ଗାନ୍ଧୀ ମନା କରୁଥିବା ବେଳେ ଅନ୍ତରୀଣ ଅଧ୍ୟକ୍ଷ ପଦରେ ଥିବା ସୋନିଆ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବାରେ ଲାଗିଛନ୍ତି । ଫଳରେ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଜୋରଦାର ହେବାରେ ଲାଗିଛି । ଏପଟେ କଂଗ୍ରେସ ଘର ସଜାଡ଼ିବାରେ ଏକ ପ୍ରକାର ବିଫଳ ହେବାରେ ଲାଗିଥିବା ବେଳେ ବରିଷ୍ଠ ନେତା ମାନେ ଖୋଲାଖୋଲି ଦଳୀୟ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇବାରେ ଲାଗିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଟିନଙ୍କ ସହଯୋଗୀଙ୍କ   ଝିଅକୁ ହତ୍ୟା

ପୁଟିନଙ୍କ ସହଯୋଗୀଙ୍କ ଝିଅକୁ ହତ୍ୟା

Read More...

ସହକାରୀ ଜିଲ୍ଳାପାଳ ସ୍ତ୍ରୀଙ୍କ ନାଁରେ ବିପିଏଲ କାର୍ଡ

ସହକାରୀ ଜିଲ୍ଳାପାଳ ସ୍ତ୍ରୀଙ୍କ ନାଁରେ ବିପିଏଲ କାର୍ଡ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page