ସହକାରୀ ଜିଲ୍ଳାପାଳ ସ୍ତ୍ରୀଙ୍କ ନାଁରେ ବିପିଏଲ କାର୍ଡ

August 21, 2022, ଓଡ଼ିଶା, , Anupambharat News Bureau


ସହକାରୀ ଜିଲ୍ଳାପାଳ ସ୍ତ୍ରୀଙ୍କ ନାଁରେ ବିପିଏଲ କାର୍ଡ
Anupambharat News Bureau
August 21, 2022


ମାଲକାନଗିରି,୨୧ା୮(ଅନୁପମ ମିଡ଼ିଆ): ମାଲକାନଗିରି ଜିଲ୍ଲାର ଜଣେ ସହକାରୀ ଜିଲ୍ଳାପାଳ ନିଜ ସ୍ତ୍ରୀ ନାଁରେ ବିପିଏଲ କାର୍ଡ କରି ସରକାରୀ ଯୋଜନା ହଡପ କରୁଥିବା ଚର୍ଚ୍ଚାର ବିଷୟ ହୋଇଛି ।
ଘଟଣାରୁ ପ୍ରକାଶ ଯେ ମାଲକାନଗିରି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟଲୟେରେ ଜରୁରୀକାଳୀନ ବିଭାଗରେ ସହକାରୀ ଜିଲ୍ଳାପାଳ ଭାବେ କାର୍ଯ୍ୟ କରୁଥିବା ଲଲିତ ମଣ୍ଡଳ ନିଜ ସ୍ତ୍ରୀଙ୍କ ନାଁରେ ଏହି ବିପିଏଲ କାର୍ଡଟି ପ୍ରସ୍ତୁତ ହୋଇଥିବା ଜଣାପଡିଛି । ତେବେ ମୁ୍ୟନିସିପାଲିଟି ଲ୍ୟାଣ୍ଡ ରାଇଟ ଜମି ପଟ୍ଟା ପ୍ରଦାନ ପାଇଁ ଏହି କାର୍ଡକୁ ବ୍ୟବହାର କରି ଖଜଣା ଫଙ୍କିଥିବା ଜଣାପଡିଛି । ଦୀର୍ଘ ବର୍ଷ ଧରି ଯେଉଁ ଲୋକେ ସରକାରୀ ଜାଗାରେ ରହି ଆସୁଛନ୍ତି ସେମାନଙ୍କୁ ସରକାରୀ ନିୟମ ଅନୁଯାୟୀ ମୁ୍ୟନିସିପାଲଟି ଲ୍ୟାଣ୍ଡ ରାଇଟ ଆକଫ ଅନୁସାରେ ଜମି ପଟ୍ଟା ପ୍ରଦାନ କରାଯିବ । ତେବେ ଏହି ପଟ୍ଟା ପାଇଁ ବିପିଏଲ କାର୍ଡଧାରୀଙ୍କୁ ପ୍ରାୟ ୧୦,୮୦୦ ଟଙ୍କା ଖଜଣା ଦେବାର ନିୟମ ଥିବା ବେଳେ ଆର୍ଥିକ ସ୍ୱଚ୍ଛଳ ଲୋକଙ୍କୁ ଏହି ପ୍ରମାଣ ପତ୍ର ପାଇଁ ପ୍ରାୟ ୬୫,୦୦୦ ଟଙ୍କା ଖଜଣା ଆକାରରେ ଦେବାକୁ ପଡିବ । ମାଲକାନଗିରି ପୌର ପରିଷଦରେ ମଧ୍ୟ ଏହି ନିୟମ ଅନୁଯାୟୀ ଅନେକ ଲୋକେ ପଟ୍ଟା ପାଇଛନ୍ତି । ଏହି ଅଧିକ ଖଜଣା ଦେବାରୁ ବର୍ତ୍ତିବା ପାଇଁ ଲଳିତ ମଣ୍ଡଳଙ୍କ ସ୍ତ୍ରୀ ବିନୋତା ରାଣୀଙ୍କ ନାମରେ ଚଞ୍ଚକତା କରି ବିପିଏଲ କାର୍ଡ କରାଇ ସରକାରୀ ଜାଗାର ପଟ୍ଟା ପାଇବା ପାଇଁ ମାଲକାନଗିରି ମୁ୍ୟନିସିପାଲଟି କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଅତି ଚତୁରତା ସହିତ ବିନୋତାରାଣି ମଣ୍ଡଳ ନିଜ ବିପିଏଲ କାର୍ଡରେ ସ୍ୱାମୀଙ୍କ ନାମ ରହିବା ନିୟମ ଥିବା ବେଳେ ସେଠାରେ ସେ ତାଙ୍କ ପିତାଙ୍କ ନାମ ବିମଲ ମଣ୍ଡଲ ବୋଲି କାର୍ଡ ନମ୍ବର ୨୧୦୯୧୩୧୧୪୦୦ରେ ଉଲ୍ଲେଖ କରିଛନ୍ତି । ଆବେଦନକୁ ଭିତ୍ତି କରି ଏବଂ ବିପିଏଲ କାର୍ଡ ଥିବାରୁ ତାଙ୍କୁ ସ୍ୱଳ୍ପ ଖଜଣାରେ ସେହି ଜମିର ପଟ୍ଟା ପ୍ରମାଣ ପତ୍ର ମିଳି ଯାଇଥିଲା । ସହକାରୀ ଜିଲ୍ଲାପାଳ ସ୍ତ୍ରୀଙ୍କ ନାମରେ କିଭଳି ରୂପେ ବିପିଏଲ କାର୍ଡ ହେଲା ତାହା ସବୁଠାରୁ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସମ୍ପର୍କରେ ମାଲକାନଗିରି ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି ଯେ ସହକାରୀ ଜିଲ୍ଳାପାଳଙ୍କ ପତ୍ନୀ ମଣ୍ଡଳଙ୍କ ନାମରେ ଜାରି ହୋଇଥିବା ପଟ୍ଟା ବାବଦକୁ ଅଧିକ ଖଜଣା ଦେବା ପାଇଁ ନୋଟିସ କରାଯାଉଛି । ଅନ୍ୟପକ୍ଷରେ ବିନା ତଦନ୍ତରେ କିପରି ଯୋଗଣ ବିଭାଗର ଅଧିକାରୀମାନେ ଜଣେ ସହକାରୀ ଜିଲ୍ଳାପାଳଙ୍କ ସ୍ତ୍ରୀ ନାମରେ ବିପିଏଲ କାର୍ଡ ପ୍ରଦାନ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ତେବେ ଏହି ଘଟଣା ବର୍ତ୍ତମାନ ଲୋକ ଲୋଚନକୁ ଆସିବା ପରେ ମାଲକାନଗିରି ଜିଲ୍ଲାପାଳ କ’ଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା । ତେବେ ଘଟଣା ସଂକ୍ରାନ୍ତରେ ସହକାରୀ ଜିଲ୍ଳାପାଳ କହିଛନ୍ତି ଯେ, ସେ ଏନେଇ ବିଶେଷ କିଛି ଜାଣି ନାହାନ୍ତି । ତେବେ ଆଜି ଏହି ଘଟଣା ରାଜ୍ୟରେ ଏକ ପ୍ରକାର ଆଲୋଚ୍ୟର ବିଷୟ ହୋଇଛି । ପ୍ରକୃତ ହିତାଧିକାରୀଙ୍କ୍‌ୁ ବିପିଏଲ କାର୍ଡ଼ ପ୍ରଦାନ ବେଳେ ବିଭାଗ ପକ୍ଷରୁ ବହୁ ଯାଞ୍ଚ କରାଯାଉଥିବା ବେଳେ ଏଭଳି କାର୍ଯ୍ୟ କିଭଳି ଘଟିଲା ତାହା ଆଲୋଚନାର ବିଷୟ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସର ସଞ୍ଚାଳନ ସମିତି  :ଆନନ୍ଦ ଶର୍ମାଙ୍କ ଇସ୍ତଫା

କଂଗ୍ରେସର ସଞ୍ଚାଳନ ସମିତି :ଆନନ୍ଦ ଶର୍ମାଙ୍କ ଇସ୍ତଫା

Read More...

ସୁବର୍ଣ୍ଣରେଖାରେ ବନ୍ୟା

ସୁବର୍ଣ୍ଣରେଖାରେ ବନ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page