ପୁଟିନଙ୍କ ସହଯୋଗୀଙ୍କ ଝିଅକୁ ହତ୍ୟା

August 21, 2022, ବିଦେଶ, , Anupambharat News Bureau


ପୁଟିନଙ୍କ ସହଯୋଗୀଙ୍କ   ଝିଅକୁ ହତ୍ୟା
Anupambharat News Bureau
August 21, 2022


ମସ୍କୋ,୨୧ା୮: ରୁଷ ରାଷ୍ଟ୍ରପତି ଭ୍ଳାଦିମିର ପୁଟିନଙ୍କ ଘନିଷ୍ଠ ସହଯୋଗୀ କୁହାଯାଉଥିବା ଆଲେକଜେଣ୍ଡର୍‌ ଦୁଗିନଙ୍କ ଝିଅଙ୍କୁ ମସ୍କୋ ଉପକଣ୍ଠରେ କାର ବୋମା ବିସ୍ପୋରଣରେ ହତ୍ୟା କରାଯାଇଛି । ୟୁକ୍ରେନ ବିରୋଧରେ ରୁଷର ଆକ୍ରମଣ ଯୋଜନାର ଅନ୍ୟତମ ମୁଖ୍ୟ ଥିବା ଦୁଗିନଙ୍କୁ ଟାର୍ଗେଟ କରାଯାଇଥିଲା । ତେବେ ଶେଷ ସମୟରେ ତାଙ୍କ ଝିଅ ଦୁଗିନଙ୍କ କାର ନେଇ ଏକାକୀ ଆସୁଥିବା ବେଳେ ବିସ୍ପୋରଣର ଶିକାର ହୋଇଥିଲେ ।
ମିଳିଥିବା ସୂଚନା ପ୍ରକାରେ ରାଜଧାନୀ ଉପକଣ୍ଠରେ ଅବସ୍ଥିତ ବୋଲ୍‌ଶିୟେ ଭିୟାଜିଓମି ଗାଁ ନିକଟ ଦେଇ ଯାଇଥିବା ରାଜପଥରେ ଦୁଗିନଙ୍କ ଝିଅ ଦାରିୟା ନିଜ ଟୋୟଟା ଲ୍ୟାଣ୍ଡ୍‌ କ୍ରୁଜର୍‌ କାରରେ ଯାଉଥିବା ବେଳେ ସେଥିରେ ଥିବା ବୋମା ବିସ୍ପୋରିତ ହୋଇଥିଲା । ଆଲେକେଣ୍ଡଙ୍କ ଝିଅଙ୍କୁ ୟୁକ୍ରେନୀୟ ଆତଙ୍କବାଦୀ ମାନେ ହତ୍ୟା କରିଛନ୍ତି ବୋଲି ପୁଟିନ୍‌ଙ୍କ ଗୁପ୍ତଚର ‘ଦୋନେତ୍ସP ପିପୁଲ୍ସ୍‌ ରିପବ୍ଲିକ୍‌’ର ମୁଖ୍ୟ ଡେନିସ୍‌ ପୁଶିଲିନ୍‌ କହିଛନ୍ତି । ଦୁଗିନ୍‌ଙ୍କୁ ନିପାତ କରିବାକୁ ଉଦ୍ୟମ କରୁଥିବା ୟୁକ୍ରେନୀୟ ସରକାରଙ୍କ ଆତଙ୍କବାଦୀମାନେ ବୋମା କାର ବିସ୍ପୋରଣ କରି ତାଙ୍କ ଝିଅଙ୍କୁ ହତ୍ୟା କରିଛନ୍ତି ।
ବିଶେଷସୂତ୍ରରୁ ସଂଗୃହୀତ ସୂଚନା ଅନୁସାରେ, ତାଙ୍କ ବାପା ଆଲେକଜେଣ୍ଡର୍‌ ତାଙ୍କ ସହିତ ସେ କାରରେ ଫେରିବାର ଥିଲା, କି;ୁ ସେ ସେଥିରେ ନ ଆସି ଅନ୍ୟ ଏକ କାରରେ ଆସୁଥିଲେ ।
ଫଳରେ ସେ ଏଥିରୁ ବର୍ତ୍ତି ଯାଇଥିବା କୁହାଯାଇଛି । ତେବେ ଘଟଣା ପାଇଁ କେହି ନିଜକୁ ଦାୟୀ କରିନଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଳ ସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା: ଆସନ୍ତା ଦୁଇ ଦିନ ଗୁରୁତ୍ୱପୂର୍ଣ୍ଣ

ଜଳ ସମ୍ପଦ ମନ୍ତ୍ରୀଙ୍କ ବନ୍ୟା ସ୍ଥିତି ସମୀକ୍ଷା: ଆସନ୍ତା ଦୁଇ ଦିନ ଗୁରୁତ୍ୱପୂର୍ଣ୍ଣ

Read More...

କଂଗ୍ରେସର ସଞ୍ଚାଳନ ସମିତି  :ଆନନ୍ଦ ଶର୍ମାଙ୍କ ଇସ୍ତଫା

କଂଗ୍ରେସର ସଞ୍ଚାଳନ ସମିତି :ଆନନ୍ଦ ଶର୍ମାଙ୍କ ଇସ୍ତଫା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page