ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଲାଗିବନି ଜିଏସଟି

August 12, 2022, ଦେଶ, , Anupambharat News Bureau


ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଲାଗିବନି ଜିଏସଟି
Anupambharat News Bureau
August 12, 2022


ନୂଆଦିଲ୍ଲୀ : ଭଡ଼ା ଘରେ ରହିବା ଲାଗି ଲୋକମାନଙ୍କୁ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ ବୋଲି ହେଉଥିବା କଳ୍ପନା ଜଳ୍ପନାର ଅବସାନ ଘଟାଇଛନ୍ତି କେନ୍ଦ୍ର ସରକାର । ଏପରି କୌଣସି ପ୍ରସ୍ତାବ ନାହିଁ, କେବଳ ବ୍ୟବସାୟ କାର୍ଯ୍ୟ ( ଯେପରିକି ଅଫିସ, ୱାର୍କସପ ଇତ୍ୟାଦି) ପାଇଁ ଭଡ଼ା ଘର ନେଲେ ୧୮ ପ୍ରତିଶତ ଜିଏସଟି ନେବାକୁ ପଡ଼ିବ ।ଏ ନେଇ କେତେକ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଭାରତ ସରକାରଙ୍କ ପକ୍ଷରୁ ଖଣ୍ଡନ କରାଯାଇଛି । କେନ୍ଦ୍ର ସରକାରଙ୍କ ପତ୍ରସୂଚନା କାର୍ଯ୍ୟାଳୟ ପକ୍ଷରୁ ଏହି ଖବରକୁ ଖଣ୍ଡନ କରି କୁହାଯାଇଛି । ଯେ ଜଣେ ବ୍ୟକ୍ତି ବ୍ୟକ୍ତିଗତ ବ୍ୟବହାର ଯେପରିକି ନିଜେ ରହିବା, ପରିବାର ସହ ରହିବା ପାଇଁ ଘର ନେଲେ କୌଣସି ଜିଏସଟି ଦେବାକୁ ପଡ଼ିବ ନାହିଁ । ଏପରିକି କୌଣସି ସଂସ୍ଥାର ପାର୍ଟନର ବା ସ୍ୱତ୍ତ୍ୱାଧିକାରୀ ବ୍ୟକ୍ତିଗତ ବ୍ୟବହାର ପାଇଁ ଘର ଭଡ଼ା ସୁତ୍ରେ ନେଲେ ତାହା ଉପରେ ଜିଏସଟି ଲାଗୁ ହେବ ନାହିଁ । ତେବେ କୌଣସି ବ୍ୟକ୍ତି ଘରଭଡ଼ା ବ୍ୟବସାୟିକ ଉଦ୍ଦେଶ୍ୟ ପାଇଁ ନେଲେ ଜିଏସଟି ଲାଗୁ ହେବ ।ଗତ ଜୁଲାଇ ମାସରେ କେତେକ ଅତ୍ୟାବଶ୍ୟକ ସେବା ଓ ସାମଗ୍ରୀ ଉପରେ ଜିଏସଟି ଲାଗୁ ହେବା ପରେ ତାହାକୁ ନେଇ ବିରୋଧୀ ଦଳ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତ । ସଂସଦର ମୌସୁମୀ ଅଧିବେଶନରେ ଏହା ଏକ ବଡ଼ ପ୍ରସଙ୍ଗ ଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପ୍ରଥମ ଦିନରେ ଲାଲ୍‌ ସିଂହ ଚଢ଼ାର ଦୁର୍ବଳ ପ୍ରଦର୍ଶନ

ପ୍ରଥମ ଦିନରେ ଲାଲ୍‌ ସିଂହ ଚଢ଼ାର ଦୁର୍ବଳ ପ୍ରଦର୍ଶନ

Read More...

 ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page