ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର

August 12, 2022, ଦେଶ, , Anupambharat News Bureau


 ବନ୍ଦ ହେବ ଜନସନ ଏଣ୍ଡ ଜନସନ ବେବି ପାଉଡର
Anupambharat News Bureau
August 12, 2022


ନୂଆଦିଲ୍ଲୀ: ଆମେରିକାରେ ବିକ୍ରି ବନ୍ଦ ପରେ ଏବେ ବିଶ୍ୱରେ ବେବି ପାଉଡର ବିକ୍ରି ବନ୍ଦ କରିବ ଜନସନ ଏଣ୍ଡ ଜନସନ । ୨୦୨୩ ମସିହାରେ ସାରା ବିଶ୍ୱରେ ଜନସନଏଣ୍ଡ ଜନସନଙ୍କ ବେବି ପାଉଡର ବିକ୍ରି ବନ୍ଦ ହୋଇଯିବ ବୋଲି ଔଷଧ ପ୍ରସ୍ତୁତ କର୍ତ୍ତା କହିଛନ୍ତି । ବିଶ୍ୱବ୍ୟାପୀ ପୋର୍ଟଫୋଲିଓ ମୂଲ୍ୟାୟନରେ କର୍ଣ୍ଣ ଷ୍ଟ୍ରା‘ ଆଧାରିତ ସବୁ ବେବି ପାଉଡର ପ୍ରସ୍ତୁତି ଓ ବିକ୍ରି ବନ୍ଦ ଲାଗି ବାଣିଜ୍ୟିକ ନିଷ୍ପତ୍ତି ନିଆଯାଇଥିବା ଜନସନ ଏଣ୍ଡ ଜନସନ କହିଛି ।
ଜନସନଏଣ୍ଡ ଜନସନ ୨୦୨୦ରେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡାରେ ବେବିପାଉଡର ବିକ୍ରି ବନ୍ଦ କରିଦେବେ ବୋଲି ଘୋଷଣା କରିଥିଲା । କାରଣ ଆଇନଗତ ଚାଲେଞ୍ଜରେ ଉତ୍ପାଦ ନେଇ ଗୁଜବ ବଜାରରେ ଚାହିଦା ହ ୍ରାସ କରିଥିଲା । ସାରା ବିଶ୍ୱରେ ଏବେ ଜନସନ ଏଣ୍ଡ ଜନସନ ବେବି ପାଉଡର ବିରୋଧରେ ୩୮ ହଜାରରୁ ଅଧିକ ମାମଲା ବିଭିନ୍ନ କୋର୍ଟରେ ବିଚାରଧୀନ ରହିଛି । ଉତ୍ପାଦରେ ଆଜବେଷ୍ଟସ ମିଶ୍ରଣ କର୍କଟ ରୋଗର କାରଣ ବୋଲି ଅଭିଯୋଗ ହୋଇଛି ।
ତେବେ ଜନସନ ଏଣ୍ଡ ଜନସନ ଅଭିଯୋଗକୁ ଅସ୍ୱୀକାର କରିଆସୁଛି । ଦୀର୍ଘ ଦଶକ ଧରି ବୈଜ୍ଞାନିକ ପରୀକ୍ଷଣ ଓ ନିୟାମକୀୟ ଅନୁମୋଦନ ବେବି ପାଉଡର ଅଭ୍ରମୁକ୍ତ ଓ ସୁରକ୍ଷିତ ବୋଲି ଦାବି କରି ଆସୁଛି ଜନସନ ଏଣ୍ଡ ଜନସନ । କମ୍ପାନୀ ଏହି ଦାବିକୁ ପୁଣି ଦୋହରାଇଛି । କାରଣ କମ୍ପାନୀ ଉତ୍ପାଦ ୨୦୨୩ ମସିହାରୁ ସାରା ବିଶ୍ୱରେ ବନ୍ଦ କରିଦେବେ ବୋଲି ଘୋଷଣା କରିଛି ।
ତେବେ ୨୦୧୮ର ଏକ ଯାଞ୍ଚରେ ଜନସନ ଏଣ୍ଡ ଜନସନ ଦୀର୍ଘ ଦଶକରୁ ତାଙ୍କ ଉତ୍ପାଦରେ ଏସବେଷ୍ଟସ ଭଳି କର୍କଟର ତତ୍ୱ ମହଜୁଦ ଥିବା ଜାଣିଥିଲେ ବୋଲି ଜଣାପଡିଥିଲା । କମ୍ପାନୀର ରେକର୍ଡ ପରୀକ୍ଷଣର ସାକ୍ଷ୍ୟ ଓ ଅନ୍ୟ ପ୍ରମାଣରୁ ଜଣା ଯାଏଯେ ୧୯୭୧ରୁ ୨୦୦୦ ଦଶକ ଆରମ୍ଭ ପର୍ଯ୍ୟନ୍ତ ଫିନସ ପାଉଡର ଓ କଞ୍ଚାମାଲରେ କିଛି ମାତ୍ରାରେ ଏସବେଷ୍ଟସ ଲାଗି ସକରାତ୍ମକ ପରୀକ୍ଷଣ କରାଯାଇଥିଲା । ତେବେ ଅଦାଲତରେ ଉତ୍ପାଦ ଅତ୍ୟନ୍ତ ସୁରକ୍ଷିତ ବୋଲି ଜନସନ୍‌ ଏଣ୍ଡ ଜନସନ ବାରମ୍ବାର ଦାବି କରୁଥିଲା । ଜନସନ ୧୮୯୪ ମସିହାରୁ ବେବି ପାଉଡରର କାରବାର କରିଆସୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଲାଗିବନି ଜିଏସଟି

ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଲାଗିବନି ଜିଏସଟି

Read More...

ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୬.୭୧%

ଜୁଲାଇରେ ଖୁଚୁରା ମୁଦ୍ରାସ୍ପୀତି ୬.୭୧%

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page