ପ୍ରଥମ ଦିନରେ ଲାଲ୍‌ ସିଂହ ଚଢ଼ାର ଦୁର୍ବଳ ପ୍ରଦର୍ଶନ

August 12, 2022, ଦେଶ, , Anupambharat News Bureau


ପ୍ରଥମ ଦିନରେ ଲାଲ୍‌ ସିଂହ ଚଢ଼ାର ଦୁର୍ବଳ ପ୍ରଦର୍ଶନ
Anupambharat News Bureau
August 12, 2022


ମୁମ୍ବାଇ: ପ୍ରେକ୍ଷାଳୟରେ ମୁକ୍ତିଲାଭ କରି ସାରିଛି ଆମୀର ଖାନ୍‌ଙ୍କ ଚଳଚ୍ଚିତ୍ର ଲାଲ୍‌ ସିଂହ ଚଢ଼ା । ଆମୀର ଖାନ୍‌ଙ୍କ ଏହି ଫିଲ୍ମକୁ ଲୋକେ ବର୍ଜନ କରିଥିବା ବେଳେ ଏହା ପ୍ରଥମ ଦିନରେ ମାତ୍ର ୧୦.୭୫ କୋଟି ଟଙ୍କା ହୋଇଛି । ସିନେମାର ଓପେନିଂ ଖୁବ୍‌ ଖରାପ ହୋଇଛି । ଚଳଚ୍ଚିତ୍ରଟିକୁ ଅଧିକାଂଶ ଭଲ ରିଭୁ୍ୟ ମିଳିଥିଲେ ବି ଦର୍ଶକ ବେଶୀ ଦେଖିବାକୁ ହଲକୁ ଯାଉନାହାନ୍ତି ।
ଆମୀରଙ୍କ ପୂର୍ବ ଚଳଚ୍ଚିତ୍ର ଠଗ୍ସ ଅଫ୍‌ ହିନ୍ଦୁସ୍ତାନ ତୁଳନାରେ ଦେଖିଲେ ସିନେମାଟି ଯଥେଷ୍ଟ କମ୍‌ ରୋଜଗାର କରିଛି । ଆମୀରଙ୍କ ପୂର୍ବଚଳଚ୍ଚିତ୍ରଟି ରିଲିଜର ପ୍ରଥମ ଦିନରେ ୫୨ କୋଟି ଟଙ୍କା ରୋଜଗାର କରିଥିଲା । ଚଳିତ ବର୍ଷରେ ଯେତେ ସବୁ ସିନେମା ରିଲିଜ୍‌ ହୋଇଛି, ସେଥିମଧ୍ୟରୁ ପ୍ରଥମ ଦିନ ରୋଜଗାର ମଧ୍ୟରେ ଲାଲ୍‌ ସିଂହ ଚାଢ଼ା ତୃତୀୟ ସ୍ଥାନରେ ରହିଛି । ୧୪.୧୦ କୋଟି ଟଙ୍କା ରୋଜଗାର କରି ପ୍ରଥମରେ ରହିଛି କାର୍ତ୍ତିକ ଆର୍ଯ୍ୟାନଙ୍କ ସିନେମା ଭୁଲ୍‌ ଭୁଲେୟାଁ । ସେହିପରି ଦ୍ୱିତୀୟରେ ରହିଛି ଅକ୍ଷୟ କୁମାରଙ୍କ ଅଭିନୀତ ବଚ୍ଚନ ପାଣ୍ଡେ । ଏହି ଚଳଚ୍ଚିତ୍ରଟି ପ୍ରଥମେ ଦିନରେ ୧୩.୨୦ କୋଟି ରୋଜଗାର କରିଥିଲା । ୪ର୍ଥ ସ୍ଥାନରେ ରହିଛି ଅକ୍ଷୟଙ୍କ ଅଭିନୀତ ଚଳଚ୍ଚିତ୍ର ସମ୍ରାଟ ପୃଥ୍ୱିରାଜ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରିଟେନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

ବ୍ରିଟେନରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ

Read More...

ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଲାଗିବନି ଜିଏସଟି

ବ୍ୟକ୍ତିଗତ ବ୍ୟବହାର ପାଇଁ ଘରଭଡ଼ା ନେଲେ ଲାଗିବନି ଜିଏସଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page