ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି : ଓଡ଼ିିଶାକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ

August 07, 2022, ଓଡ଼ିଶା, , Anupambharat News Bureau


ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି : ଓଡ଼ିିଶାକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ
Anupambharat News Bureau
August 07, 2022


ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ଓଡ଼ିଶାକୁ ସ୍ୱତନ୍ତ୍ର ଫୋକସ୍‌ ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆଦିଲ୍ଲୀରେ ଆୟୋଜିତ ନୀତି ଆୟୋଗର ସପ୍ତମ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ସାମିଲ ହୋଇ ସେ ଏହି ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରପତି ଭବନର କଲଚରାଲ ସେଣ୍ଟରରେ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ତେଣୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇଦେବାକୁ ସେ ଦାବି କରିଛନ୍ତି । ଟେଲିକମ୍‌, ରେଲେୱ ଓ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଲାଗି ମଧ୍ୟ ସେ ଦାବି କରିଥିବା ଜଣା ପଡିଛି ।
ଏହାସହ ବୈଠକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନେଇ ମଧ୍ୟ ଧ୍ୟାନ ଆକର୍ଷଣ କରିଛନ୍ତି । ଅଧିକାଂଶ ଆଦିବାସୀ ଓ କେବିକେ ଜିଲ୍ଲା ମାନଙ୍କରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ଅସାମଞ୍ଜସ୍ୟ ତୁରନ୍ତ ଦୂର କରିବାକୁ ସେ ଅନୁରୋଧ କରିଛନ୍ତି । ବୈଠକରେ ଏଏସଆଇ ଓ ଆମସାର ରୂପାନ୍ତରଣ ଦାବି କରିଛନ୍ତି ନବୀନ ପଟ୍ଟନାୟକ । ଏଏସଆଇ ଓ ଆମସାରର ଟେକ୍ନୋଲୋଜି ଓ ନ୍ୟାୟିକ ଢାଞ୍ଚାରେ ପରିବର୍ତ୍ତନ ପାଇଁ ମଧ୍ୟ ସେ ଦାବି କରିଛନ୍ତି । ଏହାଦ୍ୱାରା କୋଣାର୍କ ଆଦି ଐତିହ୍ୟ ସ୍ଥଳୀକୁ ସୁରକ୍ଷିତ ରଖାଯାଇପାରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଏସ୍‌ଏସ୍‌ଏଲ୍‌ଭି-ଡି୧ର ଉତ୍‌କ୍ଷେପଣ ବିଫଳ

ଏସ୍‌ଏସ୍‌ଏଲ୍‌ଭି-ଡି୧ର ଉତ୍‌କ୍ଷେପଣ ବିଫଳ

Read More...

ଦୁଇ ଜିଲ୍ଲାକୁ  ‘ରେଡ୍‌’ ୱାର୍ଣ୍ଣିଂ

ଦୁଇ ଜିଲ୍ଲାକୁ ‘ରେଡ୍‌’ ୱାର୍ଣ୍ଣିଂ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page