ଏସ୍‌ଏସ୍‌ଏଲ୍‌ଭି-ଡି୧ର ଉତ୍‌କ୍ଷେପଣ ବିଫଳ

August 07, 2022, ଦେଶ, , Anupambharat News Bureau


 ଏସ୍‌ଏସ୍‌ଏଲ୍‌ଭି-ଡି୧ର ଉତ୍‌କ୍ଷେପଣ ବିଫଳ
Anupambharat News Bureau
August 07, 2022


ହାଇଦ୍ରାବାଦ,୭ା୮:ବହୁବାର ସଫଳତା ହେଉଥିଲେ ମଧ୍ୟ ଭାରତୀୟ ବୈଜ୍ଞାନିକ କୌଶଳରେ ବେଳେ ବେଳେ ନୈରାଶ୍ୟଜନକ କାର୍ଯ୍ୟଧାରା ଚିନ୍ତାର କାରଣ ହୋଇଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଦ୍ୱାରା ଅତ୍ୟାଧୁନିକ ମହାକାଶ ଯାନ ଇସ୍ରୋ ଦ୍ୱାରା ନବ ନିର୍ମିତ ସାଟେଲାଇଟ୍‌ ଲଞ୍ଚ ଭେହିକିଲ୍‌ ଏସ୍‌ଏସ୍‌ଏଲ୍‌ଭି ଡି୧ ଦ୍ୱାରା ପ୍ରଥମ ଉତକ୍ଷେପଣ ବିଫଳ ହୋଇଛି । ଏସ୍‌ଏସ୍‌ଏଲ୍‌ଭି ଡି୧ଦ୍ୱାରା ମହାକାଶକୁ ଛଡ଼ାଯାଇଥିବା ଆର୍ଥ ଅବଜରଭେସନ ସାଟେଲାଇଟ୍‌ ବା ଭୂ-ସର୍ବେକ୍ଷଣ ଉପଗ୍ରହ ଦ୍ୱୟ ଆଉ କୌଣସି କାମରେ ଆସିବ ନାହିଁ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ତେବେ କେଉଁଠି ତ୍ରୁଟି ରହିଲା, ତାହା ନିରୂପଣ ହୋଇସାରିଛି । ଏହାର ଏକ କମିଟି ଏହାର ତର୍ଜମା କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଉତକ୍ଷେପଣ ବେଳେ ସବୁ ଠିକାଠାକ ଥିଲେ ବି ଏହା ଉପଯୁକ୍ତ କକ୍ଷପଥରେ ନ ରହି ଚେପଟା ସ୍ଥାନରେ ଅବସ୍ଥାନ କରିବାରୁ ସମସ୍ୟା ଉପୁଜିଲା ବୋଲି କୁହାଯାଇଛି । ଅନୁଧ୍ୟାନ ପରେ ପରବତ୍ତୀ ପରୀକ୍ଷଣ କରାଯିବ ବୋଲି ଇସ୍ରୋ ଚେୟାରମ୍ୟାନ କହିଛନ୍ତି । ତ୍ରୁଟିକୁ ଆଧାର କରି ଏସ୍‌ଏସ୍‌ଏଲ୍‌ଭି ଡି୨ ଉତକ୍ଷେପଣ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । କ୍ଷୁଦ୍ର ସାଟେଲାଇଟ୍‌ ଛାଡ଼ିବା ଲାଗି ଭାରତୀୟ ବୈଜ୍ଞାନିକଙ୍କ ଦ୍ୱାରା ଏହାକୁ ବିକଶିତ କରାଯାଇଥିଲା । ଏହାପରେ ଆଜି ପ୍ରଥମ ଥର ପାଇଁ ଏଥିରେ ୨ଟି କ୍ଷୁଦ୍ର ଉପଗ୍ରହକୁ ମହାକାଶକୁ ପ୍ରେରଣ କରାଯାଇଥିଲା । ଉତକ୍ଷେପଣ ବେଳେ ସବୁ ଠିକ୍‌ ଥିଲେ ବି ମହାକାସରେ ପହଞ୍ଚିବାବେଳେ ଏହା ଏକ ଅସ୍ଥିର କକ୍ଷପଥରେ ଅବସ୍ଥାନ କରିଥିଲା ବୋଲି କୁହାଯାଇଛି । ରକେଟର ଶେଷ ପର୍ଯ୍ୟାୟରେ ତ୍ରୁଟି ଯୋଗୁଁ ଏପରି ହୋଇଥିବା ଅନୁମାନ କରାୟାଉଛି ।
ଆଜି ସକାଳ ୯ଟା ୧୮ ମିନିଟରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାରୁ ଏସ୍‌ଏସ୍‌ଏଲ୍‌ଭି ଦ୍ୱାରା ୨ଟି ସାଟେଲାଇଟ୍‌ ମହାକାଶକୁ ଛଡ଼ା ଯାଇଥିଲା । ଗୋଟିଏ ଆର୍ଥ ଅବଜରଭେସନ ସାଟାଇଲାଇଟ୍‌ ହୋଇଥିବାବେଳେ ଅନ୍ୟଟି ଆଜାଦିସାଟ୍‌ । ଆଜାଦିସାଟକୁ ୭୫ଟି ବିଦ୍ୟାଳୟର ୭୫୦ ଜଣ ଛାତ୍ରୀ ନିର୍ମାଣ କରିଥିଲେ । ଆଜାଦି କି ଅମୃତ ମହୋତ୍ସବ ଅବସରରେ ଏହି ସାଟେଲାଇଟ୍‌ ନିର୍ମାଣ କରାଯାଇଥିଲା । ସ୍ପେଶ କିଡ୍ସ୍‌ ଇଣ୍ଡିଆର ଛାତ୍ରୀ ଟିମ୍‌ ମାତ୍ର ୭୨ ଘଣ୍ଟାରେ ଏହି ରକେଟକୁ ନିର୍ମାଣ କରିଥିଲେଛ । ସଫଳତା ନେଇ ଆଶାବାଦୀ ଥିଲେ ବି ଶେଷ ମୁହୂର୍ତ୍ତରେ ଏହା ବିଫଳ ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୃହରକ୍ଷୀଙ୍କ ଡୁ୍ୟଟି କଲ ଅପ  ଭତ୍ତାରେ ବୃଦ୍ଧି :୯୦୦୦ରୁ ୧୨୨୮୦ଟଙ୍କା ହେଲା

ଗୃହରକ୍ଷୀଙ୍କ ଡୁ୍ୟଟି କଲ ଅପ ଭତ୍ତାରେ ବୃଦ୍ଧି :୯୦୦୦ରୁ ୧୨୨୮୦ଟଙ୍କା ହେଲା

Read More...

ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି : ଓଡ଼ିିଶାକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ

ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି : ଓଡ଼ିିଶାକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page