ଦୁଇ ଜିଲ୍ଲାକୁ ‘ରେଡ୍‌’ ୱାର୍ଣ୍ଣିଂ

August 07, 2022, ଓଡ଼ିଶା, , Anupambharat News Bureau


ଦୁଇ ଜିଲ୍ଲାକୁ  ‘ରେଡ୍‌’ ୱାର୍ଣ୍ଣିଂ
Anupambharat News Bureau
August 07, 2022


ଭୁବନେଶ୍ୱର,୭ା୮(ଅନୁପମ ମିଡ଼ିଆ): ରାଜ୍ୟର ଜିଲ୍ଲାଗୁଡ଼ିକରେ ଅଧିକାଂଶ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୮ ତାରିଖ ସୋମବାର ସୁଦ୍ଧା ଓଡିଶାର କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅତି ପ୍ରବଳରୁ ପ୍ରବଳତର ବର୍ଷାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ଦୁଇ ଜିଲ୍ଲାକୁ ‘ରେଡ୍‌’ ୱାର୍ଣ୍ଣିଂ ଜାରି କରାଯାଇଛି । ଭୁବନେଶ୍ୱର ସ୍ଥିତ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ପୂର୍ବାନୁମାନ କରାଯାଇଛି ।
କେନ୍ଦ୍ର ପକ୍ଷରୁ ଜାରୀ ବୁଲେଟିନରେ କୁହା ଯାଇଛି ଯେ, ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଓଡ଼ିଶା ଏବଂ ଏହାର ପାଖ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଭାବରେ ଅବସ୍ଥିତ ରହିଛି । ଏଥିସହ ଜଡିତ ସାମୁଦ୍ରିିକ ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬ କିଲୋମିଟର ଉଚ୍ଚତା ସହିତ ଦକ୍ଷିଣ-ପଶ୍ଚିମ ଆଡକୁ ବିସ୍ତାରିତ ହୋଇଛି । ଏହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଏକ ଗଭୀର ଅବପାତରେ ପରିଣତ ହୋଇ ଓଡ଼ିଶା ଏବଂ ଛତିଶଗଡ଼ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି ବୋଲି ବୁଲେଟିନରେ ଉଲ୍ଲେଖ ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ କୁହା ଯାଇଛି ଯେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍‌ ୮ ତାରିଖ ସୋମବାର ସୁଦ୍ଧା ଓଡିଶାର କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାରେ ଅତି ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବା ବେଳେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଜପତି, ଗଞ୍ଜାମ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଏହି ଜିଲ୍ଲାଗୁଡ଼ିକୁ ‘ଅରେଞ୍ଜ’ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ପୁରୀ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, ସୋନପୁର, ବରଗଡ଼, ସମ୍ବଲପୁର, କଟକ, ଜଗତସିଂହପୁର ଓ ଅନୁଗୁଳ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଦୃଷ୍ଟିରୁ ଏହି ସମସ୍ତ ଜିଲ୍ଲା ପାଇଁ ‘ୟେଲୋ’ ୱାର୍ଣ୍ଣିଂ ଜାରି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି : ଓଡ଼ିିଶାକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ

ନୀତି ଆୟୋଗ ବୈଠକରେ ନବୀନଙ୍କ ଦାବି : ଓଡ଼ିିଶାକୁ ଫୋକସ ରାଜ୍ୟର ମାନ୍ୟତା ମିଳୁ

Read More...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ:   ଭକ୍ତଙ୍କ ଲାଗି ଖୋଲିବ ଗୁଣ୍ଡିଚା ମନ୍ଦିର

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଭକ୍ତଙ୍କ ଲାଗି ଖୋଲିବ ଗୁଣ୍ଡିଚା ମନ୍ଦିର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page