୨୦ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ

July 16, 2022, ଓଡ଼ିଶା, , Anupambharat News Bureau


୨୦ରୁ ଯୁକ୍ତ ଦୁଇ  ନାମଲେଖା ଆବେଦନ
Anupambharat News Bureau
July 16, 2022


ଭୁବନେଶ୍ୱର, ୧୬ା୭ (ଅନୁପମ ମିଡିଆ):­ ଯୁକ୍ତ ୨ ପ୍ରଥମ ବର୍ଷରେ ନାମଲେଖାଇବା ପାଇଁ ଆସନ୍ତା ଜୁଲାଇ ୨୦ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ମାଟ୍ରିକ ପରୀକ୍ଷାରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନେ ଜୁଲାଇ ୨୦ରୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲରେ ଆବେଦନ କରିପାରିବେ । ତେବେ ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲଫ ପ୍ରକାଶ ପାଇନଥିବାରୁ ଆବେଦନ ଅବଧି ବୃଦ୍ଧି ପାଇପାରେ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଶନିବାର ଏହି ସୂଚନା ଦେଇଛନ୍ତି ।ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି, ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲଫ ବାହାରି ନାହିଁ । ଆମେ ଆଶା କରୁଛୁ ଜୁଲାଇ ୨୦ ତାରିଖ ପୂର୍ବରୁ ରେଜଲଫ ବାହାରିଯିବ । ଯଦି ପିଲାମାନେ ଚାହିଁବେ ସେମାନେ ଆବେଦନ କରିପାରିବେ । ଯଦି ସିବିଏସ୍‌ଇ/ଆଇସିଏସ୍‌ଇ ରେଜଲଫ ପ୍ରକାଶ ପାଇବାରେ ବିଳମ୍ବ ହୁଏ, ନାମଲେଖା ପାଇଁ ଆବେଦନ ଅବଧି ବଢ଼ିପାରେ ।
ସୂଚନାଯୋଗ୍ୟ, ଜୁଲାଇ ୬ ତାରିଖରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଚଳିତ ବର୍ଷ ପାସ୍‌ ହାର ୯୦.୫୫% ରହିଥିଲା । ୫ ଲକ୍ଷ ୨୬ ହଜାର ୮୧୮ ପିଲା ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୫, ୧୭, ୮୪୭ ଜଣ ପାସ୍‌ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

Read More...

୩୯୩ ଶିଶୁ  ରାସ୍ତାକଡ଼ରେ ରହୁଛନ୍ତି:ମନ୍ତ୍ରୀ

୩୯୩ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି:ମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page