ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

July 16, 2022, ଓଡ଼ିଶା, , Anupambharat News Bureau


ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ
Anupambharat News Bureau
July 16, 2022


ସମ୍ବଲପୁର/ଭୁବନେଶ୍ୱର, ୧୬ ।୭(ଅନୁପମ ମିଡିଆ): ­ ଆସନ୍ତା ୧୮ ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର । ୧୮ ତାରିଖରେ ଦିନ ୧୧ଟାରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ । ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍‌ ଖୋଲାଯିବ ବୋଲି ସୂଚନା ଦେଇଛନ୍ତି ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ ।
ଜଳଭଣ୍ଡାରର ଗେଟ୍‌ ଖୋଲିବା ପରେ ମହାନଦୀ ଓ ତା’ର ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବୃଦ୍ଧି ପାଇବା ସମ୍ଭାବନା ରହିଛି । ସମ୍ବଲପୁର ସମେତ ତଳ ମୁଣ୍ଡର ୧୨ଟି ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ଡ୍ୟାମ କର୍ତୃପକ୍ଷ । ଏନେଇ ଶାଖା ନଦୀ ଫୁଲି ଉଠିବାର ସମ୍ଭାବନା ଥିବାରୁ ନଦୀକୁ ଯିବାକୁ ବାରଣ କରାଯାଇଛି ।
ହୀରାକୁଦ ଡ୍ୟାମ୍‌ ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁଙ୍କ କହିବା ମୁତାବକ, ଉପରମୁଣ୍ଡରେ ୧୫.୭୧ ମିଲିମିଟର ବର୍ଷା ହୋଇଛି । ଏ ବର୍ଷ ପ୍ରଥମ କରି ଇନଫ୍ଲୋ ୨ ଲକ୍ଷ କ୍ୟୁସେକ୍‌ ଅତିକ୍ରମ କରିଛି । ଶୁକ୍ରବାର ସୁଦ୍ଧା ଜଳଭଣ୍ଡାରକୁ ୨ ଲକ୍ଷ ୧୩ ହଜାର୭୭୯ କ୍ୟୁସେକ୍‌ ଜଳ ପ୍ରବେଶ କରିଛି । ସେପଟେ, ଜଳସ୍ତର ୬୦୪.୯୫ ଫୁଟ୍‌ ରେ ପହଂଚିଥିବା ବେଳେ ଏହା ଦୁଇଦିନ ମଧ୍ୟରେ ୬୧୦ ଫୁଟ୍‌ ଯାଏ ପହଂଚିବ ବୋଲି ଆକଳନ କରାଯାଇଛି । ସେଥିପାଇଁ ସୋମବାର ୫ ଟି ଗେଟ୍‌ ଖୋଲିବାକୁ ନିଷ୍ପତି ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ଆଇସିଏସ୍‌ଇ ଦଶମ ରେଜଲଫ

ଆଜି ଆଇସିଏସ୍‌ଇ ଦଶମ ରେଜଲଫ

Read More...

୨୦ରୁ ଯୁକ୍ତ ଦୁଇ  ନାମଲେଖା ଆବେଦନ

୨୦ରୁ ଯୁକ୍ତ ଦୁଇ ନାମଲେଖା ଆବେଦନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page