ଗୃହରେ ପ୍ରଶ୍ନପତ୍ର ଲିକ ଓ କାଶୀପୁର ପ୍ରସଙ୍ଗ ଜୋର ଧରିଲା

July 16, 2022, ଓଡ଼ିଶା, , Anupambharat News Bureau


ଗୃହରେ ପ୍ରଶ୍ନପତ୍ର ଲିକ ଓ କାଶୀପୁର ପ୍ରସଙ୍ଗ ଜୋର ଧରିଲା
Anupambharat News Bureau
July 16, 2022


ଭୁବନେଶ୍ୱର,୧୬ା୭ (ଅନୁପମ ମିଡିଆ): ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲଗାତାର ଭାବେ ଲିକ୍‌ ହେବା ମାମଲା ଶନିବାର ଦିନ ବିଧାନସଭାରେ ଉଠିଛି । ଏହାକୁ ନେଇ ବିରୋଧୀ ଦଳର ଉପ ନେତା ବିଷ୍ଣୁ ସେଠୀ ରାଜ୍ୟ ସରକାରଙ୍କୁ କାଠଗଡାରେ ଠିଆ କରାଇଛନ୍ତି ।
ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ବିଷ୍ଣୁ ସେଠୀ କହିଥିଲେ ଯେ ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ ଭାବେ ଦିଶାହୀନ ହୋଇ ପଡିଥିବାର ସ୍ପଷ୍ଟ ସୂଚନା ମିଳୁଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପରୀକ୍ଷା ପ୍ରଶ୍ନପତ୍ର ଲଗାତାର ତିନି ଦିନ ଧରି ଲିକ ହେବା ଦ୍ୱାରା ମେଧାବୀ ଛାତ୍ର ଛାତ୍ରୀ ମାନଙ୍କର ମାନସିକ ସ୍ଥିତିକୁ ଖରାପ କରି ଦେଇଛି । ରାଜ୍ୟରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାର ସ୍ଥିତି ପୂର୍ବରୁ ହିଁ ଖରାପ ଥିଲା । ପଞ୍ଚମ ଶ୍ରେଣୀ ପିଲା ମାନେ ପଣିକିଆ ଡାକି ପାରୁ ନାହାନ୍ତି । ବିଶ୍ୱବିଦ୍ୟାଳୟ ସ୍ତରରେ ସ୍ଥିତି ଏହା ଠାରୁ ସାମାନ୍ୟ ଭଲ ଥିଲା । ମାତ୍ର ଲଗାତାର ତିନି ଦିନ ପ୍ରଶ୍ନପତ୍ର ଲିକ ହେବା ଘଟଣା ବାସ୍ତବିକ ସ୍ଥିତିକୁ ଦର୍ଶାଉଛି । ପ୍ରତ୍ୟେକ କଥାରେ ବିଶ୍ୱ ସ୍ତରୀୟ ଓ ମୁଖ୍ୟମନ୍ତ୍ରୀଙ୍କ ତତ୍ୱାବଧାନରେ କାମ ହେଉଥିବା କହୁଥିବା ରାଜ୍ୟ ସରକାରଙ୍କ ମନ୍ତ୍ରୀ ମାନେ ଏହି ଘଟଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେବେ କି ବୋଲି କହି ସେ କଟାକ୍ଷ କରିଥିଲେ । ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଶ୍ନପତ୍ର ଲିକ ହେବା ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ ଘଟଣା ହୋଇଥିବା କାରଣରୁ ଦୋଷୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ପ୍ରସଙ୍ଗରେ ବିଭାଗୀୟ ମନ୍ତ୍ରୀଙ୍କୁ ଉତ୍ତର ଦେବାକୁ ସେ ବାଚସ୍ପତିଙ୍କ ନିକଟରେ ଦାବି କରିଥିଲେ । ସେହିପରି ­ ରାୟଗଡା ଜିଲ୍ଲାର କାଶୀପୁରରେ ଠାରେ ଝାଡାବାନ୍ତି ହୋଇ ପାଞ୍ଚ ଜଣ ମୃତ୍ୟୁବରଣ କରିଥିବା ମାମଲା ଶନିବାର ଦିନ ବିଧାନସଭାରେ ଉଠିଥିଲା । କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଗଗଡାରେ ଠିଆ କରାଇଥିଲେ । ସେ ଏହି ମାମଲାରେ ମନ୍ତ୍ରୀଙ୍କୁ ବିଧାନସଭାରେ ବକ୍ତବ୍ୟ ଦେବାକୁ ନିର୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଅନ୍ୟ ପକ୍ଷରେ ବାଚସ୍ପତି ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଆସନ୍ତା ସୋମବାର ଦିନ ଏହି ପ୍ରସଙ୍ଗରେ ବିବୃତି ଦେବାକୁ ନିର୍ଦେଶ ଦେଇଛନ୍ତି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ନରସିଂହ ମିଶ୍ର କହିଥିଲେ ଯେ ବଞ୍ଚିବାର ଅଧିକାର ହେଉଛି ସମ୍ବିଧାନ ପ୍ରଦତ ମୌଳିକ ଅଧିକାର । ହେଲେ ଲୋକ ମାନଙ୍କୁ
ଖାଇବାକୁ ନ ମିଳିବାରୁ ସେମାନେ ଅଖାଦ୍ୟ ଖାଇ ମୃତ୍ୟୁବରଣ କରୁଛନ୍ତି । କାଶୀପୁରରେ ଏପରି ଘଟଣା ଘଟିଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏ ସବୁ ଘଟଣା ରାଜ୍ୟରେ ଘଟୁଥିବା ବେଳେ ଏହାକୁ ଦେଖିବାକୁ କେହି ନାହାନ୍ତି । ମୁଖ୍ୟମନ୍ତ୍ରୀ ନିଜେ ଗୃହକୁ ଆସୁ ନାହାନ୍ତି ।
ସେ ଏହି ମାମଲାରେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ବିଧାନସଭାରେ ବିବୃତି ଦେବାକୁ ନିର୍ଦେଶ ଦେବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ । ଏହା ପରେ ଆଗାମୀ ସୋମବାର ଦିନ ଏହି ପ୍ରସଙ୍ଗରେ ସୋମବାର ଉର ଦେବା ନେଇ ବାଚସ୍ପତି ନିର୍ଦ୍ଦେଶ ଦେଉଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୯୩ ଶିଶୁ  ରାସ୍ତାକଡ଼ରେ ରହୁଛନ୍ତି:ମନ୍ତ୍ରୀ

୩୯୩ ଶିଶୁ ରାସ୍ତାକଡ଼ରେ ରହୁଛନ୍ତି:ମନ୍ତ୍ରୀ

Read More...

ଦୀର୍ଘ ୭୦ ବର୍ଷ...  ୮୫ ମହାରଣା ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦ

ଦୀର୍ଘ ୭୦ ବର୍ଷ... ୮୫ ମହାରଣା ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page