ଦୀର୍ଘ ୭୦ ବର୍ଷ... ୮୫ ମହାରଣା ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦ

July 16, 2022, ଓଡ଼ିଶା, , Anupambharat News Bureau


ଦୀର୍ଘ ୭୦ ବର୍ଷ...  ୮୫ ମହାରଣା ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦ
Anupambharat News Bureau
July 16, 2022


ଖଲ୍ଲିକୋଟ, ୧୫ା୭(ଅନୁପମ ମିଡ଼ିଆ): ଦୀର୍ଘ ୭୦ ବର୍ଷ ହେଲା ଅଭିଶପ୍ତ ଜୀବନ ବଞ୍ଚୁଛିନ୍ତି ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଫାସୁଳା ଗ୍ରାମ ଧରମା ବିଶ୍ୱକର୍ମା ସମାଜର ୮୫ ପରିବାର । ଏହି ସମାଜର ଝିଅ ଖଲ୍ଲିକୋଟ ଧରମା ବିଶ୍ୱକର୍ମା ସମାଜର ଅନ୍ୟ ଗାଁରେ ବିବାହ କରିପାରିବେନି କି ଅନ୍ୟ ଗାଁର ଝିଅ ଏହି ଗାଁରେ ବିବାହ କରିପାରିବେନି ।
ଯଦି କୌଣସି ପରିବାର ଏହି ନିୟମକୁ ଅବମାନନା କରି ଫାସୁଳା ଗ୍ରାମର ଧରମା ବିଶ୍ୱକର୍ମା ସମାଜ ସହ ସମ୍ପର୍କ ରଖେ ତାହା ହେଲେ ସମାଜରୁ ବାସନ୍ଦ ହେବାକୁ ପଡେ ନଚେତ ସମାଜକୁ ମୋଟା ଅଙ୍କର ଫାଇନ ଦେବାକୁ ପଡେ । ତେବେ ବହୁ ବର୍ଷ ତଳେ କୌଣସି ଏକ ଭୁଲ ପାଇଁ ଏହି ୮୫ ପରିବାରକୁ ଖଲ୍ଲିକୋଟ ଧରମା ବିଶ୍ୱକର୍ମା ତାଲୁକା ବାସନ୍ଦ କରିଥିବା ବେଳେ ଅଜି ଯାଏଁ ସେହି ଭଳି ବାସନ୍ଦ ହୋଇ ରହିଛନ୍ତି ଏହି ୮୫ ପରିବାର । ମଥୁରା ପଞ୍ଚାୟତ ଭରଷା ଗ୍ରାମର ଅପରଜିତା ମହାରଣା ଙ୍କ ବିବାହ ଫାସୁଳା ଗ୍ରାମରେ ହୋଇଥିଲା । ତେବେ ଅପରଜିତା ବିବାହ ପରେ ଭରଷା ଗ୍ରାମରେ ଥିବା ତାଙ୍କ ପରିବାରକୁ ବାସନ୍ଦ କରିଥିଲେ ଖଲ୍ଲିକୋଟ ତାଲୁକାର ଧରମା ବିଶ୍ୱକର୍ମା ସମାଜ । ତେବେ ଏନେଇ ବୈଠକ କରି ଅପରଜିତାଙ୍କ ପରିବାରକୁ କୁହାଯାଇଥିଲା ଯେ ଯଦି ତମେ ଅପରଜିତା ସହ ଓ ତା ଶାଶୁ ଘର ଲୋକ ସହ ସମ୍ପର୍କ ନରଖିଲେ ତାଙ୍କୁ ସମାଜରେ ମିଶା ଯିବ । ତେବେ ଅପରଜିତାଙ୍କ ସାନ ଭଉଣୀ ବିବାହ ପାଇଁ ଥିବାରୁ ତାଙ୍କ ପରିବାର ଅପରଜିତା ସହ ସମ୍ପର୍କ କାଟି ମୋଟା ଅଙ୍କର ଫାଇନ ଦେଇ ସମାଜରେ ମିଶିଥିଲେ । କି;ୁ ଏବେ ସବୁ ଦିନ ପାଇଁ ଝିଅ ଅପରଜିତା ସହ ସମ୍ପର୍କ କାଟିଦେଇଛନ୍ତି । ସେହିଭଳି କେଶପୁର ପାଟଣା ସାହିର ସୁଶମା ମାହାରଣଙ୍କ ବିବାହ ଫାସୁଳା ଗ୍ରାମରେ ହୋଇଥିଲା । ତେବେ ସୁଷମା ବିବାହ ପରେ ତାଙ୍କ ପରିବାର କୁ ଖଲ୍ଲିକୋଟ ଧରମା ବିଶ୍ୱକର୍ମା ସମାଜ ତରଫରୁ ବାସନ୍ଦ କରାଯାଇଥିଲା ।
ଏମିତି ମୋଟା ଅଙ୍କର ଫାଇନ ମଧ୍ୟ ଦେବାକୁ କୁହା ଯାଇଥିଲା । ତେବେ ସୁଷମା ଙ୍କ ପରିବାର ଲୋକ ଫାଇନ ଦେଇନପାରିବାରୁ ତାଙ୍କର କିଛି ଜମିକୁ ଧରମା ବିଶ୍ୱକର୍ମା ସମାଜ ତରଫରୁ ଜମିକୁ ଜବର ଦଖଲ କରିଥିବା ଅଭିଯୋଗ କରିଛନ୍ତି ସୁଷମା ମହାରଣା । ତେବେ ଏହି ବାସନ୍ଦକୁ ନେଇ ଫାସୁଳା ଗ୍ରାମର ବିଶ୍ୱକର୍ମା ସମାଜ ତରଫରୁ ଜିଲ୍ଲାପାଳ ଙ୍କୁ ଲିଖିତ ଅଭଯୋଗ କରିଥିଲେ । ସେପଟେ ରାଜ୍ୟସ୍ତରୀୟ ଓ ଜିଲ୍ଲା ସ୍ତରୀୟ ଧରମା ବିଶ୍ୱକର୍ମା ସମାଜ ତାଙ୍କର ବାସନ୍ଦ ପ୍ରଥା ଉଠାଇ ଖଲ୍ଲିକୋଟ ଧରମା ବିଶ୍ୱକର୍ମା ସମାଜ ତାଲୁକାରେ ମିଶିବାକୁ ନିଦ୍ରେ›ଶ ଦେଇଥିବା ବେଳେ ଏହାକୁ ଗ୍ରାହଣ କରୁନି ଖଲ୍ଲିକୋଟ ଧରମା ବିଶ୍ୱକର୍ମା ସମାଜ ତାଲୁକା । ତେବେ ପୁଅ ଝିଅକୁ ବଡ କଲା ପରେ ସେମାନଙ୍କୁ ବିବାହ ଦେଇପାରୁନଥିବାରୁ ଫାସୁଳା ଗ୍ରାମର ବିଶ୍ୱକର୍ମା ସମାଜର ସଭାପତି ଶ୍ରୀ ହର୍ଷ ମହାରଣା କହିଛନ୍ତି ଅଜିବି ବାସନ୍ଦ ଭଳି ଏକ କଳୁଷିତ ପ୍ରଥାକୁ ନେଇ ଅଭିଶପ୍ତ ଜୀବନ ବଂଚିବାକୁ ପଡୁଛି ।
ତେବେ ଆଜି ଏ ନେଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ତ‰ାବଧାନରେ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଓ ବିଶ୍ୱକର୍ମା ସମାଜ ଖଲ୍ଲିକୋଟ ତାଲୁକା ର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଥାନା ପରିସରରେ ଆଲୋଚନା ହୋଇ ଖୁବଶୀଘ୍ର ଆଉ ଏକ ବୈଠକ ଆଇଆଇସିଙ୍କ ତ‰ାବଧାନରେ ବସି ସମସ୍ୟା ର ସମାଧାନ କରିବାକୁ ଉଭୟ ପକ୍ଷ ରୁ ସମ୍ମତି ପ୍ରଦାନ କରାଯାଇଛି ।
ଯଦି ଏହି ସ୍ତରରେ କୌଣସି ସମାଧାନ ନ ହୁଏ ତେବେ ଆଇନ ର ଆଶ୍ରୟ ନିଆଯିବା ସହ ଗଞ୍ଜାମ ଏସ୍ପି ଓ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବ ବୋଲି କୁହାଯାଇଛି ।ଏହି ଆଲୋଚନାରେ ଚିତ୍ତରଞ୍ଜନ ମହାରଣା, ଦୟାନିଧି ମହାରଣା, ପ୍ରତାପ ମହାରଣା, ସୂର୍ଯ୍ୟ ନାରାୟଣ ମହାରଣା, ସନ୍ତୋଷ ମହାରଣା, ହାଡୁବନ୍ଧୁ ମହାରଣା, ଗୌରାଙ୍ଗ ମହାରଣା, କେଂଚୁ ମହାରଣା, ଦିବାକର ମହାରଣା, ଶ୍ରୀ ହର୍ଷ ମହାରଣା ଙ୍କ ସମେତ ଫାସୁଳା ଗ୍ରାମର ୬୦ରୁ ଉର୍ଦ୍ଧ୍ୱ ପରିବାର ସାମିଲ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଗୃହରେ ପ୍ରଶ୍ନପତ୍ର ଲିକ ଓ କାଶୀପୁର ପ୍ରସଙ୍ଗ ଜୋର ଧରିଲା

ଗୃହରେ ପ୍ରଶ୍ନପତ୍ର ଲିକ ଓ କାଶୀପୁର ପ୍ରସଙ୍ଗ ଜୋର ଧରିଲା

Read More...

ଲଗାଣ ବର୍ଷା  :ମୋଟୁକୁ ବୁଡ଼ାଇଲା ପୋଲାଭରମ ପାଣି

ଲଗାଣ ବର୍ଷା :ମୋଟୁକୁ ବୁଡ଼ାଇଲା ପୋଲାଭରମ ପାଣି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page