ଲଗାଣ ବର୍ଷା :ମୋଟୁକୁ ବୁଡ଼ାଇଲା ପୋଲାଭରମ ପାଣି

July 16, 2022, ଓଡ଼ିଶା, , Anupambharat News Bureau


ଲଗାଣ ବର୍ଷା  :ମୋଟୁକୁ ବୁଡ଼ାଇଲା ପୋଲାଭରମ ପାଣି
Anupambharat News Bureau
July 16, 2022


ମାଲକାନଗିରି,୧୫ା୭ (ଅନୁପମ ମିଡିଆ): ମାଲକାନଗିରି ଜିଲ୍ଲାର ମୋଟୁରେ ପଶିଲା ପୋଲାଭରମର ପଛୁଆ ପାଣି । ଜିଲ୍ଲାରେ ଗତ ୫ ଦିନ ଧରି ଲଗାଣ ବର୍ଷା ଲାଗିରହିଥିବାରୁ ଜିଲ୍ଲାର ସମସ୍ତ ନଦୀରେ ବନ୍ୟାଜଳ ବୃଦ୍ଧି ପାଇଛି । ଏପଟେ ଗୋଦାବରୀ ନଦୀରେ ପୋଲାଭରମ ପ୍ରକଳ୍ପ ଯୋଗୁଁ ବନ୍ୟାଜଳ ନିଷ୍କାସନ ହୋଇପାରୁନଥିବାରୁ ଏବେ ମାଲକାନଗିରି ଜିଲ୍ଲାକୁ ମାଡିଆସୁଛି ବଡ ବିପଦ । ଆଜି ସକାଳୁ ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ର ମୁଗି ପଏଂଟରେ ୪ ରୁ ୫ ଫୁଟ ପାଣି ବଢିଥିବା ବେଳେ ଆଜି ମୋଟୁ କୁ ବନ୍ୟାଜଳ ପ୍ରବେଶ କରିଛି । ଏପଟେ ସିଲେରୁ ଓ ସାବେରୀ ନଦୀର ତଟ ବର୍ତୀ ଗାଁ ଗୁଡିକରେ ମଧ୍ୟ ପାଣିପାସିଥିବାର ସୂଚନା ମିଳିଛି । ବନ୍ୟାର ମୁକାବିଲା ପାଇଁ ପ୍ରଶାସନ ସଜାଗ ଥିବାବେଳେ ବର୍ଷାର ପରିମାଣ ନ କମିଲେ ସମ୍ପୂର୍ଣ୍ଣ ମୋଟୁ ଏବଂ କାଲିମେଳା ଓ ପଡିଆ ବ୍ଲକର ଅଧିକାଂଶ ଗାଁ ଜଳମଗ୍ନ ହେବ । ଜିଲ୍ଲା ପ୍ରଶାସନ ପକ୍ଷରୁ କାଲିମେଳା ବ୍ଳକ ର ନଦୀ କୂଳରେ ଥିବା ମୋଟୁ ଓ ପୁସୁଗୁଡା ପଚାଂୟତର ୩୫ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ସେହିପରି ସାବେରୀ ନଦୀ କୂଳରେ ଥିବା ପଡିଆ ବ୍ଲକର ୩ ଟି ଗ୍ରାମରୁ ମୋଟ ୧୧୨ ଜଣଙ୍କୁ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇ ପଚାଂୟତ ପକ୍ଷରୁ ସେମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହୋଇଥିବା ୧୧୨ ଜଣଙ୍କ ମଧ୍ୟରୁ ଗିରକାନପଲ୍ଲୀ ପଚାଂୟତ ସଦରରୁ ୫୫ ଜଣ, ଉଣ୍ଡରୁକୋଣ୍ଡା ପଚାଂୟତ ଏମଭି ୫୭ ଗ୍ରାମରୁ ୧୩ ଜଣ ଓ ପଡିଆ ପଚାଂୟତ ବଜାଗୁଡା ଗ୍ରାମରୁ ୪୪ ଜଣ ଅଛନ୍ତି । ସମସ୍ତଙ୍କୁ ନିକଟସ୍ଥ ବିଦ୍ୟାଳୟ ଓ ବାତ୍ୟା ଆଶ୍ରୟ ସ୍ଥଳରେ ରଖାଯାଇଛି । ସେମାନଙ୍କ ଭିତରେ ୪୦ ପୁରୁଷ, ୩୬ ଜଣ ମହିଳା ଓ ୨୮ ଜଣ ଛୋଟ ପିଲା ରହିଛନ୍ତି । ସୂଚନା ଥାଉକି, ଗତକାଲି ଜିଲ୍ଲାରେ ୫୦ ମିଲିମିଟର ବର୍ଷା ହୋଇଥିବା ବେଳେ ଗତ ରାତି ଠାରୁ ବର୍ଷାର ପରିମାଣ କମିଛି । ଆଜି ଜିଲାପାଳ ବିଶାଲ ସିଂ ମୋଟୁ ଅଂଚଳ ଗସ୍ତ କରି ବନ୍ୟା ପରିସ୍ଥିତି ନେଇ ତହସିଲଦାର ଦୂର୍ଗା ପ୍ରସାଦ ଦୋରା ଓ ବିଡ଼ିଓ ଉମାଶଙ୍କର ଦଳେଇଙ୍କ ସହିତ ଆଲୋଚନା କରିଥିବା ଜଣାପଡିଛି । ମୋଟୁ -ଚି;ୁର ରାସ୍ତାର ବିଭିନ୍ନ ଛୋଟ ବଡ଼ ବ୍ରିଜ ଉପରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଆଜି ଚତୁର୍ଥ ଦିନରେ ବି ଛତିଶଗଡ ଓ ଆନ୍ଧ୍ରକୁ ଯୋଗଯୋଗ ବିଛିନ୍ନ ହୋଇ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦୀର୍ଘ ୭୦ ବର୍ଷ...  ୮୫ ମହାରଣା ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦ

ଦୀର୍ଘ ୭୦ ବର୍ଷ... ୮୫ ମହାରଣା ପରିବାର ଭୋଗୁଛନ୍ତି ସାମାଜିକ ବାସନ୍ଦ

Read More...

ଚେନ୍ନାଇ-ହାୱଡା ମେଲ୍‌ରେ  ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

ଚେନ୍ନାଇ-ହାୱଡା ମେଲ୍‌ରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page