ଚେନ୍ନାଇ-ହାୱଡା ମେଲ୍‌ରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

July 16, 2022, ଓଡ଼ିଶା, , Anupambharat News Bureau


ଚେନ୍ନାଇ-ହାୱଡା ମେଲ୍‌ରେ  ଯୁବକଙ୍କୁ ଛୁରୀ ଭୁଷି ହତ୍ୟା
Anupambharat News Bureau
July 16, 2022


ଗଞ୍ଜାମ,୧୫ା୭(ଅନୁପମ ମିଡ଼ିଆ): ଆଜି ଚେନ୍ନାଇ-ହାୱଡା ମେଲ୍‌ ଚଳନ୍ତା ଟ୍ରେନରେ ଛତ୍ରପୁ-ଗଞ୍ଜାମ ମଧ୍ୟରେ ଏକ ପରିବାରର ଦୁଇ ସଦସ୍ୟ ମଧ୍ୟରେ ଅବୈଧ ସମ୍ପର୍କ ସନ୍ଦେହରୁ ସଂଘଠିତ ବିବାଦ ନେଇ ଛୁରାମାଡ଼ କରି ଜଣେ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ଟ୍ରେନ୍‌ ଭିତରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନାଯୋଗ୍ୟ ଯେ, ପଶ୍ଚିମବଙ୍ଗର ବାହାଦରପୁର ଗ୍ରାମର ଶୁଭଦ ଗୁରାଇଙ୍କ ପୁଅ ରାଜୀବ ଗୁରାଇ ତାଙ୍କ ସ୍ତ୍ରୀ ବନ୍ଦନାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶ୍ୱଶୁର ପଲଙ୍ଗ ଗୁରାଇଙ୍କ ସହ ସାତଦିନ ପୂର୍ବେ ଚେନ୍ନାଇ ଯାଇଥିଲେ । ଉକ୍ତ ତାଙ୍କ ସହ ବାହାଦରପୁର ନିକଟସ୍ଥ ସତରପୁର ଗ୍ରାମର ପ୍ରସନ୍ନଜିତ ଗୁରାଇ ବି ଚେନ୍ନାଇ ଯାଇଥିଲେ । ତେବେ ଚେନ୍ନାଇରେ ରାଜବୀ ଓ ତାଙ୍କ ସ୍ତ୍ରୀ ଏବଂ ପ୍ରସନ୍ନଜିତ୍‌ ଗୋଟିଏ ଲଜ୍‌ରେ ରହିଥିବା ଏବଂ ରାଜୀବଙ୍କ ସ୍ତ୍ରୀ ସ୍ୱାସ୍ଥ୍ୟପରୀକ୍ଷା ସମୟରେ ରାଜୀବଙ୍କ ସ୍ତ୍ରୀଙ୍କ ସହ ପ୍ରସନ୍ନ ସମ୍ପର୍କକୁ ନେଇ ସ୍ୱାମୀଙ୍କ ସନ୍ଦେହ ସୃଷ୍ଟି ହୋଇଥିଲା । ଏପରିକି ସ୍ୱାମୀ ରାଜୀବ କହିବା ଅନୁଯାୟୀ ସେ ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସମୟରେ ପ୍ରସନ୍ନଜିତ ସ୍ତ୍ରୀକୁ ଚେନ୍ନାଇର ବିଭିନ୍ନ ସ୍ଥାନକୁ ବୁଲାଇ ନେବା ଓ ଲଜ୍‌ ଭିତରେ ଦୁହେଁ ଅସଂଯତ ଅବସ୍ଥାରେ ଥିବା ସମୟରେ ଦେଖି ପ୍ରତିବାଦ କରିବାରୁ ଉଭୟଙ୍କ ମଧ୍ୟରେ ଚେନ୍ନାଇରେ ପାଟିତୁଣ୍ଡ ହୋଇଥିଲା । ଏପରିପ୍ରେକ୍ଷୀରେ ଗତକାଲି ରାଜୀବ ଓ ତାଙ୍କ ସ୍ତ୍ରୀ ଓ ପ୍ରସନ୍ନଜିତ୍‌ ଚେନ୍ନାଇରୁ ଚେନ୍ନାଇ-ହାୱଡା ସୁପରଫାଷ୍ଟ ଏକ୍ସପ୍ରେସ (୧୨୮୪୦) ଯୋଗେ ନିଜ ଗ୍ରାମ ପଶ୍ଚିମବଙ୍ଗ ଫେରୁଥିବା ବେଳେ ରାଜୀବଙ୍କ ସ୍ତ୍ରୀର ପରକୀୟ ପ୍ରୀତିକୁ ନେଇ ମାନସିକ ସ୍ତରରେ ପ୍ରତିଶୋଧ ନେବା ପାଇଁ ଯୋଜନା କରି ବସିଥିଲେ । ଏପରିକି ଟ୍ରେନ୍‌ ଚେନ୍ନାଇରୁ ଛାଡ଼ି ବ୍ରହ୍ମପୁରରେ ପହଞ୍ଚିବା ଏବଂ ପରେ ପରେ ଉଭୟଙ୍କ ମଧ୍ୟରେ ପୁଣି ପୂର୍ବ ଘଟଣା ନେଇ ପାଟିତୁଣ୍ଡ ଚାଲିଥିଲା । ଉକ୍ତ ପାଟିତୁଣ୍ଡ ଛତ୍ରପୁର ଷ୍ଟେସନ ଟ୍ରେନ୍‌ ପାର ହେବା ପର୍ଯ୍ୟନ୍ତ ଲାଗିଥିବା ବେଳେ ହଠାତ୍‌ ଛତ୍ରପୁର-ଗଞ୍ଜାମ ଷ୍ଟେସନ ମଧ୍ୟରେ ଟ୍ରେନ୍‌ ଭିତରେ ହିଁ ରାଜୀବ ଏକ ଛୁରୀ ବାହାର କରି ପ୍ରସନ୍ନଜିତ ପେଟକୁ ବାରମ୍ବାର ମାରିଥିବା ଏବଂ ଉକ୍ତ ଘଟଣା ଦେଖି ଟ୍ରେନ ଭିତରେ ଯାତ୍ରୀ ମାନେ ଆତଙ୍କିତ ହୋଇ ପାଟିତୁଣ୍ଡ କରିଥିଲେ । ଉକ୍ତ ସମୟରେ ଟ୍ରେନ ସୁରକ୍ଷା ଦାୟିତ୍ୱରେ ଥିବା ଆର୍‌ପିଏଫ୍‌ ବାହିନୀ ଟ୍ରେନ ଡ୍ରାଇଭରକୁ ଖବର ଦେବାରୁ ଗଞ୍ଜାମ ରେଳଷ୍ଟେସନରେ ଦୁଇଘଣ୍ଟ ପାଞ୍ଚ ମିନିଟ ସମୟରେ ଟ୍ରେନ ଅଟକି ଥିଲା । ଫଳରେ ପ୍ରସନ୍ନଜିତ୍‌କୁ ଆର୍‌ପିଏଫ୍‌ ହାବିଲ୍‌ଦାର ପିକେ ନାୟକ ଓ ଷ୍ଟେସନ ମାଷ୍ଟର ତୁରନ୍ତ ଗଞ୍ଜାମ ଥାନାକୁ ଖବର ଦେବା ସହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରସନ୍ନଜିତକୁ ପ୍ଲାଟଫର୍ମକୁ ଓହ୍ଲାଇଥିଲେ ଏବଂ ଗଞ୍ଜାମ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସଦଳବଦଳରେ ଆସି ଆମ୍ବୁଲାନ୍ସ ଯୋଗେ ଗୁରୁତର ପ୍ରସନ୍ନଜିତ୍‌କୁ ୧୦୮ଆମ୍ବୁଲାନ୍ସ ଯୋଗେ ପ୍ରଥମେ ଛତ୍ରପୁର ମେଡ଼ିକାଲକୁ ସଙ୍କଟାପନ୍ନ ଅବସ୍ଥାରେ ପଠାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ମଧ୍ୟରେ ଅଭିଯୁକ୍ତ ରାଜୀବ ଗରାଇଙ୍କୁ ଗଞ୍ଜାମ ଥାନା ପୋଲିସ ଧରି ନେଇ ଅଟକ ରଖିଥିବା ବେଳେ ଖବରପାଇ ବ୍ରହ୍ମପୁର ଜିଆର୍‌ପି ପୋଲିସ ଗଞ୍ଜାମ ପହଞ୍ଚି ତଦନ୍ତ ଚଳାଇଥିବା ଏବଂ ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଲଗାଣ ବର୍ଷା  :ମୋଟୁକୁ ବୁଡ଼ାଇଲା ପୋଲାଭରମ ପାଣି

ଲଗାଣ ବର୍ଷା :ମୋଟୁକୁ ବୁଡ଼ାଇଲା ପୋଲାଭରମ ପାଣି

Read More...

ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ :  ସରକାର ଓଡିଶାର ସୀମାକୁ ନେଇ ସମ୍ବେଦନଶୀଳ ନାହାନ୍ତି : ବିଷ୍ଣୁ ସେଠୀ

ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ : ସରକାର ଓଡିଶାର ସୀମାକୁ ନେଇ ସମ୍ବେଦନଶୀଳ ନାହାନ୍ତି : ବିଷ୍ଣୁ ସେଠୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page