ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ : ସରକାର ଓଡିଶାର ସୀମାକୁ ନେଇ ସମ୍ବେଦନଶୀଳ ନାହାନ୍ତି : ବିଷ୍ଣୁ ସେଠୀ

July 16, 2022, ଓଡ଼ିଶା, , Anupambharat News Bureau


ବିଧାନସଭାରେ ଉଠିଲା ସୀମା ସୁରକ୍ଷା ପ୍ରସଙ୍ଗ :  ସରକାର ଓଡିଶାର ସୀମାକୁ ନେଇ ସମ୍ବେଦନଶୀଳ ନାହାନ୍ତି : ବିଷ୍ଣୁ ସେଠୀ
Anupambharat News Bureau
July 16, 2022


ଭୁବନେଶ୍ୱର, ୧୫ା୭ (ଅନୁପମ ମିଡିଆ): କୋରାପୁଟ ଜିଲ୍ଲା କୋଟିଆ ଗ୍ରାମପୁଞ୍ଜ କଥା ଶୁକ୍ରବାର ଦିନ ବିଧାନସଭାରେ ଉଠିଛି । ରାଜ୍ୟ ସରକାର ଓଡିଶାର ସୀମାକୁ ନେଇ ସମ୍ବେଦନଶୀଳ ନୁହନ୍ତି ବୋଲି ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ କହିଛନ୍ତି । ଶୂନ୍ୟକାଳରେ ସେ ଏହି ପ୍ରସଙ୍ଗ ଉଠାଇ କହିଛନ୍ତି ଯେ ସୀମାରେ ଭାଷା, ସାହିତ୍ୟ ଓ ସଂସ୍କୃତି ସୁରକ୍ଷିତ ନୁହେଁ । ଆନ୍ଧ୍ର ସରକାର ସୀମାନ୍ତବର୍ତ୍ତିୀ ଲୋକମାନଙ୍କୁ ବିଭିନ୍ନ ଯୋଜନା ଦେଇ ପ୍ରଲୋଭିତ କରୁଛନ୍ତି । ଯେଉଁଥିରେ ଶହେରୁ ଉର୍ଦ୍ଧ୍ୱ ଗ୍ରାମ ଏହା ଦ୍ୱାରା ପ୍ରଭାବିତ । ମାତ୍ର ରାଜ୍ୟ ସରକାର ସବୁବେଳେ ତଥାକଥିତ ଉର ଦେଉଛନ୍ତି ଆମେ ଅନୁଧ୍ୟାନ କରୁଛୁ । ଆମ ପାଖରେ ଖବର ନାହିଁ । ଯଦି ସରକାର ଏପରି କହିବେ ତେବେ ଖବର କିଏ ରଖିବ ବୋଲି ସେ ପ୍ରଶ୍ନ କରିଛନ୍ତି । ସେ ପ୍ରଶ୍ନ କରିଛନ୍ତି ବିଭାଗୀୟ ମନ୍ତ୍ରୀ କାହିଁକି କୋଟିଆ ଅଞ୍ଚଳ ପରିଦର୍ଶନ କରୁ ନାହାନ୍ତି । ଏପରି କରିବାପେ କେଉଁଠି ଅସୁବିଧା ରହୁଛି ବୋଲି ସେ କହିଛନ୍ତି । ସେ
କହିଛନ୍ତି ଯେ ବିରୋଧୀ ଦଳ ନୁହେଁ ବରଂ ସରକାରୀ ଦଳର ବିଧାୟକ ମାନେ ମଧ୍ୟ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଯେତେବେଳେ ସରକାରୀ ଦଳର ବିଧାୟକ ମାନେ ପ୍ରଶ୍ନ କରୁଛନ୍ତି ସେ ସମୟରେ ସରକାର କହୁଛନ୍ତି ଆମ ପାଖରେ ଖବର ନାହିଁ । ଏଥିରୁ ଆମେ କଣ ବୁଝିବୁ, ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକ ଯେଉଁ ପ୍ରଶ୍ନ କରିଥିଲେ ଏବଂ ପଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀ ଯେଉଁ କଥା କହୁଛନ୍ତି ତାହା ସତ୍ୟ ନା ମନ୍ତ୍ରୀ ପ୍ରମିଳା ମଲିକ ଯେଉଁ ଉର ଦେଲେ ତାହା ସତ୍ୟ ବୋଲି ସେ ପ୍ରଶ୍ନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚେନ୍ନାଇ-ହାୱଡା ମେଲ୍‌ରେ  ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

ଚେନ୍ନାଇ-ହାୱଡା ମେଲ୍‌ରେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା

Read More...

ଶିକ୍ଷାନୁଷ୍ଠାନରେ ଦିଆଯିବ କରୋନା ଟିକା

ଶିକ୍ଷାନୁଷ୍ଠାନରେ ଦିଆଯିବ କରୋନା ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page