ଦ୍ରୌପଦୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଗୃହରେ ହଟ୍ଟଗୋଳ :ଚାଲି ପାରିଲା ନାହିଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

July 14, 2022, ଓଡ଼ିଶା, , Anupambharat News Bureau


ଦ୍ରୌପଦୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଗୃହରେ ହଟ୍ଟଗୋଳ  :ଚାଲି ପାରିଲା ନାହିଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ
Anupambharat News Bureau
July 14, 2022


ଭୁବନେଶ୍ୱର, ୧୪ା୭(ଅନୁପମ ମିଡିଆ): ­ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ବିଧାନସଭାରେ ଶୂନ୍ୟକାଳରେ ମଧ୍ୟ ହଟ୍ଟଗୋଳ ଦେଖା ଦେଇଥିଲା । ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ଉତ୍ପନ୍ନ ହୋଇଥିଲା । ଫଳରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଏହି କାରଣରୁ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇ ପାରି ନ ଥିଲା ।
୧୧.୩୦ରେ ଗୃହ କାର୍ଯ୍ୟ ପୁଣି ଥରେ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ ଆଜି ଗୁରୁତ୍ୱପୂର୍ଣ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହେବାକୁ ଥିବାରୁ ସମସ୍ତେ ଗୃହ କାର୍ଯ୍ୟରେ ସହଯୋଗ କର;ୁ । ଏହା ପରେ ସେ ବିଜେପି ଦଳର ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କହିବାକୁ ଡାକିଥିଲେ ।
ବିଜେପି ବିଧାୟକ ମୋହନ ମାଝୀ କହି ଥିଲେ ଯେ ଦ୍ରୌପଦୀ ମୁର୍ମୁଙ୍କ ବିଷୟରେ ଯେଭଳି ଭାବେ ଅଶାଳୀନ ଓ ଘୃଣ୍ୟ ମନ୍ତବ୍ୟ ଦିଆଯାଇଛି ତାହାକୁ ସେ ନିନ୍ଦା କରୁଛନ୍ତି ।
ସେ କହିଛନ୍ତି ଯେ ଦ୍ରୌପଦୀ ମୁର୍ମୁ ସବୁବେଳେ ତାଙ୍କ ଅଞ୍ଚଳର ଆଦିବାସୀ ଓ ଦଳିତଙ୍କ କଥା ଚିନ୍ତା କରିଛନ୍ତି । ଏପରିକି ଝାରଖଣ୍ଡରେ ରାଜ୍ୟପାଳ ଥିବାବେଳେ ଆଦିବାସୀଙ୍କ ସ୍ୱାର୍ଥ ବିରୋଧୀ ବିଲ ଆସିଥିଲା । ଆଦିବାସୀଙ୍କ ଜମିକୁ ଅଣ ଆଦିବାସୀ କିଣି ପାରିବେ ବୋଲି ବିଲରେ ଦର୍ଶାଯାଇଥିଲା । କି;ୁ ସେ ସେହି ବିଲ ଫେରାଇ ଦେଇଥିଲେ । ଦେଶର ପ୍ରଥମ ନାଗରିକ ହେଉଛନ୍ତି ରାଷ୍ଟ୍ରପତି । ତାଙ୍କ ଉପରେ ଏପରି ମନ୍ତବ୍ୟ ନିନ୍ଦନୀୟ ଓ ଅଶୋଭନୀୟ । ଦ୍ରୌପଦୀ ମୁର୍ମୁ ଓଡ଼ିଶାର, ତାଙ୍କୁ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ କରିଛି । ତେଣୁ ଦ୍ରୌପଦୀଙ୍କ ବାବଦରେ ଦେଇଥିବା ମନ୍ତବ୍ୟ ପାଇଁ ଅଜୟ କୁମାରଙ୍କ ବିରୋଧରେ ନିନ୍ଦା ପ୍ରସ୍ତାବ ଆଣିବାକୁ ସେ ଦାବି କରିଛନ୍ତି । ଏହି କାରଣରୁ ବିଧାନସଭାରେ ପ୍ରଶ୍ନୋତର କାର୍ଯ୍ୟକ୍ରମ ହୋଇ ପାରି ନ ଥିଲା ।
ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଗୁରୁବାର ଦିନ ପ୍ରଶ୍ନକାଳ କାର୍ଯ୍ୟକ୍ରମ ସକାଳ ୧୦.୩୦ରେ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମ ଆରମ୍ଭ ହେବା ମାତ୍ରେ ବାଚସ୍ପତି ମନ୍ତ୍ରୀ ପ୍ରମିଳା ମଲିକଙ୍କୁ ପ୍ରଶ୍ନର ଉତର ଦେବାକୁ ଡାକିଥିଲେ । ମାତ୍ର ବିଜେପି ବିଧାୟକ ମାନେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କଂଗ୍ରେସ ନେତା ଅଜୟ କୁମାର ଦେଇଥିବା ଅଶାଳୀନ ମନ୍ତବ୍ୟକୁ ନେଇ ହଟ୍ଟଗୋଳ କରିଥିଲେ । ବାଚସ୍ପତି ସେମାନଙ୍କୁ କହିଥିଲେ ଯେ ଶୂନ୍ୟକାଳରେ ସେମାନେ ଯାହା କହିବାକୁ ଚାହୁଁଛନ୍ତି ତାହା କହି ପାରନ୍ତି । ଏବେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ଚଳାଇବାକୁ ସେମାନେ ସହଯୋଗ କର;ୁ । ହେଲେ ବାଚସ୍ପତିଙ୍କ ଏହି ଅନୁରୋଧର କୌଣସି ପ୍ରଭାବ ପଡି ନ ଥିଲା । ସେମାନେ ଗୃହର ମଧ୍ୟ ଭାଗକୁ ଆସି ପ୍ଲାକାର୍ଡ ଧରି ହଟ୍ଟଗୋଳ ଜାରୀ ରଖିଥିଲେ । ସେହିପରି କଂଗ୍ରେସ ବିଧାୟକ ମାନେ ମଧ୍ୟ ଏହାର ପ୍ରତିବାଦରେ ଗୃହର ମଧ୍ୟଭାଗକୁ ଚାଲି ଆସିଥିବା ଦେଖିବାକୁ ମିଳିଥିଲା ।
ଅନ୍ୟ ପଟେ ମନ୍ତ୍ରୀ ଦେଉଥିବା ଉତ୍ତର ମଧ୍ୟ ହଟ୍ଟଗୋଳ କାରଣରୁ ଶୁଣା ଯାଉ ନଥିଲା । ଏହା ପରେ ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ ଦିନ ୧୦.୩୫ରେ ଗୃହ ୧୧.୩୦ ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ । ଅନ୍ୟ ପକ୍ଷରେ କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ ଅଜୟ କୁମାର ଓ ରାହୁଲ ଗାନ୍ଧୀ ଗୃହର ସଦସ୍ୟ ନୁହଁନ୍ତି । ତାଙ୍କ ବିରୋଧରେ ଆଲୋଚନା କରିବା ଠିକ ନୁହେଁ । ସେ କହିଛନ୍ତି ଦ୍ରୌପଦୀ ହେଉଛନ୍ତି ଆଦିବାସୀ ମହିଳା । ତାଙ୍କୁ ଆମେ ବହୁତ ଭଲ ପାଉ । ମୁଁ ବ୍ୟକ୍ତିଗତ ଭାବେ ତାଙ୍କୁ ପ୍ରଶଂସା କରିଛି । କି;ୁ ସେ ଯେଉଁ ଚିନ୍ତାଧାରାରେ ଯାଉଛନ୍ତି, ତାକୁ ଆମେ ବିରୋଧ କରୁଛୁ । କଂଗ୍ରେସ ପ୍ରବକ୍ତା ଅଜୟ କୁମାର ଯାହା କହିଛନ୍ତି ସେଥିରେ କୌଣସି ଆପତ୍ତିଜନକ ମନ୍ତବ୍ୟ ନାହିଁ । ଏହା ଭିତରେ ବିଜେପି ବିଧାୟକ ମାନେ ହଟ୍ଟଗୋଳ ଜାରୀ ରଖିଥିଲେ । ତେଣୁ ବାଚସ୍ପତି ଗୃହକୁ ୪ଟା ଯାଏ ମୁଲତବୀ ରହିଲା ବୋଲି ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାନ୍ଥ ଭୁଶୁଡ଼ି ମା’ ଝିଅ ମୃତ

କାନ୍ଥ ଭୁଶୁଡ଼ି ମା’ ଝିଅ ମୃତ

Read More...

ଶ୍ରୀଲଙ୍କାରେ ପୁଣି ଜରୁରୀସ୍ଥିତି ଘୋଷଣା:  ଗୋଟାବାୟାଙ୍କୁ ମାଳଦ୍ୱୀପରେ ବିରୋଧ

ଶ୍ରୀଲଙ୍କାରେ ପୁଣି ଜରୁରୀସ୍ଥିତି ଘୋଷଣା: ଗୋଟାବାୟାଙ୍କୁ ମାଳଦ୍ୱୀପରେ ବିରୋଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page