କାନ୍ଥ ଭୁଶୁଡ଼ି ମା’ ଝିଅ ମୃତ

July 14, 2022, ଓଡ଼ିଶା, , Anupambharat News Bureau


କାନ୍ଥ ଭୁଶୁଡ଼ି ମା’ ଝିଅ ମୃତ
Anupambharat News Bureau
July 14, 2022


ଫୁଲବାଣୀ, ୧୪ ।୭(ଅନୁପମ ମିଡିଆ): ଫୁଲବାଣୀ ସହରର ପବ୍ଲିକ୍‌ ସ୍କୁଲ୍‌ ନିକଟରେ ଥିବା ତ୍ରିଦେବନଗରରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ପଡି ଗୋଟିଏ ପରିବାରର ମା’ ଓ ଝିଅଙ୍କ ଜୀବନ ଯାଇଛି ।
ଏଥିରେ ବାପା ଓ ପୁଅ ଗୁରୁତର ଭାବେ ଆହତ ହୋଇଛନ୍ତି । ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେତୁ ତାଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ରେଫର କରାଯାଇଛି । ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ସେହି ଅଞ୍ଚଳରେ ବ୍ରଜବନ୍ଧୁ ମାଝୀ ନାମକ ଜଣେ ବ୍ୟକ୍ତି ତାଙ୍କର ଘର ଭିତରେ ବସି ସ୍ତ୍ରୀ ସୁରତୀ ମାଝୀ, ପୁଅ ଏବଂ ଝିଅ ସହିତ ଏକାଠି ମଧ୍ୟାହ୍ନ ଭୋଜନ ଖାଉଥିଲେ । ହଠାତ୍‌ ତାଙ୍କ ଘରର ଏକ କାନ୍ଥ ସେମାନଙ୍କ ଉପରେ ଭୁଷୁଡ଼ିପଡିଥିଲା । ଆଖପାଖର ଲୋକେ ସେଠାରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଓ ଟିମ୍‌ ହୁ୍ୟମାନିଟିର ସଦସ୍ୟ ମାନେ ପହଞ୍ଚି କାନ୍ଥ ତଳୁ ପ୍ରାୟ ଏକ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରି ସମସ୍ତ ଚାରି ଜଣ ପରିବାରର ସଦସ୍ୟ ମାନଙ୍କୁ ଉଦ୍ଧାର କରି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ନେଇ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ବ୍ରଜବନ୍ଧୁଙ୍କ ସ୍ତ୍ରୀ ସୁରତୀ ମାଝୀ(୪୨) ଓ ତାଙ୍କର ୫ ବର୍ଷ ର ଝିଅ ସ୍ମିତାରାଣୀ ମାଝୀଙ୍କୁ ମୃତ ଘୋଷଣା କରିଥିଲେ । ବ୍ରଜବନ୍ଧୁଙ୍କ ସମେତ ତାଙ୍କର ପୁଅ ରୋହନ ମାଝୀ (୩)ଗୁରୁତର ଭାବେ ଆହତ ହୋଇ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । ବ୍ରଜବନ୍ଧୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ରେଫର କରାଯାଇଛି । ଏହି ଅଞ୍ଚଳରେ ବିପଦପୂର୍ଣ୍ଣ ଅବସ୍ଥାରେ ଘର ସବୁଥିବା ଯୋଗୁଁ ଏହିଭଳି ଦୁର୍ଘଟଣା ଘଟୁଛି ବୋଲି ଜଣାପଡିଛି । ଅନ୍ୟପକ୍ଷରେ ରେଡକ୍ରସ ତରଫରୁ ମୃତକଙ୍କ ପରିବାରଙ୍କୁ ୧୫ ହଜାର ଟଙ୍କା ଜିଲ୍ଲାପାଳ ସହାୟତା ରାଶି ପ୍ରଦାନ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶିକ୍ଷାନୁଷ୍ଠାନରେ ଦିଆଯିବ କରୋନା ଟିକା

ଶିକ୍ଷାନୁଷ୍ଠାନରେ ଦିଆଯିବ କରୋନା ଟିକା

Read More...

ଦ୍ରୌପଦୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଗୃହରେ ହଟ୍ଟଗୋଳ  :ଚାଲି ପାରିଲା ନାହିଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଦ୍ରୌପଦୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଗୃହରେ ହଟ୍ଟଗୋଳ :ଚାଲି ପାରିଲା ନାହିଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page