ଶ୍ରୀଲଙ୍କାରେ ପୁଣି ଜରୁରୀସ୍ଥିତି ଘୋଷଣା: ଗୋଟାବାୟାଙ୍କୁ ମାଳଦ୍ୱୀପରେ ବିରୋଧ

July 13, 2022, ବିଦେଶ, , Anupambharat News Bureau


ଶ୍ରୀଲଙ୍କାରେ ପୁଣି ଜରୁରୀସ୍ଥିତି ଘୋଷଣା:  ଗୋଟାବାୟାଙ୍କୁ ମାଳଦ୍ୱୀପରେ ବିରୋଧ
Anupambharat News Bureau
July 13, 2022


କଲମ୍ବୋ: ଶ୍ରୀଲଙ୍କାରେ ଘୋର ଆର୍ଥିକ ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଦେଶର ରାଜନୈତିକ ସ୍ଥିତି ମଧ୍ୟ ସମ୍ପୂର୍ଣ୍ଣ ଶୋଚନୀୟ ହୋଇପଡିଛି । ଦେଶରେ ଆର୍ଥିକବସ୍ଥା ସୃଷ୍ଟି ହେବା ଯୋଗୁଁ ସାଧାରଣ ଜନତାଙ୍କ ଜୀବନଜୀବିକା ପ୍ରତି ଏକ ବୃହତ୍ତର ପ୍ରତିବନ୍ଧକ ସୃଷ୍ଟି ହୋଇଛି । ତେବେ କୌଣସି ଉପାୟ ନପାଇ ସରକାରଙ୍କ ବିରୋଧରେ ଦେଶବ୍ୟାପୀ ସ୍ୱର ଉତ୍ତୋଳନ ହେବା ପରେ ଶେଷରେ ରାଷ୍ଟ୍ରପତି ଗୋଟାବାୟା ନିଜ ଦେଶ ଛାଡି ମାଳଦ୍ୱୀପ ଦେଇ ଦୁବାଇ ପଳାୟନ କରିବାକୁ ସ୍ଥିର କରିଥିଲେ । ଯାହାକୁ ନେଇ ମାଳଦ୍ୱୀପରେ ମଧ୍ୟ ଗୋଟାବାୟାଙ୍କ ସ୍ଥାନାନ୍ତର ଘଟଣାକୁ ତୀବ୍ର ବିରୋଧ କରାଯାଇଛି । ଦିନକୁ ଦିନ ଶ୍ରୀଲଙ୍କାର ରାଜନୈତିକ ସ୍ଥିତି ଶୋଚନୀୟ ହେବଉଥିବା ବେଳେ ଆଜି ମଧ୍ୟ ସଂସଦ ଭବନକୁ ବିକ୍ଷୋଭରତ ଜନତା ଧଶେଇ ପଶିଥିବା ଘଟଣା ସମଗ୍ର ବିଶ୍ୱରେ ଚର୍ଚ୍ଚା ଆଲୋଚନାର କେନ୍ଦ୍ରକୁ ଆସିଛି । ଏପରିକି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ମଧ୍ୟ ବିକ୍ଷୋଭରତ ଜନତା ପଶିବାକୁ ପଛେଇନାହାଁନ୍ତି । ଏଭଳି ସ୍ଥିତିରେ ଆଇନକାନୁନ ବ୍ୟବସ୍ଥାକୁ ସୁଧାର କରିବା ପାଇଁ ଶ୍ରୀଲଙ୍କାରେ ପୁଣି ଜରୁରୀ କାଳୀନ ପରିସ୍ଥିତି ଲାଗୁ କରାଯାଇଛି । ରାଷ୍ଟ୍ରପତି ପଦବୀରୁ ଇସ୍ତଫା ନଦେଇ ଗୋଟାବାୟା ରାଜପକ୍ଷେ ସପରିବାରେ ଦେଶ ଛାଡି ମାଳଦ୍ୱୀପ ପଳାଇବା ଘଟଣାକୁ ନେଇ ଶ୍ରୀଲଙ୍କାର ନାଗରୀକମାନେ ଅସନ୍ତୋଷ ପ୍ରକାଶ କରି ହଜାର ହଜାର ସଂଖ୍ୟାରେ ରାଜରାସ୍ଥାକୁ ଓହ୍ଲାଇ
ଆନ୍ଦୋଳନକୁ ବ୍ୟାପକ କରିଛନ୍ତି । ଦେଶରେ ଆର୍ଥିକ ଅଭାବ ଯୋଗୁଁ ସାଧାରଣ ଲୋକଙ୍କ ଉଗ୍ରରୂପ ପ୍ରତିଫଳନ ହେବାରେ ଲାଗିଛି ।
ଗୋଟାବାୟାଙ୍କ ପରେ ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଙ୍ଘେଙ୍କୁ କାମଚଳା ରାଷ୍ଟ୍ରପତି ଭାବେ ନିଯୁକ୍ତ କରାଯାଇଛି । ରାଜଧାନୀ କଲମ୍ବୋରେ ମଧ୍ୟ ସ୍ଥିତି ବେକାବୁ ରହିଛି । ଲୋକେ ବିକ୍ରମସିଙ୍ଘେଙ୍କ ମଧ୍ୟ ଇସ୍ତଫା ଦାବି କରୁଛନ୍ତି । ସୁରକ୍ଷାକୁ ଦୃଷ୍ଟିରେ ରଖି ପିଏମ୍‌ ଆବସରେ ବ୍ୟାପକ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ପୋଲିସକୁ ଭିଡ ବିରୋଧରେ ଲୁହ ବୁହା ଗ୍ୟାସ୍‌ ବ୍ୟବହାର କରିବାକୁ ପଡିଛି । ଅନେକ ସ୍ଥାନରେ ପୋଲିସ ଓ ଜନତା ମୁହାଁମୁହିଁ ହୋଇଛନ୍ତି । ୧୨ରୁ ଅଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ବିକ୍ରମସିଙ୍ଘେଙ୍କ ମୁଖପାତ୍ରଙ୍କ କହିବା ମୁତାବକ, ‘ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି । ପଶ୍ଚିମାଞ୍ଚଳରେ କର୍ଫ୍ୟୁ ଲାଗୁ କରାଯାଇଛି । ବୁଧବାର ସକାଳେ ଶହ ଶହ ସଂଖ୍ୟାରେ ବିକ୍ଷୋଭକାରୀ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଥିଲେ । ଲୋକେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି ଉଭୟଙ୍କୁ କ୍ଷମତାରୁ ବିତାଡିତ କରିବାକୁ ଚାହୁଁଛନ୍ତି । ଅନ୍ୟପକ୍ଷରେ ଗୋଟବାୟା ରାଜପକ୍ଷ ବର୍ତ୍ତମାନ ମାଳଦ୍ୱୀପରେ ଅଛନ୍ତି । ଏଠାରୁ ସେ ଦୁବାଇ ଯିବେ । ସେ ନିଜ ଇସ୍ତଫା ପତ୍ରରେ ହସ୍ତାକ୍ଷର ନ କରି ଦେଶ ଛାଡି ପଳାଇଛନ୍ତି । ରାଷ୍ଟ୍ରପତି ଗୋଟାବାୟା ଜୁଲାଇ ୧୩ ରେ ଇସ୍ତଫା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଗିରଫଦାରୀ ଭୟକୁ ଦୃଷ୍ଟିରେ ରଖି ସେ ଇସ୍ତଫା ଦେବା ପୂର୍ବରୁ ଦେଶ ଛାଡି ପଳାଇଥିଲେ । ଏହାକୁ ନେଇ ଲୋକଙ୍କ ମଧ୍ୟରେ ପୁଣି ଅସନ୍ତୋଷ ସୃଷ୍ଟି ହୋଇଛି । ଅର୍ଥନୈତିକ ସଙ୍କଟ ମଧ୍ୟରେ ଲୋକେ ପୂର୍ବରୁ ରାଷ୍ଟ୍ରୀୟ ଭବନକୁ ଦଖଲ କରି ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିଗତ ବାସଭବନରେ ନିଆଁ ଲଗାଇ ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦ୍ରୌପଦୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଗୃହରେ ହଟ୍ଟଗୋଳ  :ଚାଲି ପାରିଲା ନାହିଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

ଦ୍ରୌପଦୀଙ୍କୁ ଅଶାଳୀନ ମନ୍ତବ୍ୟ ନେଇ ଗୃହରେ ହଟ୍ଟଗୋଳ :ଚାଲି ପାରିଲା ନାହିଁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ

Read More...

ବାଲେଶ୍ୱରରେ ହେବ  ବ୍ୟାଙ୍କ ନୋଟ୍‌ ପେପର ମିଲ୍‌

ବାଲେଶ୍ୱରରେ ହେବ ବ୍ୟାଙ୍କ ନୋଟ୍‌ ପେପର ମିଲ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page