ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ

January 11, 2022, ଓଡ଼ିଶା, , Anupambharat News Bureau


ପାଞ୍ଚ ପର୍ଯ୍ୟାୟରେ ପଞ୍ଚାୟତ ଭୋଟ
Anupambharat News Bureau
January 11, 2022


ଭୁବନେଶ୍ୱର,୧୧ା୧(ଅନୁପମ ମିଡ଼ିଆ): ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ । ମଙ୍ଗଳବାର ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଫଳରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବା ନେଇ ସଂଶୟ ସୃଷ୍ଟି ହୋଇଥିଲା ତାହା ଦୂରିଭୂତ ହୋଇଛି । ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଜିଠୁ ଆଚରଣବିଧି ଲାଗୁ ହେଲା ।,ଏହା ଫେବୃଆରୀ ୨୮ ଯାଏଁ ବଳବତ୍ତର ରହିବ । ତେବେ ଚଳିତ ବର୍ଷ ନୂଆ ଢ଼ଙ୍ଗରେ ହେବ ନିର୍ବାଚନ । ସାଧାରଣତଃ ନିର୍ବାଚନରେ ଭୋଟରଙ୍କୁ ନିଜ ଆଡ଼କୁ ଆକୃଷ୍ଟ ପାଇଁ ପ୍ରଚାର ବଳିଷ୍ଠ ମାଧ୍ୟମ ହୋଇଥାଏ । ତେବେ କୋଭିଡ଼ କଟକଣାରେ ନିର୍ବାଚନ ହେଉଥିବାରୁ ଚଳିତ ବର୍ଷ ଏହା ଦେଖିବାକୁ ମିଳିବ ନାହିଁ ।
ନିର୍ବାଚନ କମିଶନର ପାଢ଼ୀ କହିଛନ୍ତି ଯେ, ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ଆସନ୍ତା ୧୭ ରୁ ୨୧ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ । ୨୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର ଧାର୍ଯ୍ୟ କରାଯାଇଛି । ଏହାପରେ ଉକ୍ତ ଦିନ ହିଁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ । ନିର୍ବାଚନ କମିଶନର ପାଢ଼ୀ କହିଛନ୍ତି ଯେ, ଫେବୃଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ । ଭୋଟ ଗଣତି ତିନି ପର୍ଯ୍ୟାୟରେ ଫେବୃଆରୀ ୨୫, ୨୬ ଓ ୨୮ ତାରିଖରେ ହେବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ । ସକାଳ ୭ଟାରୁ ଦିନ ୧ଟା ଯାଏ ମତଦାନ କରାଯାଇପାରିବ । କୋଭିଡ୍‌କୁ ଆଖି ଆଗରେ ରଖି ନିର୍ବାଚନ ପ୍ରଚାରକୁ ଅନୁମତି ଦିଆଯାଇଛି । ଏଥର ଜଣେ ପ୍ରାର୍ଥୀ ସର୍ବାଧିକ ୫ଜଣଙ୍କୁ ସାଙ୍ଗରେ ନେଇ ଘରକୁ ଘର ବୁଲି ପ୍ରଚାର କରିପାରିବେ । କୌଣସି ପ୍ରକାରର ସମ୍ମିଳନୀକୁ ଅନୁମତି ମିଳିବ ନାହିଁ । ପ୍ରାର୍ଥୀ ମାନେ ଭର୍ଚୁଆଲରେ ପ୍ରଚାର କରିପାରିବେ । ଖାସକରି ଚଳିତ ପଞ୍ଚାୟତ ନିର୍ବାଚନ ବିନା ରାଲି ଓ ବିନା ରୋଡ ସୋ’ରେ ହେବ । କରୋନା କାରଣରୁ କୌଣସି ରାଲିକୁ ଅନୁମତି ମିଳିବ ନାହିଁ । ସେହିଭଳି ରୋଡ ସୋ’ ଉପରେ ରୋକ ଲଗାଯାଇଛି ।
ଏପରିକି
ନିର୍ବାଚନୀ ସଭା ଓ ବିଜୟ ଶୋଭାଯାତ୍ରାକୁ ମଧ୍ୟ ମନା କରାଯାଇଛି । ଭୋଟ ଗ୍ରହଣ ସରିଲେ ବ୍ଲକ ସ୍ତରରେ ଭୋଟ ଗଣତି ହେବ । ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିଲେ ଦଣ୍ଡିତ ହେବେ । ଅନ୍ୟପକ୍ଷେ ଭୋଟ ଫଳାଫଳ ପ୍ରକାଶ ପାଇବା ପରେ ମାର୍ଚ୍ଚ ୧୨ ପଞ୍ଚାୟତ ସମିତି ଅଧ୍ୟକ୍ଷ, ୨୩ରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ ହେବ । ସେହିପରି ମାର୍ଚ୍ଚ ୧୩ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଓ ମାର୍ଚ୍ଚ ୨୫ରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ତେବେ କୋଭିଡ୍‌ ସମୟରେ ନିର୍ବାଚନ ଘୁଞ୍ଚାଇବାକୁ ବିରୋଧୀ ମାନେ ଦାବି କରୁଥିଲେ ବି ସମ୍ବିଧାନର ନିୟମ ଅନୁସାରେ ନିର୍ବାଚନ କରିବାକୁ ବାଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

ଚାକିରି ବୟସସୀମା ବୃଦ୍ଧି : ନବୀନଙ୍କ ଆଉ ଏକ ମାଷ୍ଟର୍‌ଷ୍ଟ୍ରୋକ୍‌

Read More...

ପରଲୋକରେ ମିହିର ଦାସ

ପରଲୋକରେ ମିହିର ଦାସ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page